ଥଣ୍ଡା ପାଣି ପିଉଛନ୍ତି କି? ଭୋଗିପାରନ୍ତି ଏହିସବୁ ସମସ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 15, 2018

ଥଣ୍ଡା ପାଣି ପିଉଛନ୍ତି କି? ଭୋଗିପାରନ୍ତି ଏହିସବୁ ସମସ୍ୟା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରାୟ ସମସ୍ତେ ଥଣ୍ଡା ପାଣି ପିଇବାକୁ ଭଲପାଆନ୍ତି। କାରଣ ଏହା ପିଇବାକୁ ପାଟିକୁ ଭାରି ଭଲ ଲାଗିଥାଏ। ବାହାରୁ ବୁଲି ଆସିବା ପରେ ଆମେ ଘରେ ପହଞ୍ଚି ଶୋଷ ଓ ଥକାପଣ ମେଣ୍ଟାଇବାକୁ ତୁରନ୍ତ ଫ୍ରିଜ୍‌ପାଣି ପିଇଦେଇଥାଉ। କିନ୍ତୁ ଆପଣ କେବେ ଭାବିଛନ୍ତି ଥଣ୍ଡା ପାଣି ଆମ ପାଇଁ କେତେ କ୍ଷତିକାରକ ହୋଇପାରେ?

ଏହା ଆମ ଶରୀରର ଅନେକ କ୍ଷତି କରିଥାଏ। ଥଣ୍ଡାପାଣି ପିଇବା ଦ୍ୱାରା କେବଳ ଥଣ୍ଡା, ଜ୍ୱର, କାଶ , ହୋଇ ନ ଥାଏ, ଆହୁରି ଅନେକ ରୋଗ ମାଡ଼ିବସେ। ତେବେ ଆସନ୍ତୁ ଜାଣିବା ଥଣ୍ଡାପାଣି ଦ୍ୱାରା ଆମ ଶରୀରର କ’ଣ କ’ଣ କ୍ଷତି ହୋଇଥାଏ।

-ଥଣ୍ଡା ପାଣି ଆମ ଶରୀରକୁ ଦୁର୍ବଳ କରିଦେଇଥାଏ। ଏହାସହ ପେଟ ଜନିତ ସମସ୍ୟା ସୃଷ୍ଟି କରିଥାଏ। ଅତ୍ୟଧିକ ଥଣ୍ଡା ପାଣି ପିଇବା ଦ୍ୱାରା ଆମ ପେଟ ଗରମ ହୋଇଯାଏ,  ପାଚନ ପ୍ରକ୍ରିୟା ସହଜରେ ହୋଇପାରେ ନାହିଁ, ତେଣୁ ପେଟରେ ଯନ୍ତ୍ରଣା ମଧ୍ୟ ଅନୁଭବ ହୋଇଥାଏ।

– ଥଣ୍ଡା ପାଣି ମୋଟାପଣକୁ ବଢାଇବାରେ ସାହାଯ୍ୟ କରେ। ଯାହା ଆପଣଙ୍କ ଶରୀରରେ ଜମିଥିବା ଚର୍ବିକୁ କଠିନ କରଦିଏ। ଫଳରେ ଯେତେ ଏକ୍ସରସାଜ୍‌ କଲେ ମଧ୍ୟ ଏହି ଚର୍ବିଗୁଡ଼ିକ ସହଜରେ ତରଳେ ନାହିଁ।

– ସବୁବେଳେ ଥଣ୍ଡା ପାଣି ପିଇଲେ ଏହା ଆମ ନର୍ଭୋ ସିଷ୍ଟମ ପ୍ରଭାବିତ ହୋଇଥାଏ। ଯାହାଦ୍ୱାରା ହୃଦୟର ଗତି କମ୍ ହୋଇଯ଼ାଇଥାଏ।

– ଅତ୍ୟଧିକ ଥଣ୍ଡା ପାଣି ପିଇବା ଦ୍ୱାରା ଏହା ଆମ ଶରୀରର ତାପମାତ୍ରା ସହ ମେଳ ଖାଇ ନ ଥାଏ ଓ ଏହା ଆମ ମସ୍ତିଷ୍କର ସ୍ନେୟୁଗୁଡ଼ିକୁ ପ୍ରଭାବିତ କରେ। ଫଳରେ ମୁଣ୍ଡବିନ୍ଧା, ସାଇନସ୍‌ ଓ ମାଇଗ୍ରେନ୍‌ ଭଳି ସମସ୍ୟା ମଧ୍ୟ ଉପୁଜିଥାଏ।

– ଅଧିକ ଥଣ୍ଡା ପାଣି ପିଇବା ଦ୍ୱାରା ଗଳା ଖରାପ ହୋଇଥାଏ। ଥଣ୍ଡା ପାଣିରେ respiratory mucus ତିଆରି ହୋଇଥାଏ। ଫଳରେ ଆମ ଗଳାରେ ସଂକ୍ରମଣ ଓ ଗଳା ଖରାପ ହେବାର ସମ୍ଭାବନା ରହିଥାଏ।

– ଥଣ୍ଡା ପାଣି ପିଇବା ଦ୍ୱାରା କଫ ଛାତିରେ ଜମିଯାଏ। ଫଳରେ କାଶ ଓ ଛାତି ଯନ୍ତ୍ରଣା ହୋଇଥାଏ। ଏହି କଫ ଯଦି ଶ୍ୱାସନଳୀକୁ ଚାଲିଯାଏ ତେବେ ଆପଣଙ୍କ ଜୀବନ ମଧ୍ୟ ଯାଇପାରେ।

 

 



from Odisha Reporter https://ift.tt/2OLm3Yw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages