ନିଜ ଡେଟିଂ ଲାଇଫ୍‌କୁ ନେଇ ଏମିତି କହିଲେ ଜାହ୍ନବୀ କପୁର୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 20, 2018

ନିଜ ଡେଟିଂ ଲାଇଫ୍‌କୁ ନେଇ ଏମିତି କହିଲେ ଜାହ୍ନବୀ କପୁର୍‌

ମୁମ୍ୱାଇ: ବୋନି-ଶ୍ରୀଦେବୀ ତନୟା ଜାହ୍ନବୀ କପୁର୍‌ ଫିଲ୍ମ ‘ଧଡ଼କ’ରୁ ବଲିଉଡ୍‌ରେ ନିଜ କ୍ୟାରିୟର୍‌ ଆରମ୍ଭ କରିଛନ୍ତି। ଜାହ୍ନବୀ ସାହିଦ୍‌ କପୁର୍‌ଙ୍କ ଭାଇ ଇଶାନ୍‌ ଖଟ୍ଟରଙ୍କ ସହି ଡେବ୍ୟୁ କରିଥିଲେ ଏବଂ ଦୁହିଁଙ୍କ ଅଭିନୀତ ଏହି ଫିଲ୍ମକୁ ଦର୍ଶକ ବେଶ୍‌ ପସନ୍ଦ ମଧ୍ୟ କରିଛନ୍ତି।

ନିକଟରେ ଜାହ୍ନବୀ କପୁର୍‌ ବଡ଼ ଭାଇ ଅର୍ଜୁନ୍‌ଙ୍କ ସହ କରନ୍‌ ଜୋହର୍‌ଙ୍କ ଶୋ’ ‘କଫି ୱିଥ୍‌ କରନ୍‌’କୁ ଆସିଥିଲେ। ଏହି ଶୋ’ରେ କରନ୍‌ ଦୁଇ ଭାଇ ଭଉଣୀଙ୍କୁ ଏପରି କିଛି ପ୍ରଶ୍ନ ପଚାରିଥିଲେ, ଯାହାର ଉତ୍ତର ଦେବା ପାଇଁ ଉଭୟେ ଚିନ୍ତାରେ ପଡ଼ି ଯାଇଥିଲେ।

କରନ୍‌ ଦୁହିଁଙ୍କ ଲଭ୍‌ ଲାଇଫ୍‌କୁ ନେଇ ଉଭୟଙ୍କୁ ପ୍ରଶ୍ନ କରିଥିଲେ। କରନ୍‌ ଜାହ୍ନବୀଙ୍କୁ ପଚାରିଥିଲେ ଯେ ସେ ଇଶାନ୍‌ ଖଟ୍ଟରଙ୍କୁ ଡେଟ୍‌ କରୁଛନ୍ତି ନା ନାହିଁ।
ଏହାର ଉତ୍ତରରେ ଜାହ୍ନବୀ ସଫା ସଫା ନା କହିଥିଲେ। ତେବେ ଏହା ପରେ ଅର୍ଜୁନ୍‌ କହିଥିଲେ, “ସେ ଜାହ୍ନବୀଙ୍କୁ ସବୁବେଳେ ଇଶାନ୍‌ଙ୍କ ପାଖରେ ରହୁଥିବା ଦେଖି ଆସୁଛନ୍ତି।”
ଏହାପରେ କରନ୍‌ ଓ ଅର୍ଜୁନ୍ ମିଶି ଜାହ୍ନବୀଙ୍କୁ ଚିଡ଼ାଇବା ପାଇଁ ଚେଷ୍ଟା କରିଥିଲେ।

କରନ୍‌ ଅର୍ଜୁନ୍‌ଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ପ୍ରଶ୍ନ କରିଥିଲେ। କରନ୍‌ କହିଥିଲେ ଯେ ବଲିଉଡ୍‌ରେ ଶୁଣିବାକୁ ମିଳୁଛି, “ଅର୍ଜୁନ୍‌ ନିଜଠାରୁ ୧୨ ବର୍ଷ ବଡ଼ ମଲାଇକା ଅରୋରାଙ୍କୁ ଡେଟ୍‌ କରୁଛନ୍ତି।”
କରନ୍ ଏ ସମ୍ପର୍କରେ ଅର୍ଜୁନ୍‌ଙ୍କୁ ପଚାରିବା ପରେ ଅର୍ଜୁନ୍‌ ଏ ନେଇ ନିରବ ରହିଥିଲେ। କେବଳ ଏତିକି ନୁହେଁ, କରନ୍‌ ଅର୍ଜୁନ୍‌ଙ୍କୁ ତାଙ୍କ ସେକ୍ସ ଲାଇଫ୍‌ ବିଷୟରେ ମଧ୍ୟ ପ୍ରଶ୍ନ କରିଥିଲେ। କିନ୍ତୁ ପାଖରେ ଭଉଣୀ ଥିବାରୁ ଅର୍ଜୁନ୍‌ ଏହି ପ୍ରଶ୍ନର ଉତ୍ତର ମଧ୍ୟ ଦେଇ ପାରି ନ ଥିଲେ।

ଜାହ୍ନବୀ ହେଉଛନ୍ତି ଅର୍ଜୁନ୍‌ଙ୍କ ସାବତ ଭଉଣୀ। କିନ୍ତୁ ଏହି ଶୋ’ରେ ଦୁଇ ଭାଇ ଭଉଣୀଙ୍କ ମଧ୍ୟରେ ଭଲ ବଣ୍ଡିଂ ଥିବା ଦେଖିବାକୁ ମିଳିଥିଲା।



from Odisha Reporter https://ift.tt/2FyHhtw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages