ରାକ୍ଷୀଙ୍କ ଅଣ୍ଟା ଭାଙ୍ଗିଗଲା! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 12, 2018

ରାକ୍ଷୀଙ୍କ ଅଣ୍ଟା ଭାଙ୍ଗିଗଲା!

ନୂଆଦିଲ୍ଲୀ: ସବୁବେଳେ କିଛି ନା କିଛି କାରଣ ପାଇଁ ଚର୍ଚ୍ଚାରେ ରହି ଆସିଥିବା ରାକ୍ଷୀଙ୍କ ଅବସ୍ଥା ଭଲ ନାହିଁ। ସେ ଏବେ ଡାକ୍ତରଖାନାରେ। ଚାଲିଲା ଶଗଡ଼ରେ ହାତ ପୂରେଇବାକୁ ପିଲାବେଳେ ଆମ ଘର ଲୋକ ମନା କରୁଥିଲେ। ରାକ୍ଷୀଙ୍କୁ ବି କେହି ମନା କରିଥିବେ, କିନ୍ତୁ ସେ କିଛି ମାନିଲେନି। ଶେଷରେ ଆଜି ତାଙ୍କର ଏଇ ଅବସ୍ଥା।

ଆପଣ ଭାବୁଥିବେ କିଛି ପବ୍ଲିସିଟି ଷ୍ଟଣ୍ଟ କରିଥିବେ ବୋଧହୁଏ। କିନ୍ତୁ ସେମିତି ଜମା ନୁହେଁ। ବାସ୍ତବରେ ଖେଚେଡାମି କରି କଣ୍ଟ୍ରୋଭର୍ସି କୁଇନ୍‌ ଆଜି ଫଶି ଯାଇଛନ୍ତି।

ଓଲଟାସିଧା କଥା ପାଇଁ ଫ୍ୟାନ୍‌ମାନଙ୍କଠାରୁ ସେ କେବେ ଗାଳି ଖାଇଥାନ୍ତି ତ କେବେ ତାଙ୍କର କୌଣସି କାର୍ଯ୍ୟକଳାପ ପାଇଁ ସମସ୍ତଙ୍କ ଆକ୍ରୋଶର ଶିକାର ହୋଇଥାନ୍ତି।

ସର୍ବଦା ଚର୍ଚ୍ଚାରେ ରହି ଆସିଥିବା ରାଖି ଏଥର କଥା କହି ନୁହେଁ କୁସ୍ତି କରି ଅଡୁଆରେ ପଡ଼ିଛନ୍ତି।
ସୂଚନା ଅନୁସାରେ ରାକ୍ଷୀ ପଞ୍ଚକୁଲାର ତାଉ ଦେବୀଲାଲ୍‌ ଷ୍ଟାଡିୟମ୍‌ରେ ଆୟୋଜିତ ହୋଇଥିବା CWE ରେସ୍‌ଲିଂ ପ୍ରୋଗ୍ରାମ୍‌ରେ ଆହତ ହୋଇଛନ୍ତି। ତାଙ୍କ ଅଣ୍ଟାରେ ଆଘାତ ଲାଗିଥିବାରୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।
ଘଟଣା ଅନୁସାରେ, ଏକ ଦିବସୀୟ CWE ଚାମ୍ପିୟନ୍‌ସିପ୍‌ରେ ଭାଗ ନେବା ପାଇଁ ଏଠାରେ ଆୟୋଜିତ ଅନ୍ତରାଷ୍ଟ୍ରୀୟ ରେସ୍‌ଲିଂ ଖେଳାଳୀ ଦ ଗ୍ରେଟ୍‌ ଖଲ୍ଲୀଙ୍କ ସହିତ ଅନେକ ବଡ଼ ବଡ଼ ରେସଲର୍‌ ଆସି ପହଞ୍ଚିଥିଲେ।

ମହିଳା କୁସ୍ତି ଯୋଦ୍ଧା ରୋବେଲ୍‌ ରିଙ୍ଗ୍‌ ମଧ୍ୟ ପଞ୍ଚକୁଲାରେ ପହଞ୍ଚିବା ପରେ ତାଙ୍କର ସମ୍ମୁଖୀନ ହେବା ପାଇଁ ସେ ପଞ୍ଚକୁଲାର ମହିଳାମାନଙ୍କୁ ଆହ୍ୱାନ କରିଥିଲେ।ରୋବେଲ୍‌ ଚ୍ୟାଲେଞ୍ଜ୍‌ କରି କହିଥିଲେ ଯେ, “ଯଦି ପଞ୍ଚକୁଲାର କୌଣସି ମହିଳା ମଧ୍ୟରେ ଶକ୍ତି ଅଛି, ତେବେ ସେ ମୋ ସହିତ ଆସି କୁସ୍ତି କରନ୍ତ।

ରୋବେଲ୍‌ଙ୍କ ଆହ୍ୱାନକୁ ସ୍ୱୀକାର କରି ରାକ୍ଷୀ ମଇଦାନକୁ ଡେଇଁ ପଡିଥିଲେ। ରାକ୍ଷୀ ପ୍ରଥମେ ରୋବେଲ୍‌ଙ୍କ ପାଖରେ ଡ୍ୟାନ୍ସ୍‌ର ଚାଲେଞ୍ଜ୍‌ ରଖିଥିଲେ। ଚାଲେଞ୍ଜ୍‌ ଅନୁସାରେ, ରୋବେଲ୍‌ ଗୋଟିଏ ଗୀତରେ ରାକ୍ଷୀଙ୍କ ସହିତ ନାଚିଥିଲେ। କିନ୍ତୁ ତୁରନ୍ତ ଗୀତ ସରିବା ପରେ ରୋବେଲ୍‌ ରାକ୍ଷୀଙ୍କୁ କାନ୍ଧରେ ଉଠାଇ ତଳେ କଚାଡ଼ି ଦେଇଥିଲେ।

ତଳେ ପଡ଼ିବା ପରେ ଆଠ ମିନିଟ୍‌ ପର୍ଯ୍ୟନ୍ତ ରାକ୍ଷୀ ରିଙ୍ଗରେ ପଡ଼ି ରହିଥିଲେ। ଏହି ସମୟରେ କିଛି କଳାକାର ଦବଙ୍ଗ୍‌ ଗୀତରେ ନାଚିଥିଲେ। କିନ୍ତୁ ନାଚ ସରିବା ପରେ ମଧ୍ୟ ରାକ୍ଷୀ ରିଙ୍ଗ୍‌ରୁ ଉଠି ପାରି ନ ଥିଲେ। ରାକ୍ଷୀଙ୍କ ଅଣ୍ଟାରେ ଆଘାତ ଲାଗିବା କାରଣରୁ ସେ ଉଠି ପାରୁ ନ ଥିବା କଥା ଜଣାପଡ଼ିଥିଲା ଏବଂ ଦୁଇ ଜଣ ଲୋକ ରାକ୍ଷୀଙ୍କୁ କାନ୍ଧରେ ଉଠାଇ ରିଙ୍ଗ୍‌ ବାହାରକୁ ନେଇଥିଲେ। ପରେ ରାକ୍ଷୀ ଆଘାତ ପାଇବା କଥା ଆୟୋଜକ ସମସ୍ତଙ୍କୁ ଜଣାଇଥିଲେ।
ତାଙ୍କୁ ଏବେ ଜିରକପୁର୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।



from Odisha Reporter https://ift.tt/2T2mzoF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages