
ଲକ୍ଷ୍ନୌ: ରେଳ କର୍ମଚାରୀ ସଂଘ ବାବଦରେ ପ୍ରତିକୂଳ ମନ୍ତବ୍ୟ ଦେଇ ଅଡ଼ୁଆରେ ପଡ଼ିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋଏଲ୍। ଲକ୍ଷ୍ନୌରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିବାବେଳେ ଜଣେ ରେଳ କର୍ମଚାରୀ ତାଙ୍କ ଉପରକୁ ଫୁଲଦାନୀ ଫୋପାଡ଼ିବା ସହିତ ଧକ୍କା ମାରିଥିବା ଜଣାଯାଇଛି। ଏପରିକି ଏହି କର୍ମଚାରୀ ଜଣକ ତାଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିଥିବା ଜଣାଯାଇଛି। ଏପରିକି ସଭାସ୍ଥଳରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା ପୀୟୁଷଙ୍କ ଏକ ମନ୍ତବ୍ୟରୁ। ଯେଉଁଥିରେ ସେ କହିଥିଲେ ଯେ କର୍ମଚାରୀ ସଂଘ ରେଳ କର୍ମଚାରୀଙ୍କୁ ଭୁଆଁ ବୁଲାଉଛି। ଏହା ପରେ ରେଳ କର୍ମଚାରୀମାନେ ‘ରେଳମନ୍ତ୍ରୀ ମୁର୍ଦ୍ଦାବାଦ’ ନାରା ଦେଇଥିଲେ।
Union Minister @PiyushGoyal allegedly attacked with flower pot as he criticized the employees union at railways function in Lucknow. He was allegedly hit by the pot and also suffered minor injuries allegedly. Chaos and slogans against Piyush Goyal followed as he left the venue. pic.twitter.com/3P4Fpp3Gr6
— Qazi Faraz Ahmad (@qazifarazahmad) November 16, 2018
ରେଳମନ୍ତ୍ରୀଙ୍କ ଭାଷଣ ସରିବାପରେ ହିଁ ଏହି ହଙ୍ଗାମା ଆରମ୍ଭ ହୋଇଥିଲା। ସେଠାରେ ଉଭୟ ରେଲ୍ୱେ ପୁଲିସ୍ ଏବଂ ଉତ୍ତରପ୍ରଦେଶ ପୁଲିସ ମଧ୍ୟ ଉପସ୍ଥିତ ଥିଲେ। ଏଭଳି ସ୍ଥିତି ଦେଖି ପୀୟୁଷ ତୁରନ୍ତ ଘଟଣାସ୍ଥଳ ଛାଡ଼ିବାର ପ୍ରୟାସ କରିଥିଲେ। କିନ୍ତୁ ତାଙ୍କ ଉପରେ ରେଳ କର୍ମଚାରୀ ସଙ୍ଘ କର୍ମକର୍ତ୍ତା ଏତେ ରାଗିଥିଲେ ଯେ, ସେମାନେ ତାଙ୍କ ପଛରେ ଦୌଡ଼ିଥିଲେ ଏବଂ ଫୁଲଦାନୀ ଫୋପାଡ଼ିଥିଲେ। ଏପରିକି ଏହି ଆକ୍ରମଣରେ ମନ୍ତ୍ରୀଙ୍କ ଗାଡ଼ିର କାଚ ଭାଙ୍ଗିରୁଜି ଯାଇଥିବାର ଖବର ମିଳିଛି।
from Odisha Reporter https://ift.tt/2Q0R1Az
No comments:
Post a Comment