ଭାରତ ଆଗରେ ୧୫୯ ରନ୍‌ର ଟାର୍ଗେଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 21, 2018

ଭାରତ ଆଗରେ ୧୫୯ ରନ୍‌ର ଟାର୍ଗେଟ

ବ୍ରିସ୍‌ବେନ୍‌: ଅଷ୍ଟ୍ରେଲିଆ ବିପକ୍ଷ ବର୍ଷା ବାଧାପ୍ରାପ୍ତ ପ୍ରଥମ ଟି-୨୦ ମ୍ୟାଚ୍‌ ଜିତିବାକୁ ଭାରତକୁ ୧୫୯ ରନ୍‌ର ଟାର୍ଗେଟ ମିଳିଛି। ଏହା ୨୦-୨୦ ମ୍ୟାଚ୍‌ ହୋଇଥିଲେ ହେଁ ବର୍ଷା ଯୋଗୁ ଏହାକୁ ୧୭ ଓଭର୍‌ ବିଶିଷ୍ଟ କରାଯାଇଛି।
ଅଷ୍ଟ୍ରେଲିଆ ୧୬.୧ ଓଭର୍‌ରେ ୩ ୱିକେଟ୍‌ ହରାଇ ୧୫୩ ରନ୍‌ କରିଥିବା ବେଳେ ବର୍ଷା ହୋଇଥିଲା। ଫଳରେ ମ୍ୟାଚ୍‌ ଅଫିସିଆଲ୍‌ ଏହାକୁ ୧୭ ଓଭର୍‌କୁ ହ୍ରାସ କରିଥିଲେ। ଅର୍ଥାତ ବର୍ଷା ଛାଡ଼ିବା ପରେ ଅଷ୍ଟ୍ରେଲିଆ ୫ଟି ବଲ୍‌ ଖେଳିଥିଲା।

ଏହି ୫ଟି ବଲ୍‌ ମଧ୍ୟରୁ ପ୍ରଥମ ବଲ୍‌ରେ ସ୍ପିଡ୍‌ଷ୍ଟର ଯଶପ୍ରୀତ ବୁମ୍ରା ବିସ୍ଫୋରକ ମ୍ୟାକ୍ସୱେଲଙ୍କୁ ଆଉଟ୍‌ କରିଦେଇଥିଲେ। କଙ୍ଗାରୁ ଟିମ୍‌ ବଳକା ୪ଟି ବଲ୍‌ରେ ୫ ରନ୍‌ କରିବା ସହ ଭାରତ ଆଗରେ ଚ୍ୟାଲେଞ୍ଜିଂ ୧୫୯ରନ୍‌ର ଟାର୍ଗେଟ ଦେଇଛି। ଅଷ୍ଟ୍ରେଲିଆ ୧୭ ଓଭର୍‌ରେ ୪ ୱିକେଟ୍‌ ହରାଇ ୧୫୮ ରନ୍‌ କରିଥିଲା।

ଅଷ୍ଟ୍ରେଲିଆ ପକ୍ଷରୁ ଗ୍ଲେନ୍‌ ମ୍ୟାକ୍ସୱେଲ୍‌ ସର୍ବାଧିକ ୪୬ ରନ୍‌ କରିଥିବା ବେଳେ ମାର୍କସ ଷ୍ଟୋଇନିସ୍‌ ୩୩ ରନ୍‌ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ।

ଏହା ପୂର୍ବରୁ କ୍ରିସ୍‌ ଲୀନ୍‌ ୩୭ ଓ ଆରୋନ୍‌ ଫିଞ୍ଚ ୨୭ ରନ୍‌ କରି ଆଉଟ୍‌ ହୋଇଥିଲେ।
ଭାରତ ପକ୍ଷରୁ କୁଲଦୀପ ଯାଦବ ୨ଟି ୱିକେଟ୍‌ ନେଇଥିବା ବେଳେ ଖଲୀଲ ଅହମ୍ମଦ ଓ ବୁମ୍ରା ଗୋଟିଏ ଲେଖାଏ ୱିକେଟ୍‌ ନେଇଛନ୍ତି।
ଭାରତ ଟସ୍‌ ଜିତି ପ୍ରଥମ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା।



from Odisha Reporter https://ift.tt/2Kl6xCl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages