ଦୁର୍ଘଟଣାର ୪୫ ସେକେଣ୍ଡ ଆଗରୁ ବର୍ତ୍ତିଗଲେ ୨ ଇଣ୍ଡିଗୋ ବିମାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 1, 2018

ଦୁର୍ଘଟଣାର ୪୫ ସେକେଣ୍ଡ ଆଗରୁ ବର୍ତ୍ତିଗଲେ ୨ ଇଣ୍ଡିଗୋ ବିମାନ

ଗୁଆହାଟୀ: ମାତ୍ର କିଛି ସେକେଣ୍ଡରେ କିଭଳି ମୃତ୍ୟୁକୁ ଆଡ଼େଇ ଦିଆଯାଇପାରେ ତାହାର ଜ୍ଜ୍ୱଳନ୍ତ ଉଦାହାରଣ ଦେଖିବାକୁ ମିଳିଛି ଭାରତ ବାଂଲାଦେଶ ସୀମା ନିକଟବର୍ତ୍ତୀ ମଝି ଆକାଶରେ ଏଡ଼ାଇ ଦିଆଯାପାରିଥିବା ଏକ ଦୁର୍ଘଟଣାରେ। ଦୁଇଗୋଟି ଇଣ୍ଡିଗୋ ବିମାନ ସମାନ ସ୍ତରରେ ଯାଉଥିଲେ ଏବଂ ପରସ୍ପର ଭିତରେ ମାଡ଼ ହେବା ନିଶ୍ଚିତ ଥିଲେ ମଧ୍ୟ ଅଳ୍ପକେ ବର୍ତ୍ତିଯାଇଥିବା ସୂଚନା ଦେଇଛନ୍ତି ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ।

ଦୁଇ ବିମାନ ପରସ୍ପର ସହିତ ମାଡ଼ ହେବାର ୪୫ ସେକେଣ୍ଡ ଆଗରୁ କୋଲକତାର ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲ ପକ୍ଷରୁ ଗୋଟିଏ ବିମାନକୁ ଡାହାଣକୁ ମୋଡ଼ ନେବାକୁ କୁହାଯିବାପରେ ଏହି ବିପଦ ଟଳିଯାଇପାରିଛି। ଏଥିରୁ ଗୋଟିଏ ଚେନ୍ନାଇରୁ ଗୁଆହାଟୀ ଏବଂ ଅନ୍ୟଟି ଗୁଆହାଟୀରୁ କୋଲକାତା ଯାଉଥିଲା।

ସନ୍ଧ୍ୟା ୫.୧୦ ବେଳେ ପରସ୍ପର ସହିତ ମାଡ଼ ହେବାର ସ୍ଥିତି ଉପୁଜିଥିଲା। ଏହି ସମୟରେ କୋଲକତା ଯାଉଥିବା ବିମାନ ୩୬ ହଜାର ଫୁଟ ଉଚ୍ଚରେ ବାଂଲାଦେଶ ଏୟାର ସ୍ପେଶ୍‌ରେ ଉଡ଼ୁଥିଲା ଏବଂ ଅନ୍ୟଟି ୩୫,୦୦୦ ଫୁଟ ଉଚ୍ଚରେ ଭାରତୀୟ ଏୟାର ସ୍ପେଶ୍‌ରେ ଉଡ଼ୁଥିଲା। ଜଣେ ଏଟିସି ଅଧିକାରୀ ଏହା ଦେଖିବା କ୍ଷଣି ତୁରନ୍ତ ଚେନ୍ନାଇ-ଗୁଆହାଟୀ ବିମାନକୁ ଡାହାଣକୁ ମୋଡ଼ ନେବାକୁ କହିଥିଲେ।

ଏହାର ତଦନ୍ତ ହେବ ବୋଲି ବିମାନ କର୍ତ୍ତପକ୍ଷ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଏଭଳି ସ୍ଥିତିରେ ବିମାନରେ ଥିବା ଏୟାରବୋର୍ଣ୍ଣ କୋଲିଜନ୍‌ ଆଭୋଏଡାନ୍ସ ସିଷ୍ଟମ୍ (ଏସିଏଏସ୍‌) ଏବଂ ଟ୍ରାଫିକ୍‌ ଆଲର୍ଟ ଆଣ୍ଡ କୋଲିଜନ୍‌ ଆଭୋଏଡାନ୍ସ ସିଷ୍ଟମ୍ (ଟିସିଏଏସ୍) ପାଇଲଟଙ୍କୁ ସତର୍କ କରିଥିଲା କି ନା ତାହା ସ୍ପଷ୍ଟ ହୋଇନାହିଁ।



from Odisha Reporter https://ift.tt/2Qi3tZX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages