ବୋଧଗୟାରୁ ଅଷ୍ଟ୍ରେଲୀୟଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 3, 2018

ବୋଧଗୟାରୁ ଅଷ୍ଟ୍ରେଲୀୟଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପାଟନା: ବିହାରର ପ୍ରସିଦ୍ଧ ତୀର୍ଥସ୍ଥାନ ବୋଧଗୟାଠାରେ ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଜଣେ ଅଷ୍ଟ୍ରେଲୀୟଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପୁଲିସ୍‌ର ପ୍ରାଥମିକ ତଦନ୍ତ କହୁଛି ଏହା ଏକ ଆତ୍ମହତ୍ୟା। ତାଙ୍କ ମୃତଦେହ ନିକଟରୁ ମିଳିଥିବା ନୋଟ୍‌ରୁ ଜଣାପଡ଼ିଛି ସେ ଅଷ୍ଟ୍ରେଲୀୟ ଏବଂ ତାଙ୍କ ନାମ ଜନ୍‌ ଜେମ୍‌ସ ଆଲନ୍‌ ହେଲ୍‌ଥ। କିଛି ସ୍ଥାନୀୟ ଲୋକ ସେ ବାଟ ଦେଇ ଯାଉଥିବା ସମୟରେ ଏହି ମୃତଦେହ ଦେଖିବାକୁ ପାଇଥିଲେ।

ଏହି ନୋଟ୍‌ରେ ଏକ ଫୋନ୍‌ ନମ୍ବର ମଧ୍ୟ ଅଛି। ଏବଂ ତାଙ୍କ ଭଉଣୀଙ୍କୁ ଏହି ଆତ୍ମହତ୍ୟା ବାବଦରେ ଜଣାଇଦେବାକୁ ଅନୁରୋଧ କରାଯାଇଛି। ବର୍ତ୍ତମାନ ମୃତଦେହକୁ ପୋଷ୍ଟମର୍ଟମ୍‌ ପାଇଁ ପଠାଯିବା ସହିତ ଏହି ମାମଲାର ତଦନ୍ତ ଆରମ୍ଭ ହୋଇଛି ବୋଲି ଗୟା ଏସ୍‌ପି ଅନୀଲ କୁମାର ସୂଚନା ଦେଇଛନ୍ତି।



from Odisha Reporter https://ift.tt/2OnDtKS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages