
ନୂଆଦିଲ୍ଲୀ: ପାଠ ଯେତେ ପଢ଼ିଲେ କେବେ ସରେ ନାହିଁ । ପାଠ ପଢ଼ାର କୌଣସି ବୟସ ନ ଥାଏ। ଏହା ଉଦାହରଣ ପାଲଟିଛନ୍ତି କେରଳର କାର୍ତ୍ତିୟାନୀ ଆମ୍ମା। ୯୬ବର୍ଷରେ ଆମ୍ମା କେରଳର ସାକ୍ଷରତା ପରୀକ୍ଷା(Literacy Test)ରେ ୧୦୦ରୁ ୯୮ ପ୍ରତିଶତ ନମ୍ବର ରଖି ଟପର ହୋଇଛନ୍ତି।
ଏହାସହ ଆମ୍ମା ପଞ୍ଚମ ଶ୍ରେଣୀରେ ହୋଇଥିବା ପରୀକ୍ଷାରେ ବି ଭଲ ନମ୍ବର ରଖିଥିଲେ। ଆମ୍ମାଙ୍କ ଏଭଳି ଚମତ୍କାର ପ୍ରଦର୍ଶନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି।
ନଭେମ୍ବର ୧ତାରିଖରେ କେରଳର ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ କନଫରେନ୍ସ ହଲରେ ଆମ୍ମାଙ୍କୁ ଯୋଗ୍ୟତା ପ୍ରମାଣପତ୍ର ଦେଇ ସମ୍ମାନିତ କରିଥିଲେ।
ଏନଡିଟିଭିରେ ସାକ୍ଷାତକାରରେ ଆମ୍ମା କହିଛନ୍ତି,“ ମୁଁ ଯେତେ ଅଧିକ ପାଠ ପଢ଼ିବି, ସେତେ ଭଲ ନମ୍ବର ରଖିବି।”
ସେ ଆହୁରି କହିଛନ୍ତି,“ଛୋଟପିଲାମାନେ ପାଠ ପଢ଼ୁଥିବା ମୁଁ ଦେଖେ। ସେମାନଙ୍କୁ ଦେଖି ମୋର ବି ପାଠ ପଢ଼ିବାକୁ ଇଚ୍ଛା ହୁଏ। ଯେବେ ପିଲାମାନେ ମୋତେ ପାଠ ପଢ଼ିବା ପାଇଁ ପଚାରିଥିଲେ, କାହିଁକି ନୁହେଁ, ମୁଁ ବି ପାଠ ପଢ଼ିବି ବୋଲି କହିଥିଲି।”
ସେ କହିଛନ୍ତି,“ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ି ସାରିବା ପରେ ମୁଁ କମ୍ପ୍ୟୁଟର ଶିଖିବାକୁ ଚାହୁଁଛି। ଫାଙ୍କା ସମୟରେ କମ୍ପ୍ୟୁଟର ଚଲାଇବି ଓ ଟାଇପିଂ କରିବି।”
୯୬ ବର୍ଷରେ ଆମ୍ମା ସୁସ୍ଥ ଅଛନ୍ତି। ସେ ଦିନରେ ଦୁଇ ଥର ଚା’ ପିଇବାକୁ ଭୁଲନ୍ତି ନାହିଁ।
from Odisha Reporter https://ift.tt/2QeO24H
No comments:
Post a Comment