ହଜାରେରୁ ଅଧିକ ଗାଁ ଖୋଜି ମୃତ ଘୋଷିତ ପତ୍ନୀଙ୍କୁ ଦେଢ଼ ବର୍ଷ ପରେ ପାଇଲେ ସ୍ୱାମୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 10, 2018

ହଜାରେରୁ ଅଧିକ ଗାଁ ଖୋଜି ମୃତ ଘୋଷିତ ପତ୍ନୀଙ୍କୁ ଦେଢ଼ ବର୍ଷ ପରେ ପାଇଲେ ସ୍ୱାମୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ସୁଶାନ୍ତ ସିଂହ ରାଜପୁତ୍ ଓ ସାରା ଅଲ୍ଲି ଖାନ୍‌ ଅଭିନୀତ ଅପ୍‌କମିଂ ଫିଲ୍ମ ‘କେଦାର୍‌ନାଥ’ର ଟିଜର୍‌ ନିକଟରେ ରିଲିଜ୍‌ ହୋଇଛି। କୁହାଯାଉଛି, ଅଭିଷେକ କପୁର୍‌ ନିର୍ଦ୍ଦେଶିତ ଏହି ଫିଲ୍ମଟି ଏକ ବାସ୍ତବ ଘଟଣା ଉପରେ ଆଧାରିତ।

୨୦୧୩ରେ ପ୍ରବଳ ବର୍ଷାଜନିତ ବନ୍ୟା ଓ ଭୂସ୍ଖଳନ ଉତ୍ତରାଖଣ୍ଡକୁ ଛାରଖାର କରି ଦେଇଥିଲା। କେବଳ ଉତ୍ତରାଖଣ୍ଡବାସୀ ନୁହନ୍ତି, ବରଂ କେଦାରନାଥକୁ ଯାଇଥିବା ତୀର୍ଥଯାତ୍ରୀମାନେ ମଧ୍ୟ ବହୁ ସଂଖ୍ୟାରେ ଏଥିରେ ପ୍ରାଣ ହରାଇଥିଲେ। ଅନେକ ତୀର୍ଥଯାତ୍ରୀ ନିଜ ସମ୍ପର୍କୀୟମାନଙ୍କୁ ମଧ୍ୟ ହରାଇଥିଲେ।

ପ୍ରାକୃତିକ ବିପର୍ଯ୍ୟୟର ଏହି ଭୟାନକ ଘଟଣା ସହ ଜଡ଼ିତ ଏପରି କିଛି ଘଟଣା ଏବେ ସାମ୍ନାକୁ ଆସିଛି, ଯାହା ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛି। ଏଥି ମଧ୍ୟରୁ ରାଜସ୍ଥାନର ୪୫ବର୍ଷୀୟ ବିଜେନ୍ଦ୍ର ସିଂହ ରାଠୋରଙ୍କ କାହାଣୀ ଶୁଣିଲେ, ଆଖିରେ ଆପଣାଛାଏ ଲୁହ ଆସିଯିବ।

ଉତ୍ତରାଖଣ୍ଡରେ ଯେତେବେଳେ ପ୍ରକୃତି ଭୟଙ୍କର ରୂପ ନେଇଥିଲା, ଠିକ୍ ସେହି ସମୟରେ ବିଜେନ୍ଦ୍ର ଓ ତାଙ୍କ ପତ୍ନୀ ଲୀଲା ‘କେଦାରନାଥ’କୁ ତୀର୍ଥଯାତ୍ରାରେ ଆସିଥିଲେ। ଆଉ ଭୟାନକ ବନ୍ୟା ହିଁ ସେହିଠାରେ ପତି-ପତ୍ନୀଙ୍କୁ ଅଲଗା କରି ଦେଇଥିଲା।

ସ୍ଥିତିରେ ସୁଧାର ଆସିବା ପରେ ନିଖୋଜମାନଙ୍କୁ ଠାବ ପାଇଁ ସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଥିଲା। ନିଜେ ବିଜେନ୍ଦ୍ର ମଧ୍ୟ ପତ୍ନୀ ଲୀଲାଙ୍କୁ ଅନେକ ଖୋଜାଖୋଜି କରିଥିଲେ ହେଁ ଏଥିରେ ସଫଳ ହୋଇ ନଥିଲେ। ଲୀଲାଙ୍କ ଖୋଜ୍‌ଖବର ନ ମିଳିବାରୁ ତାଙ୍କୁ ସରକାରୀ ସ୍ତରରେ ମୃତ ଘୋଷଣା କରି ଦିଆଯାଇଥିଲା। ପରିବାର ବର୍ଗ ଓ ସମ୍ପର୍କୀୟମାନେ ମଧ୍ୟ ସବୁ ଆଶା ଛାଡ଼ି ଦେଇଥିଲେ।

କିନ୍ତୁ ବିଜେନ୍ଦ୍ର ମନ ଏଥିରେ ରାଜି ହୋଇ ନଥିଲା। ତାଙ୍କୁ ଲାଗୁଥିଲା ଯେ ପତ୍ନୀ ଲୀଲା କେଉଁଠି ବି ହେଉ, ଜୀବିତ ଅଛନ୍ତି। ନିଜର ଏହି ଅନ୍ତଃସ୍ୱରକୁ ମାନି ସେ ପତ୍ନୀଙ୍କ ସନ୍ଧାନ ନେବା ଜାରି ରଖିଥିଲେ। ନ ଖାଇ ନ ପିଇ, ବିନା କୌଣସି ଆଶ୍ରୟସ୍ଥଳରେ ରାସ୍ତା କଡ଼ରେ ରାତି ବିତାଇବା ସହ ଉତ୍ତରାଖଣ୍ଡର ଗାଁ ଗାଁକୁ ବୁଲି ବିଜେନ୍ଦ୍ର ପତ୍ନୀ ଲୀଲାଙ୍କୁ ଖୋଜି ଚାଲିଥିଲେ। ଏପରିକି ପ୍ରାକୃତିକ ବିପର୍ଯ୍ୟୟରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରବର୍ଗଙ୍କୁ ସରକାର ଦେଉଥିବା ସହାୟତା ରାଶିକୁ ମଧ୍ୟ ସେ ଗ୍ରହଣ କରିନଥିଲେ।

ପତ୍ନୀ ଲୀଲାଙ୍କୁ ଭୁଲି ଯିବାକୁ ଅଧିକାଂଶ ବିଜେନ୍ଦ୍ରଙ୍କୁ ଅନେକ ବୁଝାଇଥିଲେ। କିନ୍ତୁ ବିଜେନ୍ଦ୍ର ଆଦୌ ବୁଝି ନ ଥିଲେ। ଆତ୍ମ ବିଶ୍ୱାସ ଓ ପତ୍ନୀଙ୍କ ପ୍ରତି ଭଲପାଇବା ହିଁ ଏହି ଅମଡ଼ା ବାଟରେ ବିଜେନ୍ଦ୍ରଙ୍କ ସାହସ ଓ ମନୋବଳକୁ ବଢ଼ାଇ ଦେଇଥିଲା। ଆଉ ଏହି କଠିନ ସମୟରେ ପିଲାମାନେ ହିଁ ବିଜେନ୍ଦ୍ରଙ୍କ ପାଇଁ ଅସଲ ଶକ୍ତି ସାଜିଥିଲେ। ଆଉ ପତ୍ନୀଙ୍କୁ ଖୋଜିବା ପାଇଁ ନିଜ ପିଲାଙ୍କ ଭବିଷ୍ୟତ ପାଇଁ ଗଚ୍ଛିତ ଥିବା ଧନ ଓ ପୈତୃକ ସମ୍ପତ୍ତି ମଧ୍ୟ ସେ ବିକ୍ରି କରିଦେଇଥିଲେ।

ପ୍ରାୟ ଦେଢ଼ବର୍ଷ ଯାଏ ବହୁ ପ୍ରତିବନ୍ଧକର ସାମ୍ନା କରି ବିଜେନ୍ଦ୍ର ୧୦୦୦ରୁ ଅଧିକ ଗାଁରେ ଯାଇ ନିଜ ପତ୍ନୀଙ୍କୁ ଖୋଜିଥିଲେ। ଶେଷରେ ଭଲପାଇବା ଓ ବିଶ୍ୱାସର ବିଜୟ ହୋଇଥିଲା। ଘାତ ପ୍ରତିଘାତ ଓ ବହୁ କଠିନ୍ ପରିଶ୍ରମ ପରେ ବିଜେନ୍ଦ୍ର ନିଜ ମୃତ ଘୋଷିତ ପତ୍ନୀଙ୍କୁ ଠାବ କରିବାରେ ସଫଳ ହୋଇଥିଲେ। 

ବିଜେନ୍ଦ୍ରଙ୍କର ଏହି ମନୋବଳ ଓ ଦୃଢ଼ ଆତ୍ମବିଶ୍ୱାସରୁ ପ୍ରଭାବିତ ହୋଇ ଫିଲ୍ମ ନିର୍ମାତା ସିଦ୍ଧାର୍ଥ ରାୟ କପୁର ଏହି କାହାଣୀକୁ ଫିଲ୍ମି ପରଦାରେ ରୂପ ଦେଇଛନ୍ତି।  ଯେଉଁମାନେ ନିଜ ନିଖୋଜ ଆତ୍ମୀୟ ଜନଙ୍କୁ ଫେରିବାର ଆଶା ଛାଡ଼ିଦେଇଛନ୍ତି, ସେମାନଙ୍କ ପାଇଁ ବିଜେନ୍ଦ୍ରଙ୍କ କାହାଣୀ ଆଶାର ନୂଆ କିରଣ ହେବ ବୋଲି ଆଶା କରାଯାଉଛି।



from Odisha Reporter https://ift.tt/2Fb7spQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages