ଡୋର୍‌ ସ୍କ୍ରିନ୍‌ ବଦଳାଇପାରେ ଆପଣଙ୍କ ଭାଗ୍ୟ, ଜାଣନ୍ତୁ ଏହା କେଉଁଠି କେଉଁ ରଙ୍ଗର ହେବା ଉଚିତ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 10, 2018

ଡୋର୍‌ ସ୍କ୍ରିନ୍‌ ବଦଳାଇପାରେ ଆପଣଙ୍କ ଭାଗ୍ୟ, ଜାଣନ୍ତୁ ଏହା କେଉଁଠି କେଉଁ ରଙ୍ଗର ହେବା ଉଚିତ୍‌

door

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଘର ଭିତରର ଗୋପନୀୟତା ହେଉକି  ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ ହେଉ ଲୋକମାନେ ଡୋର ସ୍କ୍ରିନ୍‌ ଲଗାଇଥାଆନ୍ତି। ଖାଲି ଡୋର୍‌ ସ୍କ୍ରିନ୍‌ ନୁହେଁ  ଝରକା କିମ୍ବା ବାଲକୋନିରେ ଏହି ସ୍କ୍ରିନ୍‌ ବା ପରଦା ଲାଗାଇବାକୁ ଲୋକମାନେ ବେଶ୍‌ ପସନ୍ଦ କରିଥାନ୍ତି। ଘରର ରଙ୍ଗକୁ ଖାପ ଖାଇଲା ଭଳି ପରଦା ଲଗାଇବାକୁ ମନ ହୋଇଥାଏ।

କିନ୍ତୁ ଜାଣିଛନ୍ତି ଏହି ସ୍କ୍ରିନ୍‌ ସୌନ୍ଦର୍ଯ୍ୟ ବଢ଼ାଇବା ସହ ଯଦି ଏହାର ବାସ୍ତୁ ପ୍ରତି ଦୃଷ୍ଟି ଦିଆଯାଏ ପରିବାର ଲୋକଙ୍କ ଭାଗ୍ୟଦୋୟ ହୋଇପାରେ। ବାସ୍ତୁଶାସ୍ତ୍ର ଅନୁସାରେ ଅଲଗା ଅଲଗା ଘର ପାଇଁ ପରଦାର ସଠିକ୍‌ ରଙ୍ଗ ଚୟନ କଲେ  ଆପଣଙ୍କ ଭାଗ୍ୟ ବଦଳି ଯାଇପାରେ। ତେବେ ଚାଲନ୍ତୁ ଜାଣିବା  କେଉଁ ଘରର ପରଦା କେମିତି ହେବା ଆବଶ୍ୟକ।

pinkପିଲାଙ୍କ ରୁମ୍‌: ପିଲାଙ୍କ ରୁମ୍‌ରେ ହାଲୁକା ନୀଳ ଓ ସବୁଜ ରଙ୍ଗର ପରଦା ଲଗାଇ ପାରିବେ। ସବୁଜ ଓ ନୀଳ ରଙ୍ଗ ଶାନ୍ତି ଓ ସୁସ୍ଥତାର ପ୍ରତୀକ ହୋଇଥାଏ। ଏହାଦ୍ୱାରା ପିଲାଙ୍କ ଶରୀର ଠିକ୍ ରହିଥାଏ ଓ ସେମାନଙ୍କ ମନ ବି ପାଠ ପଢ଼ାରେ ଲାଗିଥାଏ।

12ନବବିବାହିତ ଯୋଡ଼ିଙ୍କ ରୁମ୍‌: ନବାବିବାହିତ ଯୋଡ଼ିଙ୍କ ରୁମ୍‌ର ପରଦା ଲାଲ୍‌, ବାଇଗେଣୀ କିମ୍ବା ଗୋଲାପି ରଙ୍ଗର ହେବା ଦରକାର। ନାଲି ରଙ୍ଗର ଅର୍ଥ ରୋମାନ୍ସ ସହ ଉନ୍ମାଦନାକୁ ଦର୍ଶାଇଥାଏ।  ନବଦମ୍ପତ୍ତିଙ୍କୁ ଖୁବ୍‌ଶୀଘ୍ର ସନ୍ତାନର ସୁଖପ୍ରାପ୍ତି ହୋଇଥାଏ।

bedମୁରବିଙ୍କ ରୁମ୍: ଘରର ମୁରବିଙ୍କ ରୁମ୍‌ରେ ନୀଳ, ନାରଙ୍ଗୀ କିମ୍ବା ଧୂଶର ରଙ୍ଗର ପରଦା ଲଗାଇବା ଶୁଭ ହୋଇଥାଏ।  ନୀଳ ରଙ୍ଗ ଉନ୍ନତିର ମାର୍ଗକୁ ଦର୍ଶାଇଥାଏ। ନୀଳ ରଙ୍ଗର ପରଦା ଘରର ମୁଖ୍ୟଙ୍କୁ  ଆଗକୁ ବଢ଼ିବାର ରାସ୍ତା ଖୋଲି ଦେଇଥାଏ।

diningଡାଇନିଂ ସ୍ପେସ୍‌ : ଘରର ଡାଇନିଂ ସ୍ପେସ୍‌ର ଝକାର ପରଦା ହାଲୁକା କିମ୍ବା ବ୍ରାଉନ୍‌ ରଙ୍ଗର ପରଦା ଲଗାଇବା ଉଚିତ୍‌। ଅଗ୍ନେୟ କୋଣର ଏହି ରଙ୍ଗ ସବୁଠୁ ଶୁଭ ବୋଲି ବିବେଚନା କରାଯାଏ।

guestଅତିଥି ରୁମ୍: ଆପଣଙ୍କ ଅତିଥିମାନଙ୍କ ପାଇଁ  ହାଲୁକା ବାଦାମୀ କିମ୍ବା କ୍ରିମ୍‌ ରଙ୍ଗର ପରଦା ଲଗାଇବା ଉଚିତ୍‌। ଏହା ଦ୍ୱାରା ଘରର ଉନ୍ନତି ହେବା ସହ ଖୁସି ମଧ୍ୟ ଆସିଥାଏ।

pujaପୂଜା ଘର: ଆପଣ ନିଜ ପୂଜା ଘରେ  ହାଲୁକା ହଳଦିଆ କିମ୍ବା ହାଲୁକା ନାରଙ୍ଗି ରଙ୍ଗର ପରଦା ଲଗଇ ପାରିବେ। ଏହି ଦୁଇ ରଙ୍ଗକୁ ଶୁଦ୍ଧତାର ପ୍ରତୀକଭାବେ ମାନାଯାଏ।

 

 

 



from Odisha Reporter https://ift.tt/2QtTil2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages