
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): ଆଲୋକର ପର୍ବ ଦୀପାବଳି ପାଇଁ ପୁରରୁ ପଲ୍ଲୀ, ସବୁଠି ନିଆରା ଉତ୍ସାହ। ଦୀପାବଳି ପାଇଁ ପ୍ରାୟ ସମସ୍ତେ ନିଜ ଘର, ଦୋକାନ ବା ଅଫିସ୍କୁ ଆଲୋକ ଏବଂ ଫୁଲ ପତ୍ରର ତୋରଣରେ ସଜାଇଥା’ନ୍ତି। କୁହାଯାଏ, ଯେଉଁ ଘର ବା ସ୍ଥାନ ପରିଷ୍କାର ଥିବା ସହ ସାଜସଜା ବେଶ୍ ଆକର୍ଷଣୀୟ ହୋଇଥାଏ, ମା’ ଲକ୍ଷ୍ମୀ ଖୁସି ହୋଇ ସେହି ଘର ବା ସ୍ଥାନକୁ ପ୍ରବେଶ କରନ୍ତି।
ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମା’ ଲକ୍ଷ୍ମୀ ଘରର ମୁଖ୍ୟ ଦ୍ୱାରରେ ଲାଗିଥିବା ତୋରଣରୁ ହିଁ ପ୍ରସନ୍ନ ହୋଇ ଘର ଭିତରକୁ ପ୍ରବେଶ କରନ୍ତି। ଏଣୁ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଦୀପାବଳିରେ ଆପଣ ଘରର ମୁଖ୍ୟ ଦ୍ୱାରରେ ତୋରଣ ଲଗାଇବାବେଳେ ମୁଖ୍ୟ ଦ୍ୱାରର ଦିଗ ସହ ତୋରଣର ରଙ୍ଗ ଓ ଆକାର ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ୍।
ଆସନ୍ତୁ ଜାଣିବା, ଦୀପାବଳିରେ ତୋରଣ ଲଗାଇବା ପାଇଁ କିଛି ଟିପ୍ସ।
ଯଦି ଆପଣଙ୍କ ଘରର ମୁଖ୍ୟ ଦ୍ୱାର ପୂର୍ବ ଦିଗରେ ଅଛି, ତେବେ ସବୁଜ ରଙ୍ଗର ଫୁଲ ଓ ପତ୍ରଯୁକ୍ତ ତୋରଣ ଲଗାନ୍ତୁ। ଆପଣଙ୍କ ଘରକୁ ସୁଖ ଓ ସମୃଦ୍ଧି ଆସିବ।
ଘରର ମୁଖ୍ୟ ଦ୍ୱାର ଉତ୍ତରରେ ଥିଲେ, ନୀଳ ଓ ଆକାଶୀ ରଙ୍ଗର ଫୁଲରେ ତୋରଣ ସଜାନ୍ତୁ। ଏହା ଅତ୍ୟନ୍ତ ଶୁଭଦାୟକ ହେବ।
ଯଦି ଘରର ପ୍ରବେଶ ଦ୍ୱାର ଦକ୍ଷିଣ ଦିଗରେ ଅଛି, ତେବେ ଲାଲ କିମ୍ବା ନାରଙ୍ଗୀ ରଙ୍ଗର ତୋରଣ ସଜାନ୍ତୁ, ମା’ ଲକ୍ଷ୍ମୀ ପ୍ରସନ୍ନ ହେବେ।
ପଶ୍ଚିମ ଦିଗରେ ଥିବା ଘରର ମୁଖ୍ୟ ଦ୍ୱାର ପାଇଁ ହଳଦିଆ ରଙ୍ଗ ଫୁଲର ତୋରଣ ଲଗାଇଲେ, ଘରର ଉନ୍ନତି ହେବା ସହ ସୁଖ ଓ ସମୃଦ୍ଧି ଆସିଥାଏ।
ଧ୍ୟାନ ଦିଅନ୍ତୁ, ଯେପରି ଆପଣ ପୂର୍ବ ଏବଂ ଦକ୍ଷିଣ ଦ୍ୱାରରେ କୌଣସି ଧାତୁର ତୋରଣ ଲଗାଇବେ ନାହିଁ। ଏହା ଅଶୁଭ ହୋଇଥାଏ। କିନ୍ତୁ ପଶ୍ଚିମ ଓ ଉତ୍ତର ଦିଗର ଦ୍ୱାରରେ ଧାତୁ ନିର୍ମିତ ତୋରଣ ଲଗାଯାଇପାରିବ।
ସେହିଭଳି ଉତ୍ତର, ପୂର୍ବ ଓ ଦକ୍ଷିଣ ଦିଗରେ ଥିବା ପ୍ରବେଶ ଦ୍ୱାରରେ କାଠ ନିର୍ମିତ ତୋରଣ ଲଗାଯାଇପାରିବ। କିନ୍ତୁ ଦକ୍ଷିଣ ପଶ୍ଚିମ ଦିଗରେ କାଠ ନିର୍ମିତ ତୋରଣ ଲଗାନ୍ତୁ ନାହିଁ, ଏହା ଘରର ଅମଙ୍ଗଳ କରିଥାଏ। ଏ ଦିଗରେ ଫୁଲର ତୋରଣ ଲଗାଇବା ଅତ୍ୟନ୍ତ ଶୁଭଦାୟକ।
from Odisha Reporter https://ift.tt/2zzuuAP
No comments:
Post a Comment