ମେକ୍ ଇନ୍ ଓଡ଼ିଶା କନକ୍ଲେଭର ଅସଲ ଉଦ୍ଦେଶ୍ୟ ନିର୍ବାଚନୀ ପାଣ୍ଠି ଯୋଗାଡ଼: କଂଗ୍ରେସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 10, 2018

ମେକ୍ ଇନ୍ ଓଡ଼ିଶା କନକ୍ଲେଭର ଅସଲ ଉଦ୍ଦେଶ୍ୟ ନିର୍ବାଚନୀ ପାଣ୍ଠି ଯୋଗାଡ଼: କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ମେକ୍ ଇନ୍ ଓଡିଶା କନକ୍ଲେଭ’ ଆଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳ୍ପପତିଙ୍କଠୁ ନିଜ ଦଳ ପାଇଁ ନିର୍ବାଚନୀ ପାଣ୍ଠି ଯୋଗାଡ଼ କରିବାକୁ ଯୋଜନା କରିଛନ୍ତି ବୋଲି ରାଜ୍ୟ କଂଗ୍ରେସ ଅଭିଯୋଗ କରିଛି।

ପିସିସି ମୁଖ୍ୟାଳୟରେ ଦଳର ମିଡିଆ ସେଲ୍ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ ଓ ମୁଖପାତ୍ର ମନୋଜ ମହାପାତ୍ର ଆଜି ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଗୋଟିଏ ଗୁଳିରେ ଦୁଇଟି ଶିକାର କରିବାକୁ ଚାହୁଁଛନ୍ତି। ମେକ୍ ଇନ୍ ଓଡ଼ିଶା କନକ୍ଲେଭ ଆଳରେ ଗତ ସାଢ଼େ ୧୮ ବର୍ଷ ମଧ୍ୟରେ ରାଜ୍ୟରେ ଶିଳ୍ପାୟନରେ ହୋଇଥିବା ବିଫଳତାକୁ ଲୁଚାଇବା ଓ ଶିଳ୍ପପତିଙ୍କ ଠାରୁ ନିର୍ବାଚନ ପାଣ୍ଠି ଯୋଗାଡ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ମେକ୍ ଇନ୍ ଓଡିଶା କନକ୍ଲେଭ ଦ୍ୱାରା ଓଡିଶାର ଶିଳ୍ପୋଦ୍ୟୋଗ କ୍ଷେତ୍ରରେ ଏକ ବିରାଟ ପରିବର୍ତ୍ତନର ଯେଉଁ ସବୁଜ ଚିତ୍ର ରାଜ୍ୟ ସରକାର ବିଜ୍ଞାପନ ଜରିଆରେ ବାଣ୍ଟୁଛନ୍ତି ତାହା କେବଳ ରାଜ୍ୟବାସୀଙ୍କୁ ଭୁଆଁ ବୁଲାଇବା ପାଇଁ ଉଦ୍ଦିଷ୍ଟ ବୋଲି କଂଗ୍ରେସ କହିଛି।

ରାଜ୍ୟରେ କ୍ଷୁଦ୍ର,ମଧ୍ୟମ ଓ ବୃହତ୍ ଏ ତିନୋଟିଯାକ କ୍ଷେତ୍ରରେ ଶିଳ୍ପ ପ୍ରତିଷ୍ଠା ଓ ବିକାଶ ଦିଗରେ ସରକାର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି। ଏପରିସ୍ଥଳେ ମେକ୍ ଇନ୍ ଓଡିଶା କନକ୍ଲେଭକୁ ନେଇ ସରକାର ରାଜକୋଷର ପଇସାକୁ ଯେଭଳି ପାଣିଭଳି ଖର୍ଚ୍ଚ କରୁଛନ୍ତି, ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ରାଜ୍ୟରେ ମାତ୍ର ୧୮% ଶିଳ୍ପ କାର୍ଯ୍ୟକ୍ଷମ ହୋଇଥିବାବେଳେ ଶିଳ୍ପ ସଚିବ ଦୁଇଦିନ ତଳେ ୬୫% ଶିଳ୍ପ କାର୍ଯ୍ୟକ୍ଷମ ହୋଇଛି ବୋଲି ଗଣମାଧ୍ୟମକୁ ଭୁଲ୍ ତଥ୍ୟ ଦେଇ ବିଭ୍ରାନ୍ତ କରିଛନ୍ତି।

ରାଜ୍ୟରେ ୯୨ଟି ଶିଳ୍ପ ସଂସ୍ଥା ସହ ଏମଓୟୁ ସ୍ୱାକ୍ଷର ହୋଇଛି। ୨୦୧୫ ମସିହା ସୁଦ୍ଧା ରାଜ୍ୟରେ କ୍ଷୁଦ୍ର, ମଧ୍ୟମ ଓ ବୃହତ୍ ଶିଳ୍ପକୁ ମିଶାଇ ମୋଟ୍ ୧୫୩୧୫ ଗୋଟି ଶିଳ୍ପ ସଂସ୍ଥା ବନ୍ଦ ହୋଇ ପଡ଼ିଛି। ସେଗୁଡିକର ପୁନରୁଦ୍ଧାର ବାବଦରେ ସରକାରଙ୍କ ପାଖରେ କୌଣସି ଯୋଜନା ନାହିଁ। ବଜାରର ଚାହିଦା ଓ ଶିଳ୍ପ ସଂସ୍ଥାଗୁଡ଼ିକ ଦ୍ଵାରା ଉତ୍ପାଦିତ ସାମଗ୍ରୀକୁ ଦୃଷ୍ଟିରେ ରଖି ରାଜ୍ୟରେ କେଉଁ ପ୍ରକାରର ଶିଳ୍ପ ପ୍ରତିଷ୍ଠା ହୋଇପାରିବ ତା’ର ଏକ ବିସ୍ତୃତ ଅଧ୍ୟୟନ ରିପୋର୍ଟ ଶିଳ୍ପ ବିଭାଗ ପ୍ରସ୍ତୁତ କରିନଥିବାବେଳେ ଏଭଳି ମେକ୍ ଇନ୍ ଓଡ଼ିଶା କନକ୍ଲେଭ କ’ଣ କେବଳ ରାଜ୍ୟବାସୀଙ୍କୁ ଭୂଆଁ ବୁଲାଇବାକୁ ନୁହେଁ କି ବୋଲି କଂଗ୍ରେସ ପ୍ରଶ୍ନ କରିଛି। ୨୦୦୫-୨୦୧୭ ମସିହା ମଧ୍ୟରେ ରାଜ୍ୟ ସରକାର ଅନୁମୋଦନ କରିଥିବା ୨୭୯ଟି ପ୍ରକଳ୍ପ ମଧ୍ୟରୁ କାହିଁକି ୨୨୦ ଟି ଶିଳ୍ପ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇନାହିଁ ଏବଂ ୭ଟି ସଂସ୍ଥା ଓହରି ଯାଇଛନ୍ତି?

ଯଦି ଶିଳ୍ପ ବିକାଶ ପ୍ରତି ମୁଖ୍ୟମନ୍ତ୍ରୀଙ୍କର ପ୍ରକୃତରେ ଆନ୍ତରିକତା ଅଛି, ତାହେଲେ ଉପରୋକ୍ତ ପ୍ରସଙ୍ଗରେ ବିଫଳତାର ଯେଉଁ ତଥ୍ୟ ଦିଆଯାଇଛି ତା’ର ସ୍ପଷ୍ଟୀକରଣ ଦେବାକୁ ଶିଳ୍ପମନ୍ତ୍ରୀ ଓ ଶିଳ୍ପ ସଚିବଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି କଂଗ୍ରେସ ଦାବି କରିଛି।

ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ରଜନୀ କୁମାର ମହାନ୍ତି, ଦୀପକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

 



from Odisha Reporter https://ift.tt/2PlvZ0g

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages