
ନୂଆଦିଲ୍ଲୀ: ତିନି ଭାଇଭଉଣୀ ୧୯୪୭ ମସିହା ଦେଶ ବିଭାଜନରେ ଅଲଗା ହେବାର ୭୦ ବର୍ଷ ପରେ ଭେଟ ହୋଇଛନ୍ତି। ଡେରା ବାବା ନାନକ ନିକଟ ଏକ ଗାଁରେ ଜନ୍ମ ନେଇଥିବା ଏହି ଭାଇ ଭଉଣୀଙ୍କର ନାନକ ସାହିବ୍ର ଗୁରୁଦ୍ୱାରା ଜନମ୍ ଆସ୍ତାନ୍ଠାରେ ଏହି ମହାମିଳନ ଘଟିଛି।
ଭାଇ ଏବେ ମଧ୍ୟ ଶିଖ୍ କିନ୍ତୁ ଭଉଣୀମାନଙ୍କର ଧର୍ମ ବଦଳି ଯାଇଛି। ଏବେ ସେମାନଙ୍କର ନାମ ଉଲ୍ତାଫ୍ ବିବି ଏବଂ ମୈରାଜ୍ ବିବି ବୋଲି ଜଣାଯାଇଛି। ୭ ଦଶନ୍ଧି ପରେ ଭାଇ ବିଅନ୍ତ ସିଂହଙ୍କୁ ଭେଟିବା ପରର ଦୃଶ୍ୟ ଉପସ୍ଥିତ ଲୋକଙ୍କ ଆଖିରୁ ମଧ୍ୟ ଲୁହ ଝରାଇଦେଇଥିଲା।
ପର୍ଚା ନାମକ ଏକ ଗାଁର ଏହି ଭାଇଭଉଣୀଙ୍କୁ ନେଇ ଭାରତ ଆସୁଥିବାବେଳେ ରାସ୍ତାରେ ସେମାନଙ୍କଠାରୁ ଅଲଗା ହୋଇଯାଥିଲେ ମା ଆଲ୍ଲା ରଖି। ପରେ ପରେ ବିଅନ୍ତଙ୍କ ଠିକଣା ପାଇ ଚିଠି ଏବଂ ଫୋନ୍ରେ ଯୋଗାଯୋଗ ରଖିଥିଲେ। କିନ୍ତୁ ଚଳିତ ବର୍ଷ ହିଁ ସେ ଏକ ଶିଖ୍ ଗୋଷ୍ଠୀରେ ପାକିସ୍ତାନ ଗସ୍ତରେ ଯାଇଥିବାବେଳେ ପ୍ରଥମ ଥର ପାଇଁ ଦେଖାହେଲା।
ଏହି ଅବସରରେ ଉଲ୍ତାଫ କହିଛନ୍ତି, ସେ ତାଙ୍କ ଭାଉଜ, ପୁତୁରା ଏବଂ ଝିଆରୀଙ୍କୁ ଭେଟିବାକୁ ବ୍ୟଗ୍ର, ତାଙ୍କୁ ଅନୁମତି ଦିଆଯାଉ। ଉଭୟ ମିରାଜ୍ ଏବଂ ଉଲ୍ତାଫ ବିଅନ୍ତଙ୍କ ଭିସା ଅବଧି ବୃଦ୍ଧି କରିବାକୁ ଆବେଦନ କରିଛନ୍ତି।
from Odisha Reporter https://ift.tt/2QrOxM8
No comments:
Post a Comment