ଏବେ ନେତାଗିରିରେ ମାତିଛନ୍ତି ଭୂତପୂର୍ବ ହାକିମ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 13, 2018

ଏବେ ନେତାଗିରିରେ ମାତିଛନ୍ତି ଭୂତପୂର୍ବ ହାକିମ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଶାସକରୁ ନେତା ପାଲଟିଥିବା ଜଣେ ପୂର୍ବତନ ଅଫିସର କୁଆଡ଼େ ଏବେ କୁଆଡ଼େ ନବୀନ ନିବାସରେ ଡେରା ପକାଇ ନେତାଗିରି ଦେଖାଉଛନ୍ତି ବୋଲି ଚର୍ଚ୍ଚା।

ଶୁଣିବାକୁ ମିଳୁଛି, ବିଜେଡିର ତୁଣ୍ଡ ଭାବେ ନିଯୁକ୍ତି ପାଇଥିବା ଏହି ବାବୁ କୁଆଡ଼େ ନିଜର ଏକ ଟିମ୍ ଗଢ଼ିଛନ୍ତି। ଦଳର ଯୁବନେତା ଓ ନେତ୍ରୀମାନଙ୍କୁ ସେ ଟିମରେ ସାମିଲ କରି ଏକ ସମାନ୍ତରାଳ କ୍ଷମତାକେନ୍ଦ୍ର ହେବାକୁ କୁଆଡ଼େ ପ୍ରୟାସ ଆରମ୍ଭ କରିଛନ୍ତି। ଦଳର ଅନ୍ୟ ନେତାମାନଙ୍କ ସହ ପରାମର୍ଶ ନକରି ସେ ଗଢ଼ିଥିବା ଟିମଟି କୁଆଡ଼େ ଏବେ ବିଜେଡି ସୁପ୍ରିମୋଙ୍କ ଅନୁମୋଦନ ଅପେକ୍ଷାରେ ରହିଛି। ଏହି ଟିମ୍ କୁଆଡ଼େ ସାଧାରଣ ନିର୍ବାଚନ ପାଇଁ ଦଳ ସପକ୍ଷରେ ପରିବେଶ ତିଆରି କରାଇବ। ବିଶେଷକରି ଯୁବ ଭୋଟରଙ୍କୁ ପ୍ରଭାବିତ କରିବାରେ କୁଆଡ଼େ ଏହି ବାବୁଙ୍କ ଟିମ୍ ଅଧିକ ସକ୍ଷମ ହେବ ବୋଲି ସେ ତୃତୀୟ ମହଲାକୁ ବୁଝାଇ ଦେଇଛନ୍ତି। ସୋଶାଲ ମିଡିଆରେ ପ୍ରଚାରପ୍ରସାର କରାଇବାରେ ତାଙ୍କ ଟିମ ବିଶେଷ ସହାୟକ ହେବ ବୋଲି ବୁଝାଇଛନ୍ତି।

ଚର୍ଚ୍ଚା ହେଉଛି, ଏହି ବାବୁ ଦଳରେ ମିଶିବା ପରେ ତାଙ୍କୁ ଏକ ବୃହତ୍ ଟେକନିକାଲ ଟିମ୍ ଦିଆଯାଇଛି। ପୂର୍ବରୁ ଜଣେ ସ୍ୱତନ୍ତ୍ର ସଚିବ ପାହ୍ୟାର ଅଫିସରଙ୍କ(ଆଇଏଏସ କି ଓଏଏସ ନୁହେଁ) ନେତୃତ୍ୱରେ ଏହି ଟିମ୍ କାର୍ଯ୍ୟ କରୁଥିଲା। ଏବେ ନବୀନ ନିବାସରେ ତମ୍ବୁ ପକାଇ ସେହି ଟିମ୍ କୁଆଡ଼େ ସେଠାରେ ବିିଭିନ୍ନ ସରକାରୀ ସ୍କିମରୁ କିଭଳି ରାଜନୀତିକ ଫାଇଦା ନେଇହେବ, ତା’ର ରୂପରେଖ ପ୍ରସ୍ତୁତ କରୁଛି। ଆଉ ମାତ୍ର କିଛିବର୍ଷ ପୂର୍ବରୁ ସରକାରୀ ଯୋଜନାର ଦୁରୂପଯୋଗ ମାମଲା ସବୁ ଖୋଜି ସରକାରଙ୍କୁ କଡ଼ା ସମାଲୋଚନା କରୁଥିବା ସମ୍ପୃକ୍ତ ବାବୁ କୁଆଡ଼େ ଏବେ ସରକାରୀ ସ୍କିମଗୁଡ଼ିକର ପାଣ୍ଠିକୁ ଦଳୀୟ କାର୍ଯ୍ୟରେ ଉପଯୋଗ କରାଗଲେ ମଧ୍ୟ ତାହା କିଭଳି ଆଇନସମ୍ମତ ହୋଇପାରିବ ତା’ର ରଣନୀତି ତିଆରି କରୁଛନ୍ତି।

ନିର୍ବାଚନ ପରିଚାଳନାରେ ବିଜେଡି କୁଆଡ଼େ ଏହି ବାବୁଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇପାରେ। କିନ୍ତୁ ଏହି ବାବୁ କ୍ଷମତା ଉପଭୋଗ କରିବା ନିଶାରେ ଏବେ ଯେଉଁ ସ୍ପିଡରେ ଚାଲିଛନ୍ତି ସମ୍ଭବତଃ ନିର୍ବାଚନ ବେଳକୁ ସେ ଦଳରେ ସମ୍ପୂର୍ଣ୍ଣ ଅଲୋଡ଼ା ହେବାର ଆଶଙ୍କାକୁ ବି ଏଡ଼ାଇ ହେବନି। କାରଣ ନବୀନ ନିବାସରେ ତମ୍ବୁ ତଳେ ବସୁଥିବା ଏକ ବିରାଟ ଟିମର ନେତୃତ୍ୱ ନେଇ ସେ ଏବେ ବିଭିନ୍ନ କାର୍ଯ୍ୟର ଯାଞ୍ଚ କରୁଥିଲେ ମଧ୍ୟ ପୁଣି ଦଳୀୟ ଭିତ୍ତିରେ ପୁଣି ଏକ ଟିମ୍ ଗଠନ ପାଇଁ କୁଆଡ଼େ ବିଜେଡିରେ ଥିବା ନେତାମାନଙ୍କୁ ଡାକି ସାକ୍ଷାତକାର ନେଉଛନ୍ତି।

ବାବୁଙ୍କ ଏଭଳି କାର୍ଯ୍ୟଶୈଳୀ ସମ୍ପର୍କରେ କିଛି କଥା କୁଆଡ଼େ ନବୀନ ନିବାସର କିଛି କର୍ମଚାରୀ ତୃତୀୟ ମହଲା ବାବୁଙ୍କ କାନରେ ପକାଇଛନ୍ତି। ଦଳୀୟ ଭିତ୍ତିରେ ଟିମ୍ ଗଢ଼ି ନିଜକୁ ପାୱାରଫୁଲ୍ ଦେଖାଇବା ପାଇଁ ବାବୁ ଯେଉଁ ତାଲିକା ପ୍ରସ୍ତୁତ କରିଛନ୍ତି ତାକୁ ଅନୁମୋଦନ ମିଳିବ ନା ସେଥିରେ ତୃତୀୟ ମହଲା କିଛି ଏପଟସେପଟ କରିବ, ତାକୁ ନେଇ ଚର୍ଚ୍ଚା।



from Odisha Reporter https://ift.tt/2T9Y6xx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages