‘ବ୍ରହ୍ମ ବିଭ୍ରାଟ ରିପୋର୍ଟ ସାର୍ବଜନୀନ ହେବନି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 23, 2018

‘ବ୍ରହ୍ମ ବିଭ୍ରାଟ ରିପୋର୍ଟ ସାର୍ବଜନୀନ ହେବନି’

pradipta

ପୁରୀ (ମଧୁସୂଦନ ମିଶ୍ର): ଶ୍ରୀମନ୍ଦିର ବ୍ରହ୍ମ ବିଭ୍ରାଟ ମାମଲାରେ ରିପୋର୍ଟ ସାର୍ବଜନୀନ ହେବନି। ଏହା ଏକ ସମ୍ବେଦନଶୀଳ ମାମଲା ହୋଇଥିବାରୁ ସାର୍ବଜନୀନ କରାଯିବ ନାହିଁ। ଆଜି ଏପରି ମନ୍ତବ୍ୟ ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର।

ସେ କହିଛନ୍ତି, “ନୋଟିସ୍ ହୋଇଥିବା ସେବାୟତଙ୍କ ମଧ୍ୟରୁ ୪ ଜଣ ଜବାବ ରଖିଛନ୍ତି। ବ୍ରହ୍ମ ବିଭ୍ରାଟ ମାମଲାରେ ୧୦ ଜଣ ସେବାୟତଙ୍କୁ ନୋଟିସ୍ ହୋଇଥିଲା। ତଦନ୍ତ ଶେଷ ହେବା ପରେ ସମ୍ପୂର୍ଣ୍ଣ ରିପୋର୍ଟ ଆସିବ।”

ସୂଚନାଯୋଗ୍ୟ, ତତ୍କାଳୀନ ମୁଖ୍ୟ ପ୍ରଶାସକଙ୍କ ରିପୋର୍ଟ ଆଧାରରେ ପ୍ରଶାସନ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ରିପୋର୍ଟକୁ ଗଠିତ ସବ୍ କମିଟି ତର୍ଜମା କରିବା ପରେ ୧୦ ଜଣଙ୍କୁ ନୋଟିସ୍ ହୋଇଥିଲା। ଶ୍ରୀଜିଉଙ୍କ ସେବାରେ ବିଭ୍ରାଟ ଓ ବିଳମ୍ବ ଅଭିଯୋଗରେ ନୋଟିସ୍ କରାଯାଇଥିଲା। ୨୦୧୫ ଜୁନ୍ ୧୫ ତାରିଖରେ ଶ୍ରୀଜିଉଙ୍କ ନବକଳେବର ବେଳେ ବ୍ରହ୍ମ ସଂସ୍ଥାପନ ନିଶାର୍ଦ୍ଧରେ ହେବାର ଥିଲା। ହେଲେ ଏଥିରେ ବିଭ୍ରାଟ ଘଟି ଜୁନ୍ ୧୬ରେ ବ୍ରହ୍ମ ସଂସ୍ଥାପନ ହୋଇଥିଲା।



from Odisha Reporter https://ift.tt/2FP95tV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages