୨କୋଟି ଲୋକ ଦେଖିସାରିଲେଣି ଅକ୍ଷୟ-ରଜନୀକାନ୍ତ ଅଭିନୀତ ୨.୦ର ଟ୍ରେଲର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 3, 2018

୨କୋଟି ଲୋକ ଦେଖିସାରିଲେଣି ଅକ୍ଷୟ-ରଜନୀକାନ୍ତ ଅଭିନୀତ ୨.୦ର ଟ୍ରେଲର

ମୁମ୍ବାଇ: ପ୍ରସିଦ୍ଧ ନିର୍ଦ୍ଦେଶକ ଶଙ୍କରଙ୍କର ବହୁପ୍ରତୀକ୍ଷିତ ଫିଲ୍ମ୨.୦ର ରିଲିଜ୍‌ ତାରିଖ ପାଖେଇ ଆସୁଥିବାବେଳେ ଏହାର ଟ୍ରେଲର ଆଜି ରିଲିଜ୍‌ ହୋଇଛି। ଟେକ୍ନୋଲୋଜି ସମ୍ପର୍କିତ କାହାଣୀକୁ ନେଇ ନିର୍ମିତ ଏହି ଫିଲ୍ମ ୨୦୧୭ ମସିହାରେ ରିଲିଜ୍‌ ହେବାର ଥିଲା, କିନ୍ତୁ କିଛି ଟେକ୍ନିକାଲ୍‌ କାରଣରୁ ଘୁଞ୍ଚିଚାଲିଥିଲା। ଏବେ ଏହା ଚଳିତ ମାସ ୨୯ ତାରିଖରେ ରିଲିଜ୍‌ ହେବା ଚୂଡ଼ାନ୍ତ ହେବା ପରେ ଆଜି ଟ୍ରେଲର ରିଲିଜ୍ ହୋଇଛି।

ଉଭୟ ୩ଡି ଏବଂ ୪ଡି ଅଡିଓ ସହିତ ଚେନ୍ନାଇଠାରେ ଆୟୋଜିତ ଏକ ଭବ୍ୟ ଉତ୍ସବରେ ଏହି ଟ୍ରେଲର ରିଲିଜ୍‌ କରାଯାଇଛି। ମାତ୍ର କିଛି ସମୟରେ ଅକ୍ଷୟ ଏବଂ ରଜନୀଙ୍କ ଫ୍ୟାନ୍‌ ଏହାକୁ ଭାଇରାଲ କରିବାକୁ ଆରମ୍ଭ କରିଛନ୍ତି ଏବଂ ଶେଷଖବର ସୁଦ୍ଧା ଏହାକୁ ୨ କୋଟିରୁ ଊର୍ଦ୍ଧ୍ୱ ଲୋକ ଦେଖିସାରିଲେଣି। ସମଗ୍ର ଫିଲ୍ମ ୩ଡିରେ ଶୁଟିଂ କରାଯାଇଥିବାରୁ ଏହାର ଅସଲି ମଜା ୩ଡିରେ ହିଁ ନିଆଯାଇପାରିବ ବୋଲି ନିର୍ମାତାଙ୍କ ପକ୍ଷରୁ କୁହାଯାଇଛି। ଏପରିକି ୨ ମିନିଟ୍‌ର ଟ୍ରେଲରରେ ଭିଏଫ୍‌ଏକ୍ସ କାମ ପ୍ରଶଂସନୀୟ ହୋଇପାରିଛି, ଯାହାକି ‘ଠଗ୍‌ସ ଅପ୍ ହିନ୍ଦୁସ୍ତାନ’ରେ ସମ୍ଭବ ହୋଇପାରିନଥିଲା।

ଏଥିରେ ଏପରି କିଛି ଦୃଶ୍ୟ ଅଛି ଯାହା ପୂର୍ବରୁ ନିର୍ମିତ ସାଇ-ଫାଇ ବିଭାଗ ଫିଲ୍ମଠାରୁ ଏହାକୁ ଭିନ୍ନ କରିପାରିଛି।



from Odisha Reporter https://ift.tt/2qqLfKc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages