ସଂସ୍କାରୀ ‘ବାବୁଜୀ’ ନାଁରେ ରୁଜୁ ହେଲା ମାମଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 21, 2018

ସଂସ୍କାରୀ ‘ବାବୁଜୀ’ ନାଁରେ ରୁଜୁ ହେଲା ମାମଲା

ମୁମ୍ୱାଇ: ବଲିଉଡ୍‌ର ସଂସ୍କାରୀ ‘ବାବୁଜୀ’ ଭାବେ ପରିଚିତ ଅଭିନେତା ଆଲୋକ ନାଥଙ୍କ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି। ଲେଖିକା ତଥା ଟେଲିଭିଜନ୍‌ ପ୍ରଯୋଜିକା ବୀନ୍‌ତା ନନ୍ଦାଙ୍କ ଅଭିଯୋଗକୁ ଆଧାର କରି ମୁମ୍ୱାଇ ପୁଲିସ୍‌ ଆଲୋକ ନାଥଙ୍କ ବିରୋଧରେ ବିଧିବଦ୍ଧ ମାମଲା ରୁଜୁ କରିଛି।

#metoo ଅଭିଯାନ ଜୋର୍ ଧରିବା ପରେ ବୀନ୍‌ତା ପାଖାପାଖି ୪୦ ଦିନ ତଳେ ସୋଶାଲ୍‌ ମିଡିଆରେ ଆଲୋକ ନାଥଙ୍କ ବିରୋଧରେ ଯୌନ ନିର୍ଯାତନାର ଅଭିଯୋଗ ଆଣିଥିଲେ। ବୀନ୍‌ତା ଅଭିଯୋଗ କରିଥିଲେ ଯେ ୧୯ ବର୍ଷ ତଳେ ଅଲୋକ ନାଥ୍‌ ତାଙ୍କୁ ଦୁଇ ଥର ଦୁଷ୍କର୍ମ କରିଥିଲେ।

୯୦ ଦଶକର ଏହି ଟେଲିଭିଜନ୍‌ ପ୍ରଡ୍ୟୁସର୍‌ ତଥା ଲେଖିକାଙ୍କ ଅଭିଯୋଗକୁ ଭିତ୍ତି କରି ଓଶିୱାରା ପୋଲିସ୍‌ ଆଇପିସିର ୩୭୬ ଧାରା ଅନୁସାରେ ମାମଲା ରୁଜୁ କରିଛି ବୋଲି ମୁମ୍ବାଇ ଅତିରିକ୍ତ ପୋଲିସ୍ କମିଶନର୍ ମନୋଜ ଶର୍ମା ସୂଚନା ଦେଇଛନ୍ତି।

ଏହି ମାମଲା ରୁଜୁ ହେବା ପରେ ଆଲୋକ ନାଥ୍‌ଙ୍କ ଓକିଲ୍ କହିଛନ୍ତି ଯେ ଆଲୋକ ଏବେ ଅସୁସ୍ଥ ଥିବାରୁ ରୁଜୁ ହୋଇଥିବା ଏହି ଏଫ୍‌ଆଇଆର୍‌ ନେଇ ନିଜ ପକ୍ଷ ରଖି ପାରିବେ ନାହିଁ। ତେବେ ବୀନ୍‌ତାଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ଆଲୋକ ନାଥ୍‌ଙ୍କ ଓକିଲ୍ କହିଛନ୍ତି।

ପୂର୍ବରୁ ସୋଶାଲ୍‌ ମିଡିଆରେ ବୀନ୍‌ତା ନନ୍ଦା ସଙ୍ଗିନ୍‌ ଅଭିଯୋଗ ଆଣିବା ପରେ ବହୁ ଅଭିନେତ୍ରୀ ମଧ୍ୟ ଆଲୋକ ନାଥ୍‌ଙ୍କ ଆଡ଼କୁ ଅନୁରୂପ ଅଙ୍ଗୁଳି ଉଠାଇଥିଲେ। ପରେ ‘ସିନେ ଆଣ୍ଡ୍‌ ଟିଭି ଆର୍ଟିଷ୍ଟ୍‌ ଆସୋସିଏସନ୍‌’(CINTAA) ଏହି ମାମଲାରେ ଆଲୋକ ନାଥଙ୍କୁ ନୋଟିସ୍‌ ପଠାଇ ଜବାବ ମାଗିଥିଲା। 

ଏହା ପରେ ଆଲୋକ ନାଥ ବିନୀତା ନନ୍ଦାଙ୍କ ବିରୋଧରେ ମାନହାନି ମକଦ୍ଦମା କରିଥିଲେ। ଏ ନେଇ ଆଲୋକ୍ ସେତେବେଳେ କହିଥିଲେ, “#metoo  ଅଭିଯାନ ପରେ ମହିଳା ଯାହା କହିବେ, ତା’କୁ ସମସ୍ତେ ସ୍ୱୀକାର କରିବେ। ଏଥିପାଇଁ ମୁଁ ଏହାକୁ ଅଧିକ ଲମ୍ୱା କରିବା ପାଇଁ ଚାହୁଁନାହିଁ।“



from Odisha Reporter https://ift.tt/2qX0ZVz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages