କାଲି ଅଭିଜିତ୍ ଆୟରଙ୍କ ପାଇଁ ଶେଷ ସୁଯୋଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 2, 2018

କାଲି ଅଭିଜିତ୍ ଆୟରଙ୍କ ପାଇଁ ଶେଷ ସୁଯୋଗ

abhijit

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଆଜି ବିଧାନସଭା ଗୃହ କମିଟି ସମ୍ମୁଖରେ ଦ୍ୱିତୀୟ ଥର ପାଇଁ ଅଭିଜିତ୍ ଆୟର ମିତ୍ର ହାଜର ହୋଇଥିଲେ। ବିଧାୟକଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ପ୍ରସଙ୍ଗରେ ଅଭିଜିତ କମିଟି ଆଗରେ ହାଜର ହୋଇଥିଲେ। ହେଲେ ନିଜ ସତ୍ୟପାଠ ଦାଖଲ କରିପାରି ନଥିଲେ। ତେଣୁ ଅଭିଜିତ୍ ଆସନ୍ତାକାଲି ପୁଣି ଥରେ ଗୃହ କମିଟି ଆଗରେ ହାଜର ହୋଇ ନିଜ ସତ୍ୟପାଠ ଦାଖଲ କରିବେ।

ଏନେଇ ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି,“ ଅଭିଜିତ୍‌ ଆୟର ମିତ୍ର ଆଜି ବିଧାନସଭା ଗୃହ କମିଟି ନିର୍ଦ୍ଦେଶ ଅନୁସାରେ ବ୍ୟକ୍ତିଗତ ଭାବେ ଉପସ୍ଥିତ ହୋଇ ସତ୍ୟପାଠ  ଦାଖଲ କରିବାର ଥିଲା।  ହେଲେ ସେ ଆଜି ସତ୍ୟପାଠ ଦାଖଲ କରି ନାହାନ୍ତି। ତାଙ୍କ ଓକିଲ ଆଫିଡେଫିଟ୍ ନେଇ ଆସୁଛନ୍ତି କହିବାରୁ  କିଛି ସମୟ ଆମେ ତାଙ୍କ ଓକିଲଙ୍କୁ ଅପେକ୍ଷା କରିଥିଲୁ। ତେବେ ଆଜି ସତ୍ୟପାଠ ଦାଖଲ ହୋଇପାରି ନଥିବାରୁ ଆସନ୍ତାକାଲି ପର୍ଯ୍ୟନ୍ତ ପୁଣି ମୁଲତବୀ ରଖାଯାଇଛି। କାଲି ଦିନ ୧୧ଟା ବେଳେ ସତ୍ୟପାଠ ଦାଖଲ କରିବାକୁ ପୁଣି ନିର୍ଦ୍ଦେଶ ଦିଆଯାଇଛି। ଆଉ ଏହା ଶେଷ ସୁଯୋଗ ବୋଲି  ଆମେ ତାଙ୍କୁ ଜଣାଇ ଦେଇଛୁ।”

ସୂଚନାଯୋଗ୍ୟ, ଗତମାସ ୨୩ ତାରିଖରେ ଅଭିଜିତ୍ ଆୟର ମିତ୍ର ଗୃହ କମିଟି ଆଗରେ ହାଜର ହୋଇ ବୟାନ ରଖିଥିଲେ। ସେ ଦେଇଥିବା ବୟାନକୁ ସତ୍ୟପାଠ ମାଧ୍ୟମରେ ଦାଖଲ କରିବାକୁ ଗୃହ କମିଟି ନିର୍ଦ୍ଦେଶ ଦେଇଥିଲେ।

 



from Odisha Reporter https://ift.tt/2CUhuc6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages