
ମାଲକାନଗିରି(ଓଡ଼ିଶା ରିପୋର୍ଟର): ପୁଣି ଫେଲ୍ ମାରିଲା ଆମ୍ବୁଲାନ୍ସ ସେବା। ଆଠ କିଲୋମିଟର ଭାରରେ ବୁହା ହେଲେ ଗର୍ଭବତୀ। ଏଭଳି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ମନ୍ତ୍ରୀପୁଟ ଗାଁରେ।
ଗାଁର ପଦ୍ମିନୀ ମୁଦୁଲିଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ପରିବାର ଲୋକେ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ। ହେଲେ ରାସ୍ତା ଖରାପ ଯୋଗୁ ଆମ୍ବୁଲାନ୍ସଟି ଗାଁ ଠାରୁ ୮ କିଲୋମିଟର ଦୂରରେ ରହିଯାଇଥିଲା। ତେଣୁ ବାଧ୍ୟ ହୋଇ ପଦ୍ମିନୀଙ୍କ ପରିବାର ଲୋକେ ତାଙ୍କୁ ଏକ ଭାରରେ ଆମ୍ୱୁଲାନ୍ସ ନିକଟକୁ ଆଣିଥିଲେ। ଏହାପରେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଅର୍କେଲ ଡାକ୍ତରଖାନା ନେବା ସମୟରେ ହିଁ ଆମ୍ବୁଲାନ୍ସରେ ସେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ।
ସୂଚନାଯୋଗ୍ୟ, ଗତକାଲି ମଧ୍ୟ ସେହି ଗାଁର ମୋତି ହନ୍ତାଳଙ୍କୁ ଗର୍ଭ ଯନ୍ତ୍ରଣା ହେବାରୁ ଭାରରେ ବୋହି ଆମ୍ବୁଲାନ୍ସ ନିକଟକୁ ଅଣାଯାଉଥିଲା। ହେଲେ ପ୍ରସବ ଯନ୍ତ୍ରଣା ହେବାରୁ ବାଟରେ ହିଁ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ।
from Odisha Reporter https://ift.tt/2FI33ed
No comments:
Post a Comment