ରାମ ମନ୍ଦିର ପାଇଁ ଆଇନ୍‌ ପ୍ରଣୟନ ଦାବି ତେଜିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 23, 2018

ରାମ ମନ୍ଦିର ପାଇଁ ଆଇନ୍‌ ପ୍ରଣୟନ ଦାବି ତେଜିଲା

ନୂଆଦିଲ୍ଲୀ: ବିବଦାୟୀ ଅଯୋଧ୍ୟା ଜମିରେ ରାମ ମନ୍ଦିର ନିର୍ମାଣ କରିବା ଦାବି ଆଜି ପୁଣି ଶାଣିତ ହୋଇଛି। ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ସରକାର କେବେ ଆଇନ୍‌ ଆଣିବେ ବୋଲି ଆଜି ଶିବସେନାର ନେତା ସଞ୍ଜୟ ରାଉତ ପ୍ରଶ୍ନ କରିଛନ୍ତି।

ସେ କହିଛନ୍ତି, “ ଆମେ ମାତ୍ର ୧୭ ମିନିଟ୍‌ରେ ବାବ୍ରୀ ମସଜିଦ୍‌କୁ ମାଟିରେ ମିଶାଇ ଦେଇଥିଲୁ। ଏବେ ରାମ ମନ୍ଦିର ନିର୍ମାଣ ପାଇଁ ଆଇନ୍‌ ପ୍ରଣୟନ କରିବାକୁ କେତେ ସମୟ ଲାଗିବ? ରାଷ୍ଟ୍ରପତି ଭବନଠାରୁ ଉତ୍ତର ପ୍ରଦେଶ ଯାଏ ସବୁଠାରେ ବିଜେପିର କ୍ଷମତା ରହିଛି।

ରାଜ୍ୟସଭାରେ ମଧ୍ୟ ଅଧିକାଂଶ ସାଂସଦ ରାମ ମନ୍ଦିର ନିର୍ମାଣ ସପକ୍ଷରେ ରହିଛନ୍ତି। ଯେଉଁମାନେ ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗକୁ ବିରୋଧ କରିବେ ସେମାନଙ୍କର ଦେଶରେ ବୁଲିବା କଷ୍ଟକର ହୋଇଯିବ।”

ରାମ ମନ୍ଦିର ନିର୍ମାଣ ଦାବିକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ବିଭିନ୍ନ ହିନ୍ଦୁ ସଂଗଠନ ପକ୍ଷରୁ ଆସନ୍ତା ୨୫ରେ ଅଯୋଧ୍ୟାରେ ବିଶାଳ ଧର୍ମ ସଭା ଅନୁଷ୍ଠିତ ହେବ। ଏହି ସମାବେଶ ପୂର୍ବରୁ ଶ୍ରୀ ରାଉତ ଏଭଳି ବୟାନ ଦେଇଛନ୍ତି।

ଏହାପୂର୍ବରୁ ଶିବସେନା ଗଣମାଧ୍ୟମ ଜରିଆରେ ବିଜେପିକୁ ରାମ ମନ୍ଦିର ନିର୍ମାଣ ପାଇଁ ଅଧ୍ୟାଦେଶ ଆଣିବାକୁ କହିବା ସହ କେବେ ରାମ ମନ୍ଦିର ନିର୍ମାଣ ହେବ ତା’ର ତାରିଖ ଘୋଷଣା କରିବାକୁ କହିଥିଲା।



from Odisha Reporter https://ift.tt/2r3oQmC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages