ଭୀଷଣ ରୂପ ନେଲା ‘ଗଜ’, ଆଉ କିଛି ଘଣ୍ଟା ପରେ ସ୍ଥଳଭାଗ ଛୁଇଁବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 15, 2018

ଭୀଷଣ ରୂପ ନେଲା ‘ଗଜ’, ଆଉ କିଛି ଘଣ୍ଟା ପରେ ସ୍ଥଳଭାଗ ଛୁଇଁବ

ଚେନ୍ନାଇ: ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଉପରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼୍‌ ‘ଗଜ’ଏବେ ଭୀଷଣ ରୂପ ଧାରଣ କରି ସ୍ଥଳଭାଗ ଆଡ଼କୁ ମାଡ଼ିଆସୁଛି। ଆଉ ମାତ୍ର କିଛି ଘଣ୍ଟା ମଧ୍ୟରେ ଏହା ତାମିଲନାଡୁ ଉପକୂଳ ଛୁଇଁବ। ଆଜି ମଧ୍ୟାହ୍ଣରେ ଗଜ ସିଭିୟର ସାଇକ୍ଲୋନିକ ଷ୍ଟର୍ମ ବା ଭୀଷଣ ଝଡ଼ବାତ୍ୟାର ରୂପ ନେବା କ୍ଷଣି ତାମିଲନାଡୁ ଓ ପୁଡ଼ୁଚେରୀରେ ବର୍ଷାର ପରିମାଣ ମଧ୍ୟ ବୃଦ୍ଧି ପାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ତାମିଲନାଡୁ ଓ ପୁଡ଼ୁଚେରୀର ସମସ୍ତ ସ୍କୁଲ କଲେଜ ବନ୍ଦ ରହିଛି।

ବର୍ତ୍ତମାନ ‘ଗଜ’ ଚେନ୍ନାଇଠାରୁ ୨୮୦ କିମି ଓ ନାଗାପାଟ୍ଟିନମ୍ ଠାରୁ ୨୪୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ଏହା ପାମବାନ ଓ କୁଡ୍ଡାଲୁରୁ ମଧ୍ୟରେ ଆଜି ବିଳମ୍ବିତ ସନ୍ଧ୍ୟାରେ ସ୍ଥଳ ଭାଗ ଛୁଇଁବ।

ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୯୦ରୁ ୧୧୦ କିମି ରହିବାର ସମ୍ଭାବନା ରହିଛି। ସେହିପରି ବର୍ଷାର ପରିମାଣ ମଧ୍ୟ ବୃଦ୍ଧି ପାଇବ। ସଦ୍ୟ ସୂଚନା ଅନୁଯାୟୀ, ‘ଗଜ’ ପ୍ରଭାବରୁ ଚେନ୍ନାଇ ଅଳ୍ପକେ ରକ୍ଷା ପାଇଯିବ। ତେବେ କୁଡ୍ଡାଲୁରୁ, ନାଗାପାଟ୍ଟିନମ୍‌, ଥିରୁଭାରୁର, ପୁଡୁକୋଟ୍ଟାଇ, ଟୁଟିକୋରିନ ଓ ରାମନାଥପୁରମରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ।

‘ଗଜ’ର ପ୍ରଭାବକୁ ଦୃଷ୍ଟିରେ ରଖି ତାମିଲନାଡୁର ପରିବହନ ବିଭାଗ ସନ୍ଧ୍ୟା ୬ଟାରୁ ସକାଳ ୬ଟା ଯାଏ ବସ୍‌ ଚଳାଚଳ ବନ୍ଦ ରଖିବାକୁ କହିଛନ୍ତି। ସେହିପରି ତିରୁପଲାଇକୁଡି ଗାଁରେ ଏବେଠାରୁ ପ୍ରତିଷେଧକ ମୂଳକ ବ୍ୟବସ୍ଥା ଭାବେ ଉଦ୍ଧାରକାରୀ ଦଳ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ଆରମ୍ଭ କରିଛନ୍ତି।

ଗଜା ପ୍ରଭାବରେ ମୋବାଇଲ୍‌ ଓ ବିଦ୍ୟୁତ ସେବା ବାଧାପ୍ରାନ୍ତ ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ଲୋକଙ୍କୁ ଗଜ ଲ୍ୟାଣ୍ଡଫଲ୍‌ କରିବା ସମୟରେ ଭୟଭୀତ ନ ହେବାକୁ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି।

ସେହିପରି ବିଭିନ୍ନ ସ୍ଥାନରେ ଏନ୍‌ଡିଆର୍‌ଏଫ୍‌ ଟିମ୍‌କୁ ମୁତୟନ କରାଯାଇଛି। ତାମିଲନାଡୁରେ ୧୦ଟି ଓ ପୁଡ଼ୁଚେରୀରେ ୨ଟି ଦଳ ସଜାବ ରହିଛନ୍ତି। ଭାରତୀୟ ନୌସେନାକୁ ମଧ୍ୟ ଆଲର୍ଟ ରଖାଯାଇଛି।



from Odisha Reporter https://ift.tt/2qM61nN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages