ଗାନ୍ଧୀ ଇନ୍‌ଷ୍ଟିଚ୍ୟୁଟ୍ ଫର୍ ଟେକ୍ନୋଲୋଜି (ଗିଫ୍ଟ)ରେ ଆନ୍ତର୍ଜାତିକ ସମ୍ମିଳନୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 3, 2018

ଗାନ୍ଧୀ ଇନ୍‌ଷ୍ଟିଚ୍ୟୁଟ୍ ଫର୍ ଟେକ୍ନୋଲୋଜି (ଗିଫ୍ଟ)ରେ ଆନ୍ତର୍ଜାତିକ ସମ୍ମିଳନୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗାନ୍ଧୀ ଇନ୍‌ଷ୍ଟିଚ୍ୟୁଟ୍ ଫର୍ ଟେକ୍ନୋଲୋଜି (ଗିଫ୍ଟ)ରେ ପ୍ରଥମଥର ପାଇଁ ଅନୁଷ୍ଠିତ ହୋଇଯାଇଛି, ‘ଇଣ୍ଟରନ୍ୟାସନାଲ କନ୍‌ଫରେନ୍ସ ଅନ୍ କମ୍ପ୍ୟୁଟେସନାଲ୍‌ ଇଣ୍ଟେଲିଜେନ୍ସ ଆଣ୍ଡ ଡାଟା ଆନାଲିଟିକ୍’ ବା ଆଇ.ସି.ସି.ଆଇ.ଡି.ଏ. ୨୦୧୮। ଅକ୍ଟୋବର ୨୬ ଓ ୨୭ ତାରିଖ ଦୁଇଦିନ ଧରି ଚାଲିଥିବା ଏହି ସମ୍ମିଳନୀର ଆୟୋଜନ, ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ପ୍ରକାଶନୀ ସଂସ୍ଥା ‘ସ୍ପ୍ରିନ୍‌ଜର୍‌’ର ସହଯୋଗରେ ହୋଇଥିଲା।

ଏଥିରେ ଦେଶ ବିଦେଶରୁ ୭୦ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଭାଗ ନେଇଥିଲେ। ବିଶେଷକରି ତାଇୱାନ୍‌, ସିଙ୍ଗାପୁର ଓ ଚୀନ୍ ପ୍ରଭୃତି ୧୮ଟି ଦେଶରୁ ବହୁ ପ୍ରଫେସର ସାଇଣ୍ଟିଷ୍ଟ ଭାଗନେଇ ସମ୍ମିଳନୀର ମାନ ବୃଦ୍ଧିରେ ସହାୟକ ହୋଇଥିଲେ। ଅନୁଷ୍ଠାନର ଅଧ୍ୟକ୍ଷ ଡଃ. ଏସ୍ କ୍ରିଷ୍ଣାମୋହନ ରାଓ ସମସ୍ତଙ୍କୁ ସମ୍ମିଳନୀକୁ ସ୍ୱାଗତ କରିଥିଲେ। ସଂଯୋଜକ ଡଃ. ସଚ୍ଚିନନ୍ଦନ ମହାନ୍ତି କନଫେରେନ୍ସର ଉପାଦେୟତା ସଂପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ।

ମୁଖ୍ୟଅତିଥି ଭାବେ ପ୍ରଫେସର ସେଂଲେଂ ପେଙ୍ଗ୍‌ ତାଙ୍କର ବକ୍ତବ୍ୟ ରଖିଥିଲେ ଓ ସମ୍ମାନୀତ ଅତିଥି ଭାବେ ଟିସିଏସ୍‌ର ମନୋଜ ପଣ୍ଡା, ସମ୍ମିଳନୀର ଭୁୟସୀ ପ୍ରଶଂସା କରିଥିଲେ। ଗାନ୍ଧୀ ଇନ୍‌ଷ୍ଟିଚ୍ୟୁଟ୍ ଫର୍ ଟେକ୍ନୋଲୋଜି (ଗିଫ୍ଟ)ର ଭାଇସ୍ ଚେୟାରମ୍ୟାନ ଇଂ. ପତିତପାବନ ପଣ୍ଡା ମଧ୍ୟ କମ୍ପ୍ୟୁଟର ବିଭାଗର ଏହି କନ୍‌ଫରେନ୍ସର ପ୍ରଶଂସା କରିଥିଲେ। ଶେଷରେ ଭାଇସ୍ ପ୍ରିନ୍ସିପାଲ ଡଃ. ଆଲୋକ ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।



from Odisha Reporter https://ift.tt/2zqqVwM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages