ଧୋନି ଓ ବିରାଟ୍‌ଙ୍କୁ ନେଇ ଏମିତି କଥା କହିଲେ ଆଫ୍ରିଦି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 23, 2018

ଧୋନି ଓ ବିରାଟ୍‌ଙ୍କୁ ନେଇ ଏମିତି କଥା କହିଲେ ଆଫ୍ରିଦି

ଦୁବାଇ: ପୂର୍ବତନ ପାକିସ୍ତାନ କ୍ରିକେଟର ତଥା ଅଲରାଉଣ୍ଡର ଶାହିଦ ଆଫ୍ରିଦି ଆଜି ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଏବଂ ବର୍ତ୍ତମାନର ଅଧିନାୟକ ବିରାଟ୍‌ କୋହଲିଙ୍କୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ବିରାଟ୍‌ କୋହଲି ବର୍ତ୍ତମାନ ସୁଦ୍ଧା ଧୋନିଙ୍କ ଭଳି କୁଶଳୀ ଅଧିନାୟକ ହୋଇ ପାରିନାହାନ୍ତି। ବିରାଟ୍‌ ଜଣେ କ୍ରିକେଟ୍‌ର ଏକଥା ସମସ୍ତେ ସ୍ୱୀକାର କରିବେ।

ହେଲେ ଅଧିନାୟକତ୍ୱ ସ୍ତରରେ ଧୋନି ତାଙ୍କଠାରୁ ଆଗରେ ରହିଛନ୍ତି। ଅବଶ୍ୟ ବିରାଟ ଭଲ ଭାବେ ନିଜ ଦାୟିତ୍ୱ ସମ୍ପାଦନ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ସେ କହିଛନ୍ତି।

ଏନ୍‌ଡିଟିଭିକୁ ସାକ୍ଷାତକାର ଦେଇ ଆଫ୍ରିଦି କହିଛନ୍ତି, “ ବିରାଟ୍‌ ବିଶ୍ୱର ସମସ୍ତଙ୍କ ପସନ୍ଦର ବ୍ୟାଟସ୍‌ମ୍ୟାନ। କିନ୍ତୁ ତାଙ୍କ ମହେନ୍ଦ୍ର ସିଂହ ଧୋନିଙ୍କଠାରୁ ଅନେକ କିଛି ଶିଖିବାର ରହିଛି। ଅଧିନାୟକ ହେବାର କଳା ଓ କୌଶଳ ବିରାଟ୍‌ ଧୋନିଙ୍କଠାରୁ ଶିଖନ୍ତୁ। ଜଣେ ଖେଳାଳି ହିସାବରେ ବିରାଟ୍‌ ମୋର ପସନ୍ଦ। କିନ୍ତୁ ଅଧିନାୟକ ମାମଲାରେ ଧୋନି ବେଷ୍ଟ।”

ବର୍ତ୍ତମାନ ଟିମ୍‌ ଇଣ୍ଡିଆ ଅଷ୍ଟ୍ରେଲିଆ ଗସ୍ତରେ ରହିଛି। ତେବେ ପ୍ରଥମ ଟି-୨୦ରେ ଦଳ ହାରିଥିବା ବେଳେ ଦ୍ୱିତୀୟ ଟି-୨୦ ବର୍ଷା ଯୋଗୁ ବାତିଲ ହୋଇଛି। ଏବେ ଦଳ ଉପରେ ସିରିଜ ହାରିବାର ଭୟ ମଧ୍ୟ ସୃଷ୍ଟି ହୋଇଛି।

ଏ ସମ୍ପର୍କରେ ମତଦେଇ ଆଫ୍ରିଦି କହିଛନ୍ତି, “ ଅଷ୍ଟ୍ରେଲିଆ ମାଟିରେ ବିଜୟ ପାଇବାକୁ ହେଲେ ଭାରତୀୟ ବ୍ୟାଟସ୍‌ମ୍ୟାନଙ୍କୁ ପ୍ରଥମେ ପରିବେଶ ସହ ଖାପଖୁଆଇବାକୁ ପଡ଼ିବ। ଅଷ୍ଟ୍ରେଲିଆ ପିଚ୍‌ ପୂର୍ବରୁ ଯେଉଁଭଳି ଏକ୍ସଟ୍ରା ବାଉନ୍ସ କରୁଥିଲା ଏବେ ଆଉ ସେପରି ନାହିଁ। ଏଠାରେ ପ୍ରବଳ ରନ୍‌ ହୋଇପାରିବ। ତେଣୁ ଭାରତୀୟ ବ୍ୟାଟସ୍‌ମ୍ୟାନ୍‌ମାନେ ରନ୍‌ କଲେ ନିଶ୍ଚିତ ଅଷ୍ଟ୍ରେଲିଆକୁ ମାତ୍ ଦେଇପାରିବେ।”

ସେହିପରି ଭାରତ ଓ ପାକିସ୍ତାନ ମଧ୍ୟରେ ଯେ କୌଣସି ଟେଷ୍ଟ ସିରିଜ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ହେଉଥିବା ଆଶେସ ସିରିଜ୍‌ଠାରୁ ଯଥେଷ୍ଟ ଅଧିକ ରୋମାଞ୍ଚକର ବୋଲି ଆଫ୍ରିଦି କହିଛନ୍ତି।



from Odisha Reporter https://ift.tt/2Kt3Gam

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages