ତିତ୍‌ଲି ତାଣ୍ଡବ: ଅଧାରେ ଲଟକିଛି ନୂଆ ଘର ପ୍ରତିଶ୍ରୁତି, ସହାୟତା ମାଗୁଛି ସର୍ବସ୍ୱାନ୍ତ ଚାଷୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 10, 2018

ତିତ୍‌ଲି ତାଣ୍ଡବ: ଅଧାରେ ଲଟକିଛି ନୂଆ ଘର ପ୍ରତିଶ୍ରୁତି, ସହାୟତା ମାଗୁଛି ସର୍ବସ୍ୱାନ୍ତ ଚାଷୀ

top

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୟଙ୍କର ପ୍ରଳୟ ଓ ଅସରନ୍ତି ଦୁର୍ଦ୍ଦଶାକୁ ସାଙ୍ଗରେ ଧରି ଆସିଥିବା ତିତ୍ଲି ବାତ୍ୟାକୁ ମାସେ ପୂରିଛି। ହେଲେ ବିପନ୍ନଙ୍କ ଅବସ୍ଥାରେ କୌଣସି ପରିବର୍ତ୍ତନ ଘଟିନାହିଁ। କେମିତି ଅଛି ବିପନ୍ନଙ୍କ ଅବସ୍ଥା ? କେତେ ବଦଳିଛି ଦୁର୍ଦ୍ଦଶାର ଚିତ୍ର ? ତାକୁ ନେଇ ଓଡ଼ିଶା ରିପୋର୍ଟରର ଏହି ସ୍ପେଶାଲ ରିପୋର୍ଟ।

ତିତ୍ଲି ଦ୍ୱାରା ସର୍ବାଧିକ ପ୍ରଭାବିତ ଗଜପତି ଓ ଗଞ୍ଜାମ ଜିଲ୍ଲାରେ ସ୍ଥିତିରେ କୌଣସି ପରିବର୍ତ୍ତନ ଆସିଥିବା ପରି ମନେ ହେଉନାହିଁ। ସବୁଠି ନଜରକୁ ଆସିଥିଲା ଅଭିଯୋଗ ସାଙ୍ଗକୁ ଅସନ୍ତୋଷର ଲମ୍ବା ତାଲିକା। ୧୬ଜଣଙ୍କ ମୃତ୍ୟୁ ଘଟିଥିବା ଗାଁ ବାରଘରରେ ଅସହାୟଙ୍କୁ ସତେ ଯେମିତି ଉପହାସ ସଦୃଶ ହୋଇଛି ପ୍ରଶାସନର ଘର ଯୋଗାଣ ପ୍ରତିଶ୍ରୁତି। ଆଉ ଗଞ୍ଜାମ ବାଗିଡ଼ିରେ ଏବେ ବି ସହାୟତାକୁ ଚାତକ ପରି ଚାହିଁ ରହିଛନ୍ତି ବିପନ୍ନ।

bargarh1ସର୍ବହରା ବାରଘର ଗାଁ

ଗଜପତିର ବାରଘର ଓ ତିତିଲି ଗାଁ। ତିତ୍ଲି ବାତ୍ୟା ଓ ବନ୍ୟାକୁ ସାମ୍ନା କରି ସତେ ଯେମିତି ସର୍ବହରା ହୋଇଯାଇଛି ଏହି ଗାଁ। ବାତ୍ୟା ଓ ବନ୍ୟାର ମାସକ ପରେ ବି ଏଠି ତାଜା ପ୍ରଳୟର ଚିତ୍ର ଦେଖିବାକୁ ମିଳୁଛି। ପ୍ରକୃତିର ସନ୍ତାନ ବୋଲାଉଥିବା ଏହି ଲୋକେ ଆଖି ଆଗରେ ୧୬ ଜଣଙ୍କୁ ହରାଇ ସତେ ଯେମିତି ପ୍ରକୃତି ଉପରେ ରୋଷ କରିଛନ୍ତି।

baragarhବିପନ୍ନଙ୍କ ଦୁର୍ଦ୍ଦଶାର ଚିତ୍ର ବଦଳାଉଥିବା କହି ଡିଣ୍ଡିମ ପିଟୁଥିବା ପ୍ରଶାସନ ଏଠି କେବଳ ଫଳକକୁ ଦେଇଛି ନୂଆ ରୂପ। ମାସେ ବିତି ଗଲାଣି, ଏବେ ବି ବାରଘର ଗାଁକୁ ରାସ୍ତା ଫିଟାଇବାକୁ କାମ ଚାଲିଛି ଯେ ସରୁନି।

ଛାରଖାର ବାଗିଡ଼ି

ପାହାଡ଼ ଉପରୁ ବିପନ୍ନଙ୍କୁ ତଳକୁ ଆଣି ନୂଆ ଘର ଦେବାର ପ୍ରତିଶ୍ରୁତି ବି ଅଧାରେ ଲଟକିଛି। ଏଭଳି ସ୍ଥିତିରେ ଆଉ ଭଙ୍ଗା ଦଦରା ଘରେ ରହିବାକୁ ମନ ନକରି କେହି କେହି ପୁଣି ନୂଆ କୁଡ଼ଇଆରେ ବଞ୍ଚିବାର ରାହା ଖୋଜିଲେଣି। ଅନେକ ଏବେ ବି ଅଧା ଭଙ୍ଗା ଅଙ୍ଗନବାଡ଼ି କେନ୍ଦ୍ର ଓ ସ୍କୁଲ ଘରେ ଆଶ୍ରୟ ନେଇଛନ୍ତି। ଚୁଲି ଚାଳ ସବୁ ଯାଇଛି, ଏବେ ଭୋକ ମେଣ୍ଟାଇବାକୁ ଦାଣ୍ଡ ପିଣ୍ଢାରେ ଚାଲିଛି ସଂଗ୍ରାମ।

bagidiଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ବାଗିଡ଼ି ଗାଁର ବି ଅବସ୍ଥା ସେମିତି। ଏବେ ବି ରାସ୍ତାରୁ ଉଠିନି ଭାଙ୍ଗି ପଡିଥିବା ବିଦ୍ୟୁତ୍ ଟ୍ରାନ୍ସଫର୍ମର। ଏଣେ ତେଣେ ପଡିଛି ଉଠା ଜଳସେଚନ ପଏଣ୍ଟ ସରଞ୍ଜାମ।

ଅଚାନକ ଗତିପଥ ବଦଳାଇ ଗାଁକୁ ଛାରଖାର କରି ଦେଇଥିବା ଋଷିକୂଲ୍ୟା ନଦୀ ଶାନ୍ତ ପଡିଥିଲେ ବି ତା’ କରାଳ ରୂପ ଏବେ ବି ଗାଁ ଲୋକଙ୍କ ମନରେ ତାଜା ହୋଇରହିଛି। ଉଜାଡି ଯାଇଥିଲା ଧାନ ଓ ପନିପରିବା କ୍ଷେତ। ଶହ ଶହ ଏକର ଜମି ବାଲିଚର ହୋଇଯାଇଛି। ଯେଉଁ କିଛି ଧାନ ଫସଲ ବଞ୍ଚି ଯାଇଛି, ତାହା ବି ଆଦାୟ ଅବସ୍ଥାରେ ନାହିଁ। ଉଜୁଡା କ୍ଷେତ ଦେଖି ଚାଷୀ ଛାତି ଫାଟି ପଡୁଥିଲେ ବି ପୁଣି ଅଣ୍ଟା ସଳଖିବାକୁ ଚେଷ୍ଟା କରୁଛି।

bagidi-1ମାସକ ପରେ ବି ସରକାରୀ ସହାୟତା ମିଳିନଥିବାରୁ ସବୁଠି ଅସନ୍ତୋଷ ଦେଖାଯାଇଛି। ହେଲେ ପ୍ରଶାସନ କହୁଛି ଚୂଡାନ୍ତ ରିପୋର୍ଟକୁ ଅପେକ୍ଷା କରାଯାଇଛି। ରିପୋର୍ଟ ଆସିଲେ କ୍ଷତିପୂରଣ ଦିଆଯିବ। ହେଲେ ପ୍ରଶାସନ ଯେପରି କଚ୍ଛ୍ୟପ ଗତିରେ ଚାଲିଛି, ଚୂଡାନ୍ତ ରିପୋର୍ଟ କେବେ ଆସିବ ଓ ବିପନ୍ନ କ୍ଷତିପୂରଣ ପାଇବେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଏହି ଦୁଇ ଗାଁର ଚିତ୍ର କହି ଦେଉଛି ସେମାନଙ୍କ ପ୍ରତି ସରକାରଙ୍କର କେତେ ଦରଦ ରହିଛି। ଏଠାରେ ସରକାରଙ୍କ ପୁନରୁଦ୍ଧାର ଓ ଥଇଥାନର ସବୁ ପ୍ରତିଶ୍ରୁତି ବାହସ୍ଫୋଟ ଲାଗୁଛି। ପାଖାପାଖି ୮୦ ଜଣଙ୍କ ମୃତ୍ୟୁ ପରେ ବି ସରକାରଙ୍କ ଚେତା ଆସିଥିବା ପରି ଏହି ଦୁଇ ଗାଁକୁ ଦେଖଇଲେ ଲାଗୁଛି।

ସରକାର ବିଫଳ: ବିରୋଧୀ

ସେପଟେ ବାତ୍ୟା ଓ ବନ୍ୟାର ମାସକ ପରେ ବି ବିପନ୍ନଙ୍କୁ ଥଇଥାନ କରିବାରେ ସରକାର ବିଫଳ ହୋଇଥିବା ଅଭିଯୋଗ କରି ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ବିରୋଧୀ।

ପୁନରୁଦ୍ଧାର କାମରେ ଶୀଥିଳତା ଦେଖା ଦେଇଥିବା କଂଗ୍ରେସ ଅଭିଯୋଗ କରିଛି। ସରକାର କଥା କହିବା ବନ୍ଦ କରି କାମରେ ମନ ଦିଅନ୍ତୁ ବୋଲି ଦଳ କହିଛି।

ସେହିପରି କାଗଜପତ୍ରରେ ମିଥ୍ୟା ରିପୋର୍ଟ ପ୍ରସ୍ତୁତ କରି ରାଜ୍ୟ ସରକାର ବାହାବା ନେଉଛନ୍ତି ବୋଲି ଅଭିଯୋଗ କରିଛି ବିଜେପି।

ବିରୋଧୀଙ୍କ ଅଭିଯୋଗର ଉତ୍ତର ରଖିଛି ବିଜେଡି। ଦଳ ପକ୍ଷରୁ କୁହାଯାଇଛି, “ବହୁ ଅଞ୍ଚଳରେ ରିଲିଫ୍ ଦିଆଯାଇଛି। ଅନ୍ୟ ଅଞ୍ଚଳରେ ଦିଆଯାଉଛି।”



from Odisha Reporter https://ift.tt/2zIkVPY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages