୫ମ ଦିନିକିଆ: ଇଣ୍ଡିଜ୍‌ର ଫ୍ଲପ୍‌ ଶୋ’, ମାତ୍ର ୧୦୪ରେ ଅଲଆଉଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 1, 2018

୫ମ ଦିନିକିଆ: ଇଣ୍ଡିଜ୍‌ର ଫ୍ଲପ୍‌ ଶୋ’, ମାତ୍ର ୧୦୪ରେ ଅଲଆଉଟ୍‌

ଥିରୁଭନନ୍ତପୁରମ୍‌: ସ୍ପିନିଂ ଅଲରାଉଣ୍ଡର୍‌ ରବୀନ୍ଦ୍ର ଜାଡେଜାଙ୍କ ଆଗରେ ୱେଷ୍ଟଇଣ୍ଡିଜ୍‌ ଖେଳାଳି ଏକ ପ୍ରକାରର ଆତ୍ମସମର୍ପଣ କରିଛନ୍ତି। ଜାଡେଜାଙ୍କ ଘାତକ ବୋଲିଂ ଯୋଗୁ ଥିରୁଭନନ୍ତପୁରମ୍‌ ଠାରେ ଚାଲିଥିବା ଭାରତ ବିପକ୍ଷ ଅନ୍ତିମ ତଥା ୫ମ ଦିନିକିଆରେ ଇଣ୍ଡିଜ୍‌ ଦଳ ୩୧.୫ ଓଭର୍‌ରେ ମାତ୍ର ୧୦୪ ରନ୍‌ କରି ଅଲଆଉଟ୍‌ ହୋଇଯାଇଛି। ଫଳରେ ପୂର୍ବରୁ ୨-୧ରେ ଆଗୁଆ ଥିବା ଟିମ୍‌ ଇଣ୍ଡିଆକୁ ଏହି ମ୍ୟାଚ୍‌ ସହ ସିରିଜ୍‌ କବଜା କରିବାକୁ ମାତ୍ର ୧୦୫ ରନ୍‌ର ଟାର୍ଗେଟ ମିଳିଛି।

ଜବାବରେ ଭାରତ ୮ ଓଭରରେ ଶିଖର ଧୱନଙ୍କ ୱିକେଟ ହରାଇ କରିଛି ୩୮ ରନ। କ୍ରିଜ୍‌ରେ ବିରାଟ୍‌ ୧୨ ଓ ଓ ରୋହିତ ୧୮ ରନ୍‌ ଲେଖାଏ କରି ନଟ୍‌ ଆଉଟ୍‌ ରହିଛନ୍ତି।

ଜାଡେଜାଙ୍କ ବ୍ୟତୀତ ଭାରତ ପକ୍ଷରୁ ଖଲୀଲ ଅହମ୍ମଦ ଓ ଯଶପ୍ରୀତ ବୁମ୍ରା ୨ଟି ଲେଖାଏ ୱିକେଟ୍‌ ନେଇଥିବା ବେଳେ ଭୁବନେଶ୍ୱର କୁମାର ଏବଂ କୁଲଦୀପ ଯାଦବ ଗୋଟିଏ ଲେଖାଏ ୱିକେଟ୍‌ ପାଇଛନ୍ତି।

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଇଣ୍ଡିଜ୍‌ ଟିମ୍‌ ପ୍ରଥମରୁ ହିଁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଖାତା ଖୋଲିବା ପୂର୍ବରୁ ଓପନର୍‌ କିଏରନ୍‌ ପାୱେଲ ଏବଂ ନିର୍ଭରଯୋଗ୍ୟ ସାଇ ହୋପ୍‌ ପ୍ୟାଭିଲିୟନ୍‌ ଫେରିଯାଇ ଥିଲେ। ଦଳ ମାତ୍ର ୨ ରନ୍‌ରେ ୨ଟି ୱିକେଟ୍‌ ହରାଇ ସଙ୍କଟରେ ପଡ଼ିଥିଲା। ପାୱେଲଙ୍କୁ ଭୁବନେଶ୍ୱର କୁମାର ଆଉଟ୍‌ କରିଥିବା ବେଳା ହୋପ୍‌କୁ ବୁମ୍ରା ବୋଲ୍ଡ କରିଦେଇଥିଲେ।

ଏହାପରେ ଅଭିଜ୍ଞ ମାର୍ଲନ ସାମୁଏଲ୍ସଙ୍କ ସହ ମିଶି ପ୍ରଥମ ଥର ସିରିଜ୍‌ରେ ଇନିଂସ୍‌ ଓପନ୍‌ କରୁଥିବା ରୋଭମାନ ପାୱେଲ ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଖଲୀଲ ଅହମ୍ମଦ ରୋଭମାନଙ୍କୁ ଆଉଟ କରି ଇଣ୍ଡିଜ୍‌କୁ ବ୍ୟାକ୍‌ଫୁଟ୍‌କୁ ଠେଲି ଦେଇଥିଲେ। ଏହାପରେ ପୂରା ଇଣ୍ଡିଜ୍‌ ଲାଇନ୍‌ ଅପ୍‌ ତାସଘର ଭଳି ଭୁଶୁଡ଼ି ପଡ଼ିଥିଲା। ସାମୁଏଲ୍ସ(୨୪)ଙ୍କୁ ଜାଡେଜା ଆଉଟ୍‌ କରି କମ୍‌ବ୍ୟାକ୍‌ର ଆଶାକୁ ମଉଳାଇ ଦେଇଥିଲେ।

ସାମୁଏଲ୍ସଙ୍କ ବ୍ୟତୀତ ଜାଡେଜା ବିସ୍ଫୋରକ ବ୍ୟାଟ୍ସମ୍ୟାନ ଶିମରନ୍‌ ହେଟମେୟର,କେମୋ ପଲ୍‌,କେମାର ରୋଚ୍‌ ଏବଂ ଓଶାନେ ଟମାସଙ୍କୁ ଆଉଟ୍‌ କରିଥିଲେ। ସେହିପରି ଇଣ୍ଡିଜ୍‌ ଅଧିନାୟକ ଜାସନ୍‌ ହୋଲ୍ଡରଙ୍କ ଖଲୀଲ ଅହମ୍ମଦ ଆଉଟ୍‌ କରିଥିବା ବେଳେ ଫାବିଆନ୍‌ ଆଲେନ୍‌ଙ୍କ ୱିକେଟ୍‌ ବୁମ୍ରା ନେଇଥିଲେ।

ଇଣ୍ଡିଜ୍‌ର ୮ ଜଣ ଖେଳାଳି ଦୁଇ ଅଙ୍କ ଛୁଇଁବାକୁ ମଧ୍ୟ ସକ୍ଷମ ହୋଇ ନଥିଲେ।



from Odisha Reporter https://ift.tt/2JwsYnB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages