ଭଉଣୀର ସିନ୍ଦୂର ପୋଛିଲେ ଭାଇ; ଭିଣୋଇକୁ ପିଟି ପିଟି ମାରି ଦେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 27, 2018

ଭଉଣୀର ସିନ୍ଦୂର ପୋଛିଲେ ଭାଇ; ଭିଣୋଇକୁ ପିଟି ପିଟି ମାରି ଦେଲେ

bodydead

କଣ୍ଟାବାଞ୍ଜି (ସୁରଦାସ ବାଗ): ସ୍ୱାମୀସ୍ତ୍ରୀ କଳହରୁ ହତ୍ୟାକାଣ୍ଡ। ଘଟଣାଟି ଘଟିଛି ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ କର୍ଲାବାହାଲି ଗାଁରେ। ଏଠାରେ ଶାଳକର ମାଡ଼ରେ ଭିଣୋଇର ମୃତ୍ୟୁ ଘଟିଛି। ମୃତକଙ୍କ ନାଁ ଦିଲୀପ ଛୁରା।

କଣ୍ଟାବାଞ୍ଜି ପୁଲିସ୍ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଦିଲୀପ ଚାଉଳଶୁଖା ଗାଁର ଗୌରୀଙ୍କୁ ବାହା ହୋଇଥିଲେ। ସେମାନଙ୍କର ଦୁଇଟି ପିଲା ଅଛନ୍ତି। ଗତ ୨୩ ତାରିଖ ଦିନ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏନେଇ ଗୌରୀ ତାଙ୍କ ଭାଇମାନଙ୍କୁ ଜଣାଇଥିଲେ ଓ ଆସି ତାଙ୍କୁ ଘରକୁ ନେଇ ଯିବାକୁ କହିଥିଲେ। ସନ୍ଧ୍ୟାରେ ତାଙ୍କର ଦୁଇ ଭାଇ ଆସିଥିଲେ। ସେମାନେ ଦିଲୀପଙ୍କୁ ଖୁବ୍ ମାଡ଼ ମାରିଥିଲେ। ଏଥିରେ ସେ ଗୁରୁତର ଭାବେ ଆହତ ହୋଇଥିଲେ। ଦିନେ ଦୁଇ ପରେ ଦିଲୀପଙ୍କୁ ତାଙ୍କ ମା’ ଡାକ୍ତରଖାନା ନେଇଥିଲେ। ତାଙ୍କୁ ଡାକ୍ତର ଚିକିତ୍ସା କରିଥିଲେ। ତେବେ ତାଙ୍କୁ ଭଲ ଚିକିତ୍ସା ପାଇଁ ବାହାରକୁ ନେବାକୁ କହିଥିଲେ। ପଇସା ନଥିବାରୁ ଦିଲୀପଙ୍କୁ ତାଙ୍କ ମା’ ବଡ଼ ଡାକ୍ତରଖାନାକୁ ନେଇ ପାରି ନଥିଲେ। ସେ ତାଙ୍କୁ ଘରକୁ ନେଇ ଆସିଥିଲେ। ଗତକାଲି ସକାଳେ ଘରେ ତାଙ୍କର ମୃତ୍ୟୁ ଘଟିଥିଲା।

କଣ୍ଟାବାଞ୍ଜି ଆଇଆଇସି ବିଜୟାନନ୍ଦ କରକରା କହିଛନ୍ତି,“ଘଟଣାର ତଦନ୍ତ କରାଯାଉଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”



from Odisha Reporter https://ift.tt/2Ar5trW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages