ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ମୁନାଫ ପଟେଲ୍‌ଙ୍କ ଅବସର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 10, 2018

ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ମୁନାଫ ପଟେଲ୍‌ଙ୍କ ଅବସର

ନୂଆଦିଲ୍ଲୀ: ଦୀର୍ଘ ୨୮ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ଭାରତ ୨୦୧୧ରେ ବିଶ୍ୱକପ୍‌ ଜିତିଥିଲା। ଏହି ବିଜୟର ଅନ୍ୟତମ ନାୟକ ତଥା ଭାରତୀୟ ପେସ୍‌ ବାହିନୀର ମଙ୍ଗ ସମ୍ଭାଳିଥିବା ମୁନାଫ ପଟେଲ୍‌ ଆଜି ସବୁ ପ୍ରକାରର କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। ବୟସ ଓ ଫିଟ୍‌ନେସ୍‌ ସମସ୍ୟା ଯୋଗୁ ସେ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଥିବା କହିଛନ୍ତି।

ମୁନାଫ ୨୦୧୧ ବିଶ୍ୱକପ୍‌ ଖେଳିଥିଲେ ହେଁ ଏହାପରେ ଖରାପ ଫର୍ମ ଓ ଫିଟନେସ୍‌ ଯୋଗୁ ତାଙ୍କୁ କ୍ରମାଗତ ଭାବେ ଜାତୀୟ ଦଳକୁ ବାଦ୍‌ ଦିଆଯାଇଥିଲା। ମୁନାଫ ଶେଷଥର ପାଇଁ ୨୦୧୧ରେ ଭାରତ ପକ୍ଷରୁ ଇଂଲଣ୍ଡ ବିରୋଧରେ ଟି-୨୦ ମ୍ୟାଚ୍‌ ଖେଳିଥିଲେ। ସେହିପରି ସେ ଭାରତ ପାଇଁ ୧୩ଟି ଟେଷ୍ଟ, ୭୦ଟି ଦିନିକିଆ ଓ ୩ଟି ଟି-୨୦ରେ ପ୍ରତିନିଧିତ୍ୱ କରିଛନ୍ତି।

ମୁନାଫ କହିଛନ୍ତି, “ ମୁଁ ଯେଉଁମାନଙ୍କ ସହ କ୍ରିକେଟ୍‌ ଖେଳୁଥିଲି ସେମାନେ ସମସ୍ତେ ଅବସର ଘୋଷଣା କରିସାରିଲେଣି। କେବଳ ଧୋନି(ମହେନ୍ଦ୍ର ସିଂହ ଧୋନି) ନିଜର ସନ୍ନ୍ୟାସ ଘୋଷଣା କରି ନାହାନ୍ତି। ତେଣୁ ମୁଁ ଏଭଳି ଅବସର ଘୋଷଣା କରି କୌଣସି ପ୍ରକାରର କଷ୍ଟ ଅନୁଭବ କରୁନାହିଁ କି ଦୁଃଖ କରୁନାହିଁ।

ମୋର ସମସ୍ତ କ୍ରିକେଟ ବନ୍ଧୁଙ୍କ କ୍ୟାରିୟର ସରିଯାଇଛି। ହଁ, ଯଦି ସମସ୍ତେ ଖେଳୁଥାଆନ୍ତେ ଓ ମୁଁ ଅବସର ଘୋଷଣା କରିଥାଆନ୍ତି, ତା’ହେଲେ ଦୁଃଖ ଲାଗିଥାଆନ୍ତା।”

ମୁନାଫ କ୍ରିକେଟ୍‌ରୁ ଅବସର ଘୋଷଣା କରିଥିଲେ ହେଁ ୟୁଏଇରେ ହେଉଥିବା ସ-୧୦ ଲିଗ୍‌ରେ ଭାଗନେବେ ବୋଲି କହିଛନ୍ତି।

ମୁନାଫା ୧୩ଟି ଟେଷ୍ଟରେ ଭାରତ ପାଇଁ ୩୫ଟି ୱିକେଟ୍‌ ନେଇଥିଲେ। ସେହିପରି ୭୦ଟି ଦିନିକିଆରେ ୮୬ଟି ଓ ୩ ଟି-୨୦ ମ୍ୟାଚ୍‌ରେ ୪ଟି ୱିକେଟ୍‌ ନେଇଥିଲେ। ୨୦୧୧ ବିଶ୍ୱକପ୍‌ରେ ମୁନାଫ ତୃତୀୟ ସର୍ବାଧିକ ୱିକେଟ୍‌ ହାସଲ କରିଥିବା ବୋଲର ଥିଲେ।



from Odisha Reporter https://ift.tt/2PSLiwS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages