ଚାଷୀଙ୍କୁ ରାତିରେ ଭେଟିଲେ, ଆନ୍ଦୋଳନକୁ ସମର୍ଥନ ଜଣାଇଲେ ନିରଞ୍ଜନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 3, 2018

ଚାଷୀଙ୍କୁ ରାତିରେ ଭେଟିଲେ, ଆନ୍ଦୋଳନକୁ ସମର୍ଥନ ଜଣାଇଲେ ନିରଞ୍ଜନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପୂର୍ବରୁ ଚାଷୀଙ୍କ ଆନ୍ଦୋଳନ ରାଜ୍ୟର କ୍ଷମତାସୀନ ବିଜେଡି ସରକାର ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଥିବାବେଳେ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇବା ପାଇଁ ଏବେ ବିଜେପି ଓ କଂଗ୍ରେସ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଚାଲିଛି।

ଗତକାଲି(ଶୁକ୍ରବାର) ରାତିରେ ଆନ୍ଦୋଳନରତ ଚାଷୀଙ୍କୁ ସମର୍ଥନ ଜଣାଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସେମାନଙ୍କ ସହ ପଦଯାତ୍ରାରେ ସାମିଲ ହୋଇ ସେମାନଙ୍କ ସହ ରାତି ବିତାଇଛନ୍ତି। ଯାହାକୁ ନିରଞ୍ଜନ ନିଜେ ସୋଶାଲ ମିଡିଆରେ ଶେୟାର କରିଛନ୍ତି। ଭୁବନେଶ୍ୱରରେ ନଭେମ୍ବର ୫ ତାରିଖରେ ପ୍ରସ୍ତାବିତ ବିଶାଳ ଚାଷୀ ସମାବେଶରେ ସାମିଲ ହେବ ପାଇଁ ପଦଯାତ୍ରାରେ ଯାଜପୁରରୁ ଭୁବନେଶ୍ୱର ଆସୁଥିବା ଚାଷୀଙ୍କୁ କଟକ ନିକଟରେ ଭେଟି ନିରଞ୍ଜନ ନିଜର ସମର୍ଥନ ଜଣାଇଛନ୍ତି। ଆନ୍ଦୋଳନରତ ଚାଷୀଙ୍କ ମନ ଜିଣିବା ପାଇଁ ନିରଞ୍ଜନ ମଧ୍ୟ ସେମାନଙ୍କ ସହ ରାତି ବିତାଇ ବିିଭିନ୍ନ ପ୍ରସଙ୍ଗରେ ନବ ନିର୍ମାଣ କୃଷକ ସଂଗଠନର କର୍ମକର୍ତ୍ତାଙ୍କ ସଙ୍ଗେ ଆଲୋଚନା କରିଥିବା ଜଣାପଡ଼ିଛି। ନିରଞ୍ଜନଙ୍କ ସହ କଟକ କଂଗ୍ରେସର ବରିଷ୍ଠ ନେତା ମହମ୍ମଦ ମୋକିମ୍ ଓ ଅନ୍ୟମାନେ ମଧ୍ୟ ସାମିଲ ହୋଇଥିଲେ।

ଚାଷୀ ଆନ୍ଦୋଳନକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କଟକରେ ସମର୍ଥନ ଜଣାଇଥିବା ବେଳେ ପୂର୍ବରୁ ଯାଜପୁରରୁ ବାହାରିଥିବା ଚାଷୀଙ୍କ ଏହି ପଦଯାତ୍ରାକୁ ବିଭିନ୍ନ ସ୍ଥାନରେ ବିଜେପି ପକ୍ଷରୁ ସମର୍ଥନ ଦିଆଯାଇଥିଲା। ଓଡ଼ିଶାରେ ବିଜେପିର ସମ୍ଭାବ୍ୟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏହି ଚାଷୀ ଆନ୍ଦୋଳନକୁ ସମର୍ଥନ କରି ତାଙ୍କ ଦଳ କ୍ଷମତାକୁ ଆସିଲେ ଚାଷୀଙ୍କ ଋଣ ଛାଡ଼ କରିବ ବୋଲି ଘୋଷଣା କରିସାରିଛନ୍ତି।

ନବ ନିର୍ମାଣ କୃଷକ ସଂଗଠନର ବ୍ୟାନରରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ଦୁର୍ବଳ କରିବା ପାଇଁ ଏହାର ଉପଦେଷ୍ଟା ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ବିଜେଡି ପ୍ରଭାବିତ କରିବାରେ ସକ୍ଷମ ହୋଇଥିଲା। ସୌମ୍ୟଙ୍କୁ ରାତାରାତି ରାଜ୍ୟସଭା ସାଂସଦ ପ୍ରାର୍ଥୀ କରାଇବା ପରେ ଚାଷୀଙ୍କ ପାଇଁ ଚାଲିଥିବା ଆନ୍ଦୋଳନ ବାଟବଣା ହେବାର ଆଶଙ୍କା ରହିଥିଲା। କିନ୍ତୁ କିଛିଦିନର ନିରବତା ପରେ ଚାଷୀମାନେ ପୁଣିଥରେ ସଂଗଠିତ ହୋଇ ନବନିର୍ମାଣ କୃଷକ ସଂଗଠନର ବ୍ୟାନରରେ ନଭେମ୍ବର ୫ତାରିଖରେ ଭୁବନେଶ୍ୱରରେ ବିଶାଳ ସମାବେଶର ଆୟୋଜନ କରିବାକୁ ଯାଉଛନ୍ତି।

ସୌମ୍ୟ ଏବେ ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ ସମ୍ପୂର୍ଣ୍ଣ ନିରବ ରହିଥିବାବେଳେ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇ ସରକାରଙ୍କୁ କାଠଗଡ଼ାରେ ଛିଡ଼ା କରାଉଥିବା ତାଙ୍କ ଦ୍ୱାରା ସମ୍ପାଦିତ ଖବରକାଗଜ ଏବେ ଉକ୍ତ ପ୍ରସଙ୍ଗକୁ ଗୌଣ କରିଦେଇଛି। ସୌମ୍ୟ ମଧ୍ୟ ଚାଷୀଙ୍କ ସ୍ୱାର୍ଥ ପ୍ରସଙ୍ଗରେ ନିଜ ଦଳର ସରକାର ଉପରେ ଚାପ ପକାଇବାକୁ ଉଦ୍ୟମ କରିନାହାନ୍ତି। ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ ବିଜେଡିର ସମ୍ପୂର୍ଣ୍ଣ ନିରବତା ମଧ୍ୟରେ ସୌମ୍ୟଙ୍କ ଭାଇ ନିରଞ୍ଜନ କଂଗ୍ରେସ ରାଜ୍ୟ ସଭାପତି ଭାବେ ଚାଷୀଙ୍କୁ ସମର୍ଥନ ଜଣାଇ ବାଜି ମାରିବାକୁ ଉଦ୍ୟମ କରିଛନ୍ତି। ଚାଷୀଙ୍କ ପ୍ରାଇସ,ପ୍ରେଷ୍ଟିଜ୍ ଓ ପେନସନ୍ ଦାବି ଯଥାର୍ଥ ବୋଲି ନିରଞ୍ଜନ କହିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଦଳର ଆଭିମୁଖ୍ୟ ସ୍ପଷ୍ଟ ହୋଇନି।

ଆଗାମୀ ନିର୍ବାଚନରେ ଚାଷୀଙ୍କ ଭୋଟକୁ କରାଯତ୍ତ କରିବା ପାଇଁ ଉଭୟ ବିଜେପି ଓ କଂଗ୍ରେସ ଜୋରଦାର ପ୍ରୟାସ କରୁଛନ୍ତି। ଏପଟେ ଚାଷୀ ସମାବେଶକୁ ଭଣ୍ଡୁର କରିବା ପାଇଁ ଶାସକ ବିଜେଡି ପକ୍ଷରୁ ପୁଲିସ ମାଧ୍ୟମରେ ବଳପ୍ରୟୋଗ କାର୍ଯ୍ୟ ଜାରି ରହିଛି। ତେବେ ଏସବୁ ଭିତରେ ୫ତାରିଖର ଚାଷୀ ସମାବେଶ ପରେ ଏହି ଚାଷୀମାନେ ବାସ୍ତବରେ ଆଗାମୀ ନିର୍ବାଚନରେ କେଉଁ ଦଳ ପ୍ରତି ନିଜର ସମର୍ଥନ ଜଣାଇବେ, ତାହା ଜଣାପଡ଼ିବ।



from Odisha Reporter https://ift.tt/2SKyCqa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages