
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚୀନ୍ ବାସ୍ତୁ ଶାସ୍ତ୍ର ‘ଫେଙ୍ଗ୍ ସୁଇ’କୁ ଭାରତରେ ଅନେକ ଲୋକ ବିଶ୍ୱାସ କରିଥାନ୍ତି। ଏହା ସହିତ ଘର ଓ ଅଫିସ୍ରେ ଚିନି ବାସ୍ତୁଶାସ୍ତ୍ର ସହିତ ଜଡ଼ିତ ଥିବା ଜିନିଷ ମଧ୍ୟ ବ୍ୟବହାର କରିଥାନ୍ତି। ଏପରି କରିବା ଦ୍ୱାରା ଘରେ ସକାରାତ୍ମର ଶକ୍ତି ଉତ୍ପନ୍ନ ହୋଇଥାଏ ବୋଲି ଲୋକ ବିଶ୍ୱାସ ରହିଛି।
ହିନ୍ଦୁ ଧର୍ମ ଗ୍ରନ୍ଥ ଅନୁସାରେ, ବାସ୍ତୁ ଶାସ୍ତ୍ରର ବ୍ୟବହାର ପ୍ରାଚୀନ କାଳରୁ କରାଯାଇ ଆସୁଛି। ସେହିପରି ଫେଙ୍ଗ୍ ସୁଇ ଟିପ୍ସ୍ ଦ୍ୱାରା ଘରର ବାସ୍ତୁ ଦୋଷକୁ ମଧ୍ୟ ଦୂର କରାଯାଇପାରିବ।
ଫେଙ୍ଗ୍ ସୁଇ ତିନୋଟି ଗୋଡ଼ ଥିବା ବେଙ୍ଗକୁ ଭାଗ୍ୟଶାଳୀ ବୋଲି କୁହାଯାଇଥାଏ। ଆସନ୍ତୁ ଜାଣିବା ଏହାକୁ ଘରେ ରଖିଲେ, କେଉଁ ସବୁ ଲାଭ ମିଳିଥାଏ।
- ତିନୋଟି ଗୋଡ଼ ଥିବା ବେଙ୍ଗ ଘରେ ରଖିବା ଦ୍ୱାରା ଧନଲାଭ ହୋଇଥାଏ ବୋଲି ଚିନି ବାସ୍ତୁ ଶାସ୍ତ୍ରରେ କୁହାଯାଇଛି। ଫେଙ୍ଗ୍ ସୁଇ ଟଙ୍କାକୁ ମୁହଁରେ ଦବାଇ ରଖି ଥିବା ବେଙ୍ଗକୁ ଘରେ ରଖିଲେ, ଭାଗ୍ୟ ଆପଣଙ୍କ ସହିତ ରହିଥାଏ।
- ଫେଙ୍ଗ୍ ସୁଇର ଏହି ବେଙ୍ଗକୁ ଘରର ମୁଖ୍ୟ ଦ୍ୱାରରେ ରଖିବା ଶୁଭ ବୋଲି କୁହାଯାଇଥାଏ।
- କିନ୍ତୁ ଭୁଲ୍ରେ ବି ଏହି ବେଙ୍ଗକୁ ରୋଷେଇ ଘର କିମ୍ୱା ଶୌଚାଳୟରେ ରଖନ୍ତୁ ନାହିଁ। ଏପରି କଲେ ର୍ଦୁଭାଗ୍ୟ ଘୋଟି ଆସିବ।
- ଏହା ବ୍ୟତୀତ ଯଦି ଆପଣ ଫେଙ୍ଗ୍ ସୁଇ ବେଙ୍ଗକୁ ଘରେ ରଖିବା ପାଇଁ ଚାହୁଁଛନ୍ତି, ତେବେ ଭୂମିରେ ରଖନ୍ତୁ ନାହିଁ। ଏହାକୁ କୌଣସି ଉଚ୍ଚା ସ୍ଥାନରେ ଲାଲ୍ କାଗଜ ବା ଲାଲ୍ ରିବନ୍ ଉପରେ ରଖନ୍ତୁ।
from Odisha Reporter https://ift.tt/2r0Hg7m
No comments:
Post a Comment