ଓୱେସି କହିଲେ ଶାହ ହେଉଛି ପାର୍ସୀ ଶବ୍ଦ, ବିଜେପି ଅମିତ୍‌ ଶାହଙ୍କ ନାମ ପରିବର୍ତ୍ତନ କରିବକି ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 12, 2018

ଓୱେସି କହିଲେ ଶାହ ହେଉଛି ପାର୍ସୀ ଶବ୍ଦ, ବିଜେପି ଅମିତ୍‌ ଶାହଙ୍କ ନାମ ପରିବର୍ତ୍ତନ କରିବକି ?

ହାଇଦ୍ରାବାଦ:ଏଆଇଏମ୍‌ଆଇଏମ୍‌ ମୁଖ୍ୟ ଅସଦୁଦ୍ଦିନ୍‌ ଓୱେସି ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ବିଭିନ୍ନ ସହରର ନାମ ପରିବର୍ତ୍ତନ ଓ ଏ ସଂକ୍ରାନ୍ତ ବିଜେପିରି ଆଭିମୁଖ୍ୟକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଡ଼ା ସମାଲୋଚନା କରିଛନ୍ତି ଓୱେସି। ତେଲେଙ୍ଗାନାର ଏକ ନିର୍ବାଚନୀ ସଭାରେ ଯୋଗ ଦେଇ ସେ କହିଛନ୍ତି ଯେ, ବିଜେପି ବିଭିନ୍ନ ସହରର ନାମ ପରିବର୍ତ୍ତନ କରି ଇତିହାସ ବଦଳାଇବାକୁ ଚେଷ୍ଟା କରୁଛି। ଆଉ ମୁସଲିମ୍‌ ଶାସକଙ୍କକ ଯୋଗଦାନକୁ ଵିଲୀନ କରିଦେବାକୁ ଷଡ଼ଯନ୍ତ୍ର କରାଯାଉଛି।

ସହରର ନାମ ପରିର୍ତ୍ତନ ପାଇଁ ତତ୍ପରତା ଦେଖାଉଥିବା ବିଜେପି ତାଙ୍କ ନେତା ଅମିତ୍‌ ଶାହଙ୍କ ନାମ ପରିବର୍ତ୍ତନ କରିବ କି ବୋଲି ସେ ପ୍ରଶ୍ନ କରିଛନ୍ତି ? ଓୱେସି କହିଛନ୍ତି ଯେ, ‘ଶାହ’ ହେଉଛି ପାର୍ଶୀ ଶବ୍ଦ। ତେଣୁ ଦେଖିବାକୁ ବାକି ରହିଲା ବିଜେପି ଶାହଙ୍କ ନାମ ହଟାଉଛି କି ନାହିଁ ? ସେ କହିଛନ୍ତି ଯେ, ବିଜେପି ଭାରତକୁ ମୁସଲମାନ ମୁକ୍ତ କରିବାକୁ ଚାହୁଁଛି।

ଅସଦୁଦ୍ଦିନ୍‌ଙ୍କ ସାନଭାଇ ଅକବରଉଦ୍ଦିନ ଚନ୍ଦ୍ରଗୁଟା ଆସନରୁ ନିର୍ବାଚନ ଲଢ଼ୁଛନ୍ତି। ଭାଇ ପାଇଁ ନିର୍ବାଚନୀ ପ୍ରଚାର ପାଇଁ ଯାଇଥିବା ଓୱେସି ଏମିତି କଥା କହିଛନ୍ତି। ସୂଚନାଯୋଗ୍ୟ ଯେ, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଅନେକ ସହରର ନାମ ପରିବର୍ତ୍ତନ କରିବା ଯୋଜନାରେ ଅଛନ୍ତି। କିଛି ଦିନ ତଳେ ଜଣେ ବିଜେପି ବିଧାୟକ ରାଜା ସିଂହ କହିଥିଲେ ଯେ, ଯଦି ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଜିତେ, ତେବେ ହାଇଦ୍ରାବାଦର ନାମ ପରିବର୍ତ୍ତନ କରାଯାଇ ଭାଗ୍ୟନଗର ରଖାଯିବ ।



from Odisha Reporter https://ift.tt/2zL9Nlo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages