
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆମ ଶରୀରର ପ୍ରତ୍ୟେକ ଅଙ୍ଗ ଅନ୍ୟ ଅଙ୍ଗ ଉପରେ ନିର୍ଭରଶୀଳ। କେବଳ ଦେଖିବା କାର୍ଯ୍ୟ କରୁଥିବା ଆଖି,ସେଣ୍ଟ୍ରାଲ୍ ନର୍ଭସ୍ ସିଷ୍ଟମ୍ ସହ ଯୋଡ଼ି ହୋଇ ରହିଛି। ଏଥିପାଇଁ ଯାହା ଶରୀରକୁ ପ୍ରଭାବିତ କରିଥାଏ, ତା’ର ପ୍ରଭାବ ଆଖି ଉପରେ ମଧ୍ୟ ପଡ଼ିଥାଏ। ତେଣୁ ଆଖିରେ କୌଣସି ସମସ୍ୟା ଦେଖାଦେଲେ, ଶରୀରରେ କୌଣସି ବିଶେଷ ରୋଗ ବା ସମସ୍ୟା ହୋଇଥିବା ସମ୍ପର୍କରେ ସୂଚନା ମିଳିଥାଏ। ତେଣୁ ଆପଣଙ୍କ ଆଖିରେ କିଛି ବି ସମସ୍ୟା ହେଲେ, ଏହାକୁ ଅଣଦେଖା କରନ୍ତୁ ନାହିଁ। ମନେ ରଖନ୍ତୁ, ଦୃଷ୍ଟି ଶକ୍ତି ଦୁର୍ବଳ ହେଉଥିଲେ ବା ଆପଣଙ୍କ ଆଖିକୁ ଝାପ୍ସା ଦେଖା ଯାଉଥିଲେ ବ୍ରେନ୍ରେ ଟ୍ୟୁମର୍ ହେବାର ଆଶଙ୍କାକୁ ଏଡ଼ାଇ ଦେଇ ହେବ ନାହିଁ। ଏବେ ଆସନ୍ତୁ ଜାଣିବା, ଆଖିରେ ବିଭିନ୍ନ ସମସ୍ୟା ବା ଦୃଷ୍ଟି ଶକ୍ତି ଦୁର୍ବଳ ହେବା ପଛରେ କେଉଁ ସବୁ ରୋଗର ସମ୍ପର୍କ ରହିଛି।
ବ୍ରେନ୍ ଟ୍ୟୁମର୍
ଆଖିର ଅନେକ ଆକ୍ଟିଭ୍ ନର୍ଭ ମସ୍ତିଷ୍କ ସହିତ ଯୋଡ଼ି ହୋଇ ରହିଥାଏ। ଆଖି ପରୀକ୍ଷା କରିବା ସମୟରେ ଯଦି ଆପଣଙ୍କ ଶରୀରରେ ଥିବା ଆକ୍ଟିଭ୍ ନର୍ଭରେ କୌଣସି ସମସ୍ୟା ଥିବା ଡାକ୍ତର ନୋଟିସ୍ କରୁଛନ୍ତି, ତେବେ ବୁଝିବେ, ଆପଣଙ୍କ ମସ୍ତିଷ୍କରେ କୌଣସି ସମସ୍ୟା ରହିଛି। ଏହା ବ୍ରେନ୍ ଟ୍ୟୁମର୍ କିମ୍ୱା ବ୍ରେନ୍ରେ କୌଣସି ବ୍ଲଡ୍ କ୍ଲଟିଂର ସୂଚନା ଦେଇଥାଏ।
ହାଇ କୋଲଷ୍ଟ୍ରଲ୍
କିଛି ସମୟ ପାଇଁ ଆପଣ ନ ଦେଖି ପାରିବାର ଅର୍ଥ, ଆପଣଙ୍କ ଶରୀରରେ ହାଇ କୋଲଷ୍ଟ୍ରଲ୍ ରହିଛି। ଏହି କାରଣରୁ ଆପଣ ଆଖି ସାମ୍ନାରେ ଅନେକ ଝାପ୍ସା ଦୃଶ୍ୟ ଚଳ ପ୍ରଚଳ ହୁଅନ୍ତି। ହାଇ କୋଲଷ୍ଟ୍ରଲ୍ କାରଣରୁ ସେଠାରେ ରକ୍ତ ସଂଚାଳନ ସଠିକ୍ ଭାବେ ହୋଇ ନ ଥାଏ ଏବଂ ଏପରି ସମସ୍ୟା ସୃଷ୍ଟି ହୁଏ।
ଡାଇବେଟିସ୍
ଆଖିରେ ସମସ୍ୟା ଡାଇବେଟିସ୍ ସମ୍ପର୍କରେ ମଧ୍ୟ ସୂଚନା ଦେଇଥାଏ। ଆଖିକୁ ଝାପ୍ସା ଦେଖାଯିବାର ଅର୍ଥ ଆଖି ସମସ୍ୟା ନୁହେଁ, ବରଂ ଏହା ଡାଇବେଟିସ୍ର କାରଣ ମଧ୍ୟ ହୋଇପାରେ। ଏଥିପାଇଁ ଦୃଷ୍ଟି ଶକ୍ତିରେ କୌଣସି ସମସ୍ୟା ଦେଖାଦେଲେ, ତୁରନ୍ତ ଆଖି ପରୀକ୍ଷା କରନ୍ତୁ।
ନିଦ କମ୍ ଲାଗିବା
ଆପଣଙ୍କ ଆଖି ଲାଲ୍ ଦେଖାଯାଉଛି କିମ୍ୱା ଆଖିରେ ଜଳାପୋଡ଼ା ହେଉଛି, ତେବେ ଏହା ଇନ୍ଫେକସନ୍ ବା ଆପଣ ଠିକ୍ ପରିମାଣରେ ନ ଶୋଇବା କାରଣରୁ ହୋଇଥାଏ।
from Odisha Reporter https://ift.tt/2Dry2t0
No comments:
Post a Comment