
ମୁମ୍ବାଇ:ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଡିସେମ୍ବର୨ରେ ଜୋଧପୁରର ଉମେଦ୍ ଭବନରେ ନିକ୍ ଜୋନସ୍ଙ୍କୁ ବିବାହ କରିବେ। ବିବାହରେ ପରିବାର ସହ କିଛି ନିକଟତମ ବନ୍ଧୁ ସାମିଲ୍ ହେବେ। ପାଖାପାଖି ୮୦ ଜଣଙ୍କ ଉପସ୍ଥିତିରେ ଏହି ବିବାହ କାର୍ଯ୍ୟ ସମ୍ପନ୍ନ ହେବ। ବାହାଘରରେ ଯୋଗ ଦେବାକୁ ଆସିଥିବା ଅତିଥିମାନଙ୍କ ପାଇଁ ପ୍ରିୟଙ୍କା ଓ ନିକ୍ ଏକ ଖାସ୍ ଉପହାରର ବନ୍ଦୋବସ୍ତ କରିଛନ୍ତି।
ରିପୋର୍ଟ ମୁତାବକ ପ୍ରିୟଙ୍କା ଅତିଥିମାନଙ୍କୁ ସ୍ୱତନ୍ତ୍ର ଚାନ୍ଦିର କଏନ୍ ଦେବେ। ଏହି କଏନ୍ରେ ଫଟୋ ଏବେ ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଛି। କଏନ୍ର ଗୋଟିଏ ପାର୍ଶ୍ୱରେ ଏନ୍ପି ଲେଖାଯାଇଥିବାବେଳେ ଅପର ପଟେ ଭଗବାନ୍ ଗଣେଶ ଓ ମା’ ଲକ୍ଷ୍ମୀଙ୍କ ପ୍ରତିମୂର୍ତ୍ତିର ଛବି ରହିଛି।
ପ୍ରିୟଙ୍କା ଓ ନିକ୍ ଏପର୍ଯ୍ୟନ୍ତ ସେମାନଙ୍କ ବିବାହ ତାରିଖର ଆନୁଷ୍ଠାନିକ ଘୋଷଣା କରିନାହାନ୍ତି। କିନ୍ତୁ ଗଣମାଧ୍ୟମରେ ତାଙ୍କ ବାହଘର ସମ୍ପର୍କିତ ଅନେକ ତଥ୍ୟ ପ୍ରକାଶ ପାଉଛି। ସୂଚନା ମୁତାବକ ବାହାଘର ଦୁଇଟି ରୀତିନୀତିରେ ଆୟୋଜନ ହେବ। ୨ ତାରିଖରେ ହିନ୍ଦୁ ଓ ୩ ତାରିଖରେ ଖ୍ରୀଷ୍ଟିଆନ୍ ପରମ୍ପରାରେ ଅନୁଷ୍ଠିତ ହେବ। ବାହାଘର ପରେ ଦୁହେଁ ଗ୍ରାଣ୍ଡ୍ ରିସେପ୍ସନ୍ ପାର୍ଟିଦେବେ। ପ୍ରଥମେ ମୁମ୍ବାଇ ଓ ପରେ ଦିଲ୍ଲୀରେ ରିସେପ୍ସନ୍ ପାର୍ଟି ହେବ।
from Odisha Reporter https://ift.tt/2TSDEl3
No comments:
Post a Comment