‘ରାଜ୍ୟକୁ ୪ ଲକ୍ଷ ୧୯ ହଜାର ୫୭୪ କୋଟିର ପୁଞ୍ଜି ନିବେଶ ପ୍ରସ୍ତାବ ଆସିଛି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 13, 2018

‘ରାଜ୍ୟକୁ ୪ ଲକ୍ଷ ୧୯ ହଜାର ୫୭୪ କୋଟିର ପୁଞ୍ଜି ନିବେଶ ପ୍ରସ୍ତାବ ଆସିଛି’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ’-୨୦୧୮ରେ ରାଜ୍ୟକୁ ୪ ଲକ୍ଷ ୧୯ ହଜାର ୫୭୪ କୋଟିର ପୁଞ୍ଜି ନିବେଶ ପ୍ରସ୍ତାବ ଆସିଛି। ୧୫ଟି ସେକ୍ଟରରେ ପୁଞ୍ଜି ନିବେଶ ଲାଗି ବିଭିନ୍ନ କମ୍ପାନୀ ପକ୍ଷରୁ ପ୍ରସ୍ତାବ ମିଳିଛି। ଏହାଦ୍ୱାରା ରାଜ୍ୟରେ ୫ ଲକ୍ଷ ୯୧ ହଜାର ଅତିରିକ୍ତ ନିଯୁକ୍ତି ସମ୍ଭାବନା ସୃଷ୍ଟି ହୋଇଛି। ‘ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍’ ଅବସରରେ ଆଜି ଅଭିଭାଷଣ ରଖି ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଏଥର ‘ମେକ୍ ଇନ୍‌ ଓଡ଼ିଶା କନକ୍ଲେଭ’ରେ ଭାରତ ବାହାରୁ ୧୯ଟି ଦେଶର ପ୍ରତିନିଧି ଯୋଗ ଦେଇଥିଲେ। ସେହିଭଳି ବହୁ ମହିଳା ଓ ଯୁବ ଉଦ୍ୟୋଗୀ ଯୋଗ ଦେଇଥିବାରୁ କନକ୍ଲେଭ ସମ୍ପୂର୍ଣ୍ଣ ସଫଳ ହୋଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହାସହ ଆସନ୍ତା ୨୦୨୦ ନଭେମ୍ବର ୩୦ରେ ‘ମେକ୍‌ ଇନ୍‌ ଓଡ଼ିଶା’ର ୩ୟ ସଂସ୍କରଣ ଆୟୋଜନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

“ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ”ରେ ଯୋଗଦେବା ପାଇଁ ଇଟାଲୀ, ଜର୍ମାନୀ, ଚୀନ୍, ସାଉଦି ଆରବ, ୟୁଏଇ, ସାଉଥ୍ କୋରିଆକୁ ନିମନ୍ତ୍ରଣ ଦିଆଯାଇଥିଲା। ହେଲେ ଏହି ୬ଟି ଦେଶର କୌଣସି ଗୋଟିଏ ହେଲେ କମ୍ପାନୀ କନକ୍ଲେଭରେ ଯୋଗ ଦେଇନାହାନ୍ତି। ତେବେ ଜାପାନ ଓଡ଼ିଶାର ସହଯୋଗୀ ରାଷ୍ଟ୍ର ଥିବା ବେଳେ ଥାଇଲାଣ୍ଡ, ତାଇୱାନ୍ ଓ ନେଦରଲାଣ୍ଡ୍‌ସର କମ୍ପାନୀ କନ୍‌କ୍ଲେଭରେ ଯୋଗ ଦେଇଛନ୍ତି।



from Odisha Reporter https://ift.tt/2qICbAr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages