ଧନ୍‌ତେରସ୍‌ ସ୍ପେଶାଲ: ଚାହିଦା ନେଇଛି ମୋଦି ଚିତ୍ର ଥିବା ସୁନା ଓ ରୁପା ଟଙ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 5, 2018

ଧନ୍‌ତେରସ୍‌ ସ୍ପେଶାଲ: ଚାହିଦା ନେଇଛି ମୋଦି ଚିତ୍ର ଥିବା ସୁନା ଓ ରୁପା ଟଙ୍କା

narednar-modi988

ନୂଆଦିଲ୍ଲୀ: ଆଜି ଧନ୍‌ତେରସ୍। ଏହି ଦିନରେ ସୁନା ଓ ରୁପା କିଣିବାକୁ ଶୁଭ ମନାଯାଇଥାଏ। କେହି କେହି ଧନ୍‌ତେରସରେ ଗହଣା କିଣିଥାନ୍ତି ତ ଆଉ କିଏ ଲକ୍ଷ୍ମୀ ଓ ଗଣେଶ ପ୍ରତିମୂର୍ତ୍ତି ଥିବା ସୁନା ଓ ରୁପାର ଟଙ୍କା ବା ବିସ୍କୁଟ। ଦୀପାବଳି ଦିନ ଲକ୍ଷ୍ମୀ ଓ ଗଣେଶଙ୍କ ପ୍ରତିମୂର୍ତ୍ତି ଥିବା ଟଙ୍କା ଓ ବିସ୍କୁଟ୍‌ ପୂଜା କରାଯାଇଥାଏ

ଏଥିପାଇଁ ଗହଣା ଦୋକାନୀମାନେ ବିଭିନ୍ନ ଡିଜାଇନ୍‌ର ଗଣେଶ ଓ ଲକ୍ଷ୍ମୀଙ୍କ ପ୍ରତିମୂର୍ତ୍ତି ଥିବା ରୁପା ଓ ସୁନା ଗହଣା ନିର୍ମାଣ କରାଇଥାନ୍ତି। ହେଲେ ଚଳିତ ବର୍ଷ ଏହି ଦେବାଦେବୀଙ୍କ ସହ ଅନ୍ୟ ଏକ ପ୍ରକାର ସୁନା ଓ ରୁପାର ଟଙ୍କା ଏବଂ ବିସ୍କୁଟ୍‌ ଚର୍ଚ୍ଚାର ବିଷୟ ହୋଇଛି। ଏହାକୁ ଲୋକେ ବହୁଳ ମାତ୍ରାରେ କିଣୁଛନ୍ତି ମଧ୍ୟ। ଏବେ ଭାବୁଥିବେ ଏହି ଟଙ୍କା ଓ ବିସ୍କୁଟ୍‌ରେ କାହାର ଛବି ଥିବ। ଏଥିରେ ଆଉ କାହାର ନୁହେଁ, ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଛବି ରହିଛି। ଏହାସହ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କର ଛବି ଥିବା ସୂନା ଓ ରୁପାର ଟଙ୍କା ଓ ବିସ୍କୁଟ୍‌ ମଧ୍ୟ ଗ୍ରାହକମାନେ ବହୁତ କିଣୁଛନ୍ତି।

ନିଜ ବେପାରକୁ ଟିକେ ଅଲଗା କରିବାକୁ ଏପରି ଅଭିନବ ଉପାୟ ଆପଣାଇଛନ୍ତି ସୁରତର ଜଣେ ଗହଣା ଦୋକାନୀ। ସେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରିଥିବା ସୁନା, ରୁପାର ଟଙ୍କା ଓ ବିସ୍କୁଟ୍‌ରେ ଲକ୍ଷ୍ମୀ, ଗଣେଶଙ୍କ ସହ ମୋଦି ଏବଂ ସ୍ୱର୍ଗତ ବାଜପେୟୀଙ୍କ ଛବି ରହିଛି। ବିଶେଷ କରି ବଜାରରେ ମୋଦିଙ୍କ ଛବି ଥିବା ଏହି ଟଙ୍କା ଓ ବିସ୍କୁଟର ଚାହିଦା ମଧ୍ୟ ଦେଖିବାକୁ ମିଳୁଛି। ଗ୍ରାହକମାନେ ଏହାକୁ ନେବା ପାଇଁ ଦୋକାନରେ ଭିଡ଼ ଜମାଉଛନ୍ତି।

ଜଣେ ଗ୍ରାହକ କହିବା ଅନୁସାରେ ମୋଦି ଦେଶ ପାଇଁ ବହୁତ କିଛି କରିଛନ୍ତି। ସେ ଆମ ପାଇଁ ଭଗବାନ ସଦୃଶ। ଏଥିପାଇଁ ଲୋକମାନେ ମୋଦିଙ୍କ ଛବି ଥିବା ଟଙ୍କା ଓ ବିସ୍କୁଟ୍‌ କିଣି ଏହାକୁ ପୂଜା କରିବାକୁ ଚାହୁଁଛନ୍ତି।

ଦୋକାନୀଙ୍କ ତରଫରୁ ହୋଇଥିବା ଏହି ସୁନା ଓ ରୁପାର ଟଙ୍କା ଏବଂ ବିସ୍କୁଟ ୧୦ ଗ୍ରାମରୁ ଆରମ୍ଭ କରି ୧ କିଲୋ ପର୍ଯ୍ୟନ୍ତ ରହିଛି। ଦୋକାନକୁ ଆସୁଥିବା ଗ୍ରାହକଙ୍କ ପାଇଁ ଏହା ଆକର୍ଷଣର କେନ୍ଦ୍ର ପାଲଟିଛି।



from Odisha Reporter https://ift.tt/2qvuDRG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages