ହ୍ୱାଟସ୍‌ଆପ୍‌ରେ ଶାଢ଼ି ବିକି କୋଟିପତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 16, 2018

ହ୍ୱାଟସ୍‌ଆପ୍‌ରେ ଶାଢ଼ି ବିକି କୋଟିପତି

ଚେନ୍ନାଇ: ଆପଣମାନେ ହ୍ୱାଟସ୍‌ଆପ୍‌ରେ ଚାଟ୍‌ କରି ସମୟ ଅତିବାହିତ କରିବା ପାଇଁ ପସନ୍ଦ କରିଥାନ୍ତି। ସମୟ କାଟିବା ପାଇଁ ଏବେ ହ୍ୱାଟସ୍‌ଆପ୍‌ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ପାଲଟିଛି।

ବର୍ତ୍ତମାନ ସମୟରେ ହ୍ୱାଟସ୍‌ଆପ୍‌ ପରି ସୋଶାଲ୍‌ ମିଡିଆ କେବଳ ଚାଟ୍‌ କରିବା ପାଇଁ ନୁହେଁ। ଏହାକୁ ବ୍ୟବହାର କରି ଆପଣ ରୋଜଗାର ମଧ୍ୟ ହୋଇପାରିବେ। ଯାହାକୁ ପ୍ରମାଣ କରି ଦେଖାଇଛନ୍ତି ଚେନ୍ନାଇର ଜଣେ ମହିଳା।

ହ୍ୱାଟସ୍‌ଆପ୍‌ ମାଧ୍ୟମରେ ଶାଢ଼ିର ମାର୍କେଟିଂ କରି ମହିଳା ଜଣକ ତିନି ବର୍ଷ ମଧ୍ୟରେ ୨.୫ କୋଟି ଟଙ୍କା ରୋଜଗାର କରିବାରେ ସକ୍ଷମ ହୋଇଛନ୍ତି।

ଆଜ୍ଞା ହଁ, ଆପଣଙ୍କୁ ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ, କିନ୍ତୁ ଏହା ନିରାଟ ସତ।

ସେହି ମହିଳା ଜଣକ ହେଉଛନ୍ତି ଚେନ୍ନାଇର ପ୍ରିୟା। ପ୍ରିୟା କେବଳ ଭାରତ ନୁହେଁ, ଭାରତ ବାହାରେ ମଧ୍ୟ ଶାଢ଼ି ବ୍ୟବସାୟ କରୁଛନ୍ତି। ସବୁ ଗୃହିଣୀଙ୍କ ପାଇଁ ପ୍ରିୟା ଜଣେ ଉଦାହରଣ ପାଲଟିଛନ୍ତି। ତେବେ ଆସନ୍ତୁ ଜାଣିବା ପ୍ରିୟାଙ୍କ ସଫଳତା ପଛର କାହାଣୀ ।

ପ୍ରିୟାଙ୍କ ଶାଶୂ ଘର ଘର ବୁଲି ଶାଢ଼ି ବିକ୍ରି କରୁଥିଲେ। ୨୦୧୪ରେ ତାଙ୍କ ଶାଶୂଙ୍କ ମୃତ୍ୟୁ ପରେ ସେ ଚାକିରି ଛାଡ଼ି ପରିବାରର ଦାୟିତ୍ୱ ନେବେ ବୋଲି ସ୍ଥିର କରିଥିଲେ। କିନ୍ତୁ ଯେବେ ତାଙ୍କ ପରିବାରକୁ ଟଙ୍କାର ଆବଶ୍ୟକତା ପଡ଼ିଥିଲା, ସେ ତାଙ୍କ ଶାଶୂଙ୍କ ବ୍ୟବସାୟକୁ ଆରମ୍ଭ କରିବା ପାଇଁ ଚିନ୍ତା କରିଥିଲେ।
ପ୍ରଥମେ ଶାଢ଼ି ମାର୍କେଟିଂ କରିବା ପାଇଁ ପ୍ରିୟା ସୋଶାଲ୍‌ ମିଡିଆକୁ ବ୍ୟବହାର କରିଥିଲେ। ପ୍ରଥମେ ସେ ନିଜ ସାଙ୍ଗସାଥୀ ଓ ସମ୍ପର୍କିୟଙ୍କୁ ହ୍ୱାଟସ୍‌ଆପ୍‌ରେ ଶାଢ଼ି ବିକ୍ରି କରିବା ଆରମ୍ଭ କରିଥିଲେ।

ଏହାପରେ ଅଧିକରୁ ଅଧିକ ମହିଳା ତାଙ୍କଠାରୁ ଶାଢ଼ି କିଣିବା ଆରମ୍ଭ କରିଥିଲେ। କିନ୍ତୁ ନିଜ ଅଜାଣତରେ ପ୍ରିୟା ଅନେକ ମହିଳାଙ୍କୁ ସ୍ୱାବଲମ୍ବୀ କରିବାରେ ସାହାଯ୍ୟ କରିଥିଲେ। ପ୍ରିୟାଙ୍କଠାରୁ ଶାଢ଼ି କିଣି ଅନେକ ମହିଳା ମଧ୍ୟ ଏହି ବ୍ୟବସାୟ ଆରମ୍ଭ କରିଥିଲେ। ପ୍ରିୟାଙ୍କୁ ଏଥିପାଇଁ ଅନେକ ପ୍ରତିଯୋଗିତାର ସମ୍ମୁଖୀନ ହେବାକୁ ପଡ଼ିଥିଲା ସତ, କିନ୍ତୁ ସେ ହାର୍‌ ମାନି ନ ଥିଲେ।

ଶାଢ଼ି ଖରାପ ପଡ଼ିଲେ, ପ୍ରିୟା ଗ୍ରାହକଙ୍କୁ ରିଟର୍ନ୍‌ରେ ସୁବିଧା ମଧ୍ୟ ଦେଉଥିଲେ। ବର୍ତ୍ତମାନ ପ୍ରିୟାଙ୍କର ଏକ ଶାଢ଼ି ଗୋଦାମ ରହିଛି ଏବଂ ଏସବୁ ପାଇଁ ସେ କୋରିୟର୍‌ ସୁବିଧା ମଧ୍ୟ କରିଛନ୍ତି। କେବଳ ନିଜେ ନୁହେଁ, ଅନେକ ମହିଳାଙ୍କ ସଫଳତାର କାରଣ ପାଲଟିଛନ୍ତି ପ୍ରିୟା। ସୋଶାଲ ମିଡିଆରେ ବିଶ୍ୱାସ ରଖୁଥିବା ସମସ୍ତ ମହିଳାଙ୍କ ପାଇଁ ପ୍ରିୟା ନାରୀଶକ୍ତିର ଏକ ଉଦାହରଣ ପାଲଟିଛନ୍ତି।



from Odisha Reporter https://ift.tt/2zXxZkz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages