ରାଜ୍ୟ ସରକାରଙ୍କ ଘୋଷଣା: ୯ ଜିଲ୍ଲାର ୨ ଲକ୍ଷରୁ ଊର୍ଦ୍ଧ୍ୱ ହେକ୍ଟର ଜମି ମରୁଡ଼ି ପ୍ରଭାବିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 1, 2018

ରାଜ୍ୟ ସରକାରଙ୍କ ଘୋଷଣା: ୯ ଜିଲ୍ଲାର ୨ ଲକ୍ଷରୁ ଊର୍ଦ୍ଧ୍ୱ ହେକ୍ଟର ଜମି ମରୁଡ଼ି ପ୍ରଭାବିତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର ୯ଟି ଜିଲ୍ଲାର ୬୬ଟି ବ୍ଲକ ଓ ୧୬ ପୌରାଞ୍ଚଳ ମରୁଡ଼ି ଦ୍ୱାରା ପ୍ରଭାବିତ ହୋଇଥିବା ଆଜି ରାଜ୍ୟ ସରକାର ଘୋଷଣା କରିଛନ୍ତି। ମରୁଡ଼ି ଘୋଷିତ ୯ଟି ଜିଲ୍ଲା ହେଉଛି ବରଗଡ଼, ବଲାଙ୍ଗିର, ଦେବଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, ନବରଙ୍ଗପୁର, ନୂଆପଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼।

୧୬ ପୌରାଞ୍ଚଳ ଏବଂ ୬୬ ବ୍ଲକର ୫୬୩୩ଟି ଗାଁରେ ୨ ଲକ୍ଷ ୩୩ ହଜାର ୧୭୩ ହେକ୍ଟର ଜମି ମରୁଡ଼ି ପ୍ରଭାବିତ ଘୋଷିତ ହୋଇଛି। ଏ ସବୁ ଅଞ୍ଚଳଗୁଡ଼ିକରେ ୩୩ ପ୍ରତିଶତରୁ ଅଧିକ ଫସଲହାନି ଘଟିଥିବା ରିପୋର୍ଟରେ କୁହାଯାଇଛି। ମରୁଡ଼ି ଘୋଷଣା ସହ ସଂପୃକ୍ତ ଅଞ୍ଚଳରେ କ୍ଷତିପୂରଣ ଦେବାର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର।

ମରୁଡ଼ି କ୍ଷତିପୂରଣ ନେଇ ଯୁଗ୍ମ ରିଲିଫ୍ କମିଶନର ପ୍ରଭାତ ମହାପାତ୍ର କହିଛନ୍ତି-“ଅଣଜଳସେଚିତ ଜମି ପାଇଁ ହେକ୍ଟର ପିଛା ୬, ୮୦୦ ଟଙ୍କା ଚାଷୀଙ୍କୁ ପ୍ରଦାନ କରାଯିବ। ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୧୩, ୫୦୦ ଟଙ୍କା ଦିଆଯିବ। ବାରମାସୀ ଚାଷ ହେଉଥିବା ଜମି ପାଇଁ ହେକ୍ଟର ପିଛା ୧୮ ହଜାର ଟଙ୍କା ମିଳିବ। ଜିଲ୍ଲାପାଳମାନେ ରିପୋର୍ଟ ଦେଲା ପରେ କ୍ଷତିପୂରଣ ଅର୍ଥ ପ୍ରଦାନ କରାଯିବ।”



from Odisha Reporter https://ift.tt/2Dgyfj0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages