
ପୁରୀ(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ପବିତ୍ର ଅଁଳା ନବମୀ। ରାଧାପାଦ ଦର୍ଶନ ଲାଗି ଚଳଚଞ୍ଚଳ ପୁରୀ ଜିଲ୍ଲା ସାକ୍ଷୀଗୋପାଳର ସାକ୍ଷୀ ଗୋପୀନାଥ ମନ୍ଦିର। ଅଁଳା ନବମୀରେ ରାଧାଙ୍କ ଓଡ଼ିଆଣୀ ବେଶ ଦେଖିବାକୁ ହଜାର ହଜାର ଭକ୍ତଙ୍କ ସମାଗମ ହେବ। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନିକ ସ୍ତରରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ୧୭ ପ୍ଲାଟୁନ ଫୋର୍ସ ମୁତୟନ କରିବାକୁ ନିଷ୍ପତ୍ତି ହୋଇଛି।
ସେପଟେ ଅଁଳା ନବମୀ ପୂର୍ବରୁ ପ୍ରଶାସନ ପ୍ରଦାନ କରୁଥିବା ପାଉଣାକୁ ନେଇ ସେବାୟତଙ୍କ ମଧ୍ୟରେ ବିବାଦର ସମାଧାନ ହୋଇଛି। ପାଉଣା ବାବଦକୁ ୫ ଲକ୍ଷ ଟଙ୍କା ପ୍ରଦାନ କରିବା ସହ ଭିଆଇପି ଟିକଟକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଦାବି କରିଛନ୍ତି ସେବାୟତ। ଏଥର ଭକ୍ତମାନେ ଆଉ ପୂର୍ବଭଳି ରାଧାପାଦକୁ ଛୁଇଁ ପାରିବେ ନାହିଁ। ଭକ୍ତଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ କିଛି ଦିନ ପୂର୍ବରୁ ଏହି ନିଷ୍ପତ୍ତି ନେଇଥିଲା।
from Odisha Reporter https://ift.tt/2PWnS9Z
No comments:
Post a Comment