ଦିନେ ଆତ୍ମହତ୍ୟା ପାଇଁ ଚିନ୍ତା କରୁଥିଲେ ଏ.ଆର୍‌ ରହମାନ୍‌! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 5, 2018

ଦିନେ ଆତ୍ମହତ୍ୟା ପାଇଁ ଚିନ୍ତା କରୁଥିଲେ ଏ.ଆର୍‌ ରହମାନ୍‌!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ବଲିଉଡ୍‌ର ଲୋକପ୍ରିୟ ସଙ୍ଗୀତଜ୍ଞ ଏଆର୍‌ ରହମାନ୍‌ ବିଶ୍ୱର ଜଣେ ସଫଳ ସଙ୍ଗୀତଜ୍ଞ ଭାବେ ଜଣାଶୁଣା। କେବଳ ଭାରତ ନୁହେଁ, ବିଦେଶରେ ମଧ୍ୟ ତାଙ୍କର ଯଥେଷ୍ଟ ଖ୍ୟାତି ରହିଛି।

ଓସ୍କର ବିଜେତା ରହମାନ୍‌ଙ୍କ ଜୀବନରେ କିନ୍ତୁ ଏମିତି ଏକ ସମୟ ଆସିଥିଲା, ଯେବେ ବଞ୍ଚିବା ପାଇଁ ତାଙ୍କର ସମସ୍ତ ମୋହ ଛାଡ଼ି ଯାଇଥିଲା। ଏପରିକି ସେ ଆତ୍ମହତ୍ୟା କରିବାକୁ ମଧ୍ୟ ଚିନ୍ତା କରୁଥିଲେ। ଗତ ଶନିବାର ଉନ୍ମୋଚିତ ରହମାନ୍‌ଙ୍କ ବାୟୋଗ୍ରାଫି ‘Notes of a Dream: The Authorized Biography of A.R. Rahman’ ରୁ ଏହି ତଥ୍ୟ ସାମ୍ନାକୁ ଆସିଛି।

ରହମାନ୍‌ ଏକ ନିର୍ଦ୍ଦିଷ୍ଟ ସମୟରେ ନିଜକୁ ସବୁଠୁ ଅସଫଳ ବ୍ୟକ୍ତି ବୋଲି ମାନୁଥିଲେ। ଆଉ ଏହି ଭାବନା ତାଙ୍କୁ ଏତେମାତ୍ରାରେ ଭାଙ୍ଗି ଦେଇଥିଲା ଯେ ସେ ‘ଡିପ୍ରେଶନ୍‌’କୁ ଚାଲି ଯାଇଥିଲେ। ଏପରିକି ଏହି ମାନସିକ ଅବସାଦ ଯୋଗୁ ସେ ସେତେବେଳେ ପ୍ରତିଦିନ ଆତ୍ମହତ୍ୟା କରିବାକୁ ଚିନ୍ତା କରୁଥିଲେ। ତେବେ ଜୀବନର ଏହି କଠିନ ସମୟକୁ ଅତିକ୍ରାନ୍ତ କରିଥିବାରୁ ଏବେ ସେ ବେଶ୍‌ ମଜଭୁତ୍‌ ହୋଇପାରିଛନ୍ତି। ବହିରେ  ‘ଏଆର୍’  ନିଜ ଜୀବନର ଏହି ସମୟ ଓ ଅନ୍ୟ ବହୁ ଘଟଣା ସମ୍ପର୍କରେ କହିଛନ୍ତି। ଏହି ବହିକୁ କୃଷ୍ଣା ତ୍ରିଲୋକ ଲେଖିଛନ୍ତି।


ନିଜ ବାୟୋଗ୍ରାଫିରେ ରହମାନ୍‌ କହିଛନ୍ତି ଯେ ତାଙ୍କୁ୨୫ ବର୍ଷ ହେବା ପର୍ଯ୍ୟନ୍ତ ସେ ଆତ୍ମହତ୍ୟାର ଚିନ୍ତା କରୁଥିଲେ। କାରଣ ସେତେବେଳେ ତାଙ୍କ ପିତାଙ୍କର ମୃତ୍ୟୁ ଘଟି ସାରିଥିଲା ଏବଂ ସେ ଏକ ପ୍ରକାରର ଏକା ହୋଇଯାଇଥିଲେ, ନିଜକୁ ବେସାହାରା ମନେ କରୁଥିଲେ। ତାଙ୍କ ସହ ଅନେକ କିଛି ଘଟୁଥିଲା। ଏପରିକି ସେ ଅଧିକ ଫିଲ୍ମ ମଧ୍ୟ କରିପାରୁ ନଥିଲେ। ତାଙ୍କୁ ସେତେବେଳେ ୩୫ଟି ଫିଲ୍ମର ଅଫର ମିଳିଥିଲା, ହେଲେ ସେ ମାତ୍ର ୨ଟିରେ ହିଁ କାମ କରିଥିଲେ। ତେବେ ସମୟକ୍ରମେ ଏହି ଚାପ ଓ ଜୀବନର ଗତିଶୀଳତା ତାଙ୍କୁ ଭୟଶୂନ୍ୟ କରିଦେଇଥିଲା।

ଏହି ପ୍ରସିଦ୍ଧ ସଙ୍ଗୀତଜ୍ଞ ତାଙ୍କ ଜୀବନୀ ପୁସ୍ତକରେ କହିଛନ୍ତି, ମୃତ୍ୟୁ ସୁନିଶ୍ଚିତ । ପୃଥିବୀରେ ଯେଉଁ ବି ଜିନିଷ ଆସୁଛି ତାହାର ଅନ୍ତିମ ତିଥି ମଧ୍ୟ ପୂର୍ବରୁ ନିର୍ଦ୍ଧାରିତ ହୋଇସାରିଛି, ତା’ହେଲେ ଆଉ କ’ଣ ଡର!



from Odisha Reporter https://ift.tt/2QkPGS4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages