ସମ୍ଭବତଃ ତମ୍ବୁ ତଳେ ଥିବା ରାମଲାଲାଙ୍କ ଦର୍ଶନ କରିବାପାଇଁ ମୋର ଏହା ଶେଷ ଗସ୍ତ: ଭୈୟାଜୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 20, 2018

ସମ୍ଭବତଃ ତମ୍ବୁ ତଳେ ଥିବା ରାମଲାଲାଙ୍କ ଦର୍ଶନ କରିବାପାଇଁ ମୋର ଏହା ଶେଷ ଗସ୍ତ: ଭୈୟାଜୀ

ଲକ୍ଷ୍ନୌ:ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସ୍‌ଏସ୍‌)ର ସହକାର୍ଯ୍ୟବାହ ଭୈୟାଜୀ ଯୋଶୀ ଅଯୋଧ୍ୟାର ବିବାଦୀୟ ଜମିରେ ତମ୍ବୁ ତଳେ ଅବସ୍ଥାପିତ ଭଗବାନ ଶ୍ରୀରାମ ଚନ୍ଦ୍ରଙ୍କ ମୂର୍ତ୍ତି ଦର୍ଶନ କରିବା ସହିତ ମତ ଦେଇଛନ୍ତି ଏପରି ଅବସ୍ଥାରେ ରାମଲାଲାଙ୍କୁ ଦର୍ଶନ କରିବାପାଇଁ ତାଙ୍କର ଏହି ଗସ୍ତ ସମ୍ଭବତଃ ଶେଷଥର।

ଏହି ଗସ୍ତ ଅବସରରେ ଆହୁରି ମଧ୍ୟ କହିଛନ୍ତି, ପରବର୍ତ୍ତୀ ସମୟରେ ଆସିବା ବେଳକୁ ଭାବୁଛି ଶ୍ରୀରାମଙ୍କ ବୃହତ୍‌ ଏକ ମନ୍ଦିର ଛିଡ଼ା ହୋଇଥିବ। ତାଙ୍କର ଏହି ମନ୍ତବ୍ୟ ବିଜେପି ଉପରେ ଚାପ ପ୍ରୟୋଗ କରିବା ଉଦ୍ଦିଷ୍ଟ ବୋଲି ସ୍ପଷ୍ଟ ହୋଇଛି। କାରଣ ସୁପ୍ରିମ୍‌କୋର୍ଟ ଏହାର ଶୁଣାଣି ଘୁଞ୍ଚାଇ ଚାଲିଥିବାରୁ ଏକ ମାତ୍ର ମାର୍ଗ ହେଉଛି କେନ୍ଦ୍ର ସରକାର ଅର୍ଡିନାନ୍ସ ଆଣିଲେ ଯାଇ ମନ୍ଦିର ହୋଇପାରିବ। ଏହି ଅବସରରେ ଅଯୋଧ୍ୟା ବିବାଦର ଶୀଘ୍ର ସମାଧାନ ପାଇଁ ମଧ୍ୟ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆହ୍ୱାନ କରିଛନ୍ତି।

ଆସନ୍ତା ନଭେମ୍ବର ୨୫ରେ ଅଯୋଧ୍ୟାରେ ଆୟୋଜିତ ହେବାକୁ ଥିବା ଧର୍ମସଭାର ପ୍ରସ୍ତୁତି ଅନୁଧ୍ୟାନ କରିବାକୁ ସେ ଏହି ଗସ୍ତ କରିଛନ୍ତି। ସେ ଧର୍ମ ସଭା ବାବଦରେ କହିଛନ୍ତି ଏହା ହିନ୍ଦୁ ସନ୍ଥମାନଙ୍କ ଦ୍ୱାରା ୨୫ ତାରିଖରେ ଆୟୋଜିତ ହେଉଛି। ତେଣୁ ହିନ୍ଦୁ ହିସାବରେ ଆରଏସ୍‌ଏସ୍‌ର ପ୍ରତ୍ୟେକ ସ୍ୱୟଂସେବକ ଏଥିରେ ଭାଗ ନେଇପାରିବେ।



from Odisha Reporter https://ift.tt/2qYMIHU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages