ମୋଦିଙ୍କ କ୍ଲିଅରାନ୍ସ ମିଳିବାପରେ ଟ୍ୱିଟ୍‌ କରି ଜଗନ୍ନାଥଙ୍କ ଆଶୀର୍ବାଦ ମାଗିଲେ ଅପରାଜିତା, କହିଲେ ଏମିତି କଥା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 16, 2018

ମୋଦିଙ୍କ କ୍ଲିଅରାନ୍ସ ମିଳିବାପରେ ଟ୍ୱିଟ୍‌ କରି ଜଗନ୍ନାଥଙ୍କ ଆଶୀର୍ବାଦ ମାଗିଲେ ଅପରାଜିତା, କହିଲେ ଏମିତି କଥା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୧୯୯୪ ବ୍ୟାଚ୍‌ ଓଡ଼ିଶା କ୍ୟାଡର୍‌ ଆଇଏଏସ୍‌ ଅପରାଜିତା ଷଡ଼ଙ୍ଗୀଙ୍କ ସ୍ୱେଚ୍ଛାକୃତ ଆବେଦନକୁ ମିଳିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅନୁମୋଦନ। ଆଉ ଏକଥା ନିଜେ ଅପରାଜିତା ଟ୍ୱିଟ୍‌ କରି ଜଣାଇବା ସହିତ ଏଥିପାଇଁ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହିତ ଜଗନ୍ନାଥଙ୍କର ଆଶୀର୍ବାଦ ଏବଂ ଓଡ଼ିଶାବାସୀଙ୍କର ଶୁଭେଚ୍ଛା ମଧ୍ୟ ମାଗିଛନ୍ତି।

୧୧.୧୬ ମନିଟ୍‌ରେ ସେ କରିଥିବା ଏହି ଟ୍ୱିଟ୍‌ରେ କହିଛନ୍ତି, “ପ୍ରଧାନମନ୍ତ୍ରୀ ମୋ ଆବେଦନକୁ ଅନୁମୋଦନ ଦେଇଥିବା ମୁଁ ଏବେଏବେ ଜାଣିବାକୁ ପାଇଲି। ସେ ଏହାକୁ ଗ୍ରହଣ କରିଥିବାରୁ ମୁଁ ତାଙ୍କ ନିକଟରେ କୃତଜ୍ଞ। ମୋର ଆଗାମୀ ଯାତ୍ରା ଉତ୍ସାହଜନକ, ସକାରାତ୍ମକ ଏବଂ ଆଶାବାଦୀ ହେବ। ମୁଁ ଜଗନ୍ନାଥଙ୍କର ଆଶୀର୍ବାଦ ଏବଂ ଆପଣମାନଙ୍କର ଶୁଭେଚ୍ଛା ମଧ୍ୟ ମାଗିଛନ୍ତି।”

ଏହି ଟ୍ୱିଟ୍‌ରୁ ସେ ସ୍ପଷ୍ଟ କରିଦେବାକୁ ଚାହିଁଛନ୍ତି ପ୍ରଶାସନିକ ଜୀବନଠାରୁ ତାଙ୍କର ନୂତନ ଜୀବନ ଭିନ୍ନ ହେବ। ଓଡ଼ିଶାରେ ବିଭିନ୍ନ ଦାୟିତ୍ୱ ତୁଲାଉଥିବା ଅବସରରେ ପ୍ରଶାସନିକ ଜୀବନର ରୀତିମତ ଫାଇଲ ଚାଷ ଭିତରୁ ବାହାରି ବିଭିନ୍ନ ଉନ୍ନୟନମୂଳକ ପଦକ୍ଷେପ ନେଇଥିବା ଅପରାଜିତା ନିଜର ଦ୍ୱିତୀୟ ଇନିଂସ୍‌ରେ ସେସବୁକୁ ଫୁଲ୍‌ ଟାଇମ୍‌ କରିବାର ଇଚ୍ଛା ରଖିଥିବା ଜଣାଯାଉଛି।

ଓଡ଼ିଆଙ୍କ ଆରାଧ୍ୟ ଦେବତା ଏବଂ ଲୋକଙ୍କ ସହଯୋଗ କାମନା କରି ସେ ଏହା ପୂର୍ବରୁ ଆଉ ଏକ ଟ୍ୱିଟ୍‌ ମଧ୍ୟ କରିଥିଲେ। ସେ ଏଥିରେ ଲେଖିଥିଲେ, “ମହାପ୍ରଭୁ ଜଗନ୍ନାଥଙ୍କ ରଥକୁ ସମସ୍ତେ ଟାଣନ୍ତି, କେହି ଜଣେ ନୁହେଁ। ଏକାଠି ପ୍ରୟାସ କଲେ ହିଁ କିଛି ବଡ଼ ସଫଳତା ମିଳିବ। ମୁଁ ନୁହେଁ ଆମେ।”

ସେହିଭଳି ଭାସ୍କର ଶେଖର ରାୟ ନାମକ ଜଣେ ଟ୍ୱିଟର ବ୍ୟବହାରକାରୀ ତାଙ୍କର ଏହି ଟ୍ୱିଟ୍‌ ଥ୍ରେଡ୍‌ରେ ପରାମର୍ଶ ଦେଥିଲେ, “ଜଣେ ଶୁଭେଚ୍ଛୁ ଭାବେ ମୁଁ ଆପଣଙ୍କୁ କହିବାକୁ ଚାହେଁ ଆପଣ ଜଣେ ଦକ୍ଷ ପ୍ରଶାସକ ଭାବରେ ଓଡ଼ିଶାରେ ପରିଚିତ।ଆପଣ ରାଜନୀତିକୁ ଆସିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।ରାଜନୀତି ଗୋଟେ ଗୋଳିଆ ପାଣି ସଦୃଶ ।ତେଣୁ ଭାବିଚିନ୍ତି ପଦକ୍ଷେପ ନିଅନ୍ତୁ।ସମ୍ମାନ କେଉଁଠି ଆଗେ ଭାବନ୍ତୁ।” ଏହାର ଉତ୍ତର ରଖି ଅପରାଜିତା ଲେଖିଥିଲେ, “ମୁଁ ଆହ୍ୱାନ ପାଇଁ ସବୁବେଳେ ପ୍ରସ୍ତୁତ ଥାଏ। ଯଦି ଉଦ୍ଦେଶ୍ୟ ଭଲ ଥିବ ଏବଂ କଠିନ ପରିଶ୍ରମ କରିବାକୁ ଆମେ ପ୍ରସ୍ତୁତ ଥିବା ପୁରା ବ୍ରହ୍ମାଣ୍ଡ ଆମ ସମର୍ଥନରେ ଛିଡ଼ା ହେବ।”

ଅକ୍ଟୋବର ମାସରେ ହିଁ ସେ ଟ୍ୱିଟର ଦୁନିଆକୁ ବା ସାର୍ବଜନୀନ ସୋଶାଲ ମିଡିଆକୁ ଓହ୍ଲାଇଛନ୍ତି। ନଭେମ୍ବର ୪ ତାରିଖରେ ସେ କରିଥିବା ପ୍ରଥମ ଟ୍ୱିଟ୍‌ର ପ୍ରଥମ ଧାଡ଼ି ହିଁ ତାଙ୍କ ରାଜନୀତି କ୍ଷେତ୍ରରେ କିଛି କରି ଦେଖାଇବାର ଇଚ୍ଛାଶକ୍ତିକୁ ଦୃଢ଼ କରିଦେଇଛି। ସେଥିରେ ଲେଖା ଅଛି, “ମୋ ଜୀବନର ଲକ୍ଷ୍ୟ କେବଳ ତିଷ୍ଠି ରହିବା ନୁହେଁ, ବରଂ ସଫଳ ହେବା।”

ସେ ତାଙ୍କର ଏହି ନୂତନ ହ୍ୟାଣ୍ଡଲରଭାବେ କିଛି ସାମ୍ବାଦିକଙ୍କ ଅନୁସରଣ କରୁଥିବାବେଳେ ଏକମାତ୍ର ରାଜନେତାଭାବରେ ଓଡ଼ିଶା ବିଜେପିର ମୁହଁ କୁହାଯାଉଥିବା ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅନୁସରଣ କରୁଛନ୍ତି। ଏହା କିଛି ମାତ୍ରାରେ ଆମର ପୂର୍ବାନୁମାନକୁ ସ୍ପଷ୍ଟ କରିଦେଉଛି।

ପଢ଼ନ୍ତୁ ଅପରାଜିତା ଷଡ଼ଙ୍ଗୀଙ୍କ ରାଜନୀତିକ ଭବିଷ୍ୟତ ବାବଦରେ ଏହି ଖବର।

https://odishareporter.in/odisha/odisha-cadre-ias-officer-all-set-to-take-voluntary-retirement-amid-speculation-that-she-will-join-bjp-301166



from Odisha Reporter https://ift.tt/2RWveYg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages