
ପର୍ଥ: ଆସନ୍ତାକାଲିଠାରୁ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଦିନିକିଆ ପର୍ଥରେ ଆରମ୍ଭ ହେବ। ଏହି ୩ ମ୍ୟାଚ୍ ଦିନିକିଆ ସିରିଜ୍ ପୂର୍ବରୁ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ସଭାପତି ଏକାଦଶ ମଧ୍ୟରେ ଏକ ଅଭ୍ୟାସ ମ୍ୟାଚ୍ ହୋଇଥିଲା।
ଏହି ମ୍ୟାଚ୍ରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା କେବଳ ଯେ ପରାସ୍ତ ହୋଇଛି ତାହା ନୁହେଁ ବରଂ ଦଳର ସ୍ପିନ ବୋଲର୍ ଇମ୍ରାନ୍ ତାହିରଙ୍କ ଆଚରଣ ଯୋଗୁ ଅଷ୍ଟ୍ରେଲିଆ କ୍ରିକେଟ୍ ପ୍ରେମୀମାନେ ତାଙ୍କୁ ପଡ଼ିଆ ମଝିରେ ଚିଡ଼ାଇଛନ୍ତି।
ଅଷ୍ଟ୍ରେଲିଆ ସଭାପତି ଏକାଦଶ ଗୋଟିଏ ୱିକେଟ୍ ହରାଇ ୩୫ ରନ୍ କରି ବ୍ୟାଟିଂ କରୁଥିଲା। ଏହି ସମୟରେ ଦଳର ବ୍ୟାଟସ୍ମ୍ୟାନ୍ ଜୋସ ଫିଲପେ ଏକ ବଲ୍କୁ ଖୁବ୍ ଉଚ୍ଚକୁ ମାରିଥିଲେ। ଏହା ଏକ ନୋ ବଲ୍ ହୋଇଥିଲେ ମଧ୍ୟ ଇମ୍ରାନ୍ ଏହାକୁ କ୍ୟାଚ୍ କରି ଲୋକଙ୍କ ଆଗରେ ଉତ୍ସବ ମନାଇବାକୁ ଲାଗିଥିଲେ। ପାକିସ୍ତାନରେ ଜନ୍ମିତ ଏହି ଦକ୍ଷିଣ ଆଫ୍ରିକା କ୍ରିକେଟର୍ ଜଣଙ୍କ କ୍ୟାଚ୍ଟିକୁ ଧରି ଲୋକଙ୍କୁ ତାଚ୍ଛଲ୍ୟ କଲା ଭଳି ଉତ୍ସବ ମନାଇଥିଲେ। ଏପରି କି ତାହିର ଲୋକଙ୍କୁ ନିଜ ଜର୍ସି ପଛରେ ଲେଖାଯାଇଥିବା ନମ୍ବର ଦେଖାଇଥିଲେ। ତାହିର ଲୋକଙ୍କୁ ଚାହିଁ ରହି ଉତ୍ସବ ମନାଉଥିବାରୁ ଏହା ଏକ ନୋ-ବଲ୍ ଥିଲା ବୋଲି ଜାଣିପାରି ନଥିଲେ। ତେବେ କିଛି ସମୟରେ ତାହିର ନିଜ ଭୁଲ ସମ୍ପର୍କରେ ଜାଣିବା ସହ ବଲ୍ଟିକୁ ୱିକେଟ ଆଡ଼କୁ ଫିଙ୍ଗିଥିଲେ ଏବଂ ଖେଳ ଆରମ୍ଭ ହୋଇଥିଲା।
ଏହି ଘଟଣାର ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଛି।
blob:https://ift.tt/2qsKnow
from Odisha Reporter https://ift.tt/2QhUwjc
No comments:
Post a Comment