ପ୍ରଥମ ଟି-ଟ୍ୱେଣ୍ଟି: ୱିନିଂ ଟ୍ରାକ୍‌କୁ କମ୍‌ବ୍ୟାକ୍‌ ଲକ୍ଷ୍ୟରେ ଇଣ୍ଡିଜ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 3, 2018

ପ୍ରଥମ ଟି-ଟ୍ୱେଣ୍ଟି: ୱିନିଂ ଟ୍ରାକ୍‌କୁ କମ୍‌ବ୍ୟାକ୍‌ ଲକ୍ଷ୍ୟରେ ଇଣ୍ଡିଜ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଟେଷ୍ଟ୍‌ ଓ ଦିନିକିଆରେ ବୃହତ୍‌ ସିରିଜ୍‌ ବ୍ୟବଧାନ ଯୋଗୁ ବେଶ୍ ଉତ୍ସାହୀ ଥିବା ଭାରତୀୟ ଦଳ ଘରୋଇ ମାଟିରେ ଏହି ବିଜୟ ଧାରାକୁ କାଏମ ରଖିବା ଲକ୍ଷ୍ୟ ନେଇ ରବିବାର କୋଲକାତାର ଐତିହାସିକ ଇଡେନ୍‌ ଗାର୍ଡନ୍‌ସରେ ଭ୍ରମଣକାରୀ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ୩ଟିକିଆ ଟି-ଟେଣ୍ଟି ସିରିଜ୍‌ର ପ୍ରଥମ ମୁକାବିଲା ପାଇଁ ପଡ଼ିଆକୁ ଓହ୍ଲାଇବ। ବିରାଟ୍ କୋହଲିଙ୍କ ଅନୁପସ୍ଥିତିରେ ‘ହିଟ୍‌ ମ୍ୟାନ୍‌’ ରୋହିତ୍ ଶର୍ମା ଟିମ୍‌ ଇଣ୍ଡିଆର ନେତୃତ୍ୱ ନେବେ।

ଅନ୍ୟପକ୍ଷରେ ଟେଷ୍ଟ୍‌ ଠାରୁ ସମ୍ପୂର୍ଣ୍ଣ ବିପରୀତ ଅର୍ଥାତ୍‌ ନୂଆ ତାରକାଙ୍କ ସାମର୍ଥ୍ୟରେ ଲଢ଼ୁଆ ପ୍ରଦର୍ଶନ କରିଥିବା ଇଣ୍ଡିଜ୍‌ ଦିନକିଆ ଦଳ ଠାରୁ ଏହାର ଟି-ଟ୍ୱେଣ୍ଟି ଟିମ୍‌ ଆହୁରି ଶକ୍ତିଶାଳୀ ଓ ବିପଜ୍ଜନକ ମଧ୍ୟ। ଡ୍ୟାରେନ୍‌ ବ୍ରାଭୋ, କିରନ୍‌ ପୋଲାର୍ଡ ଓ ଆଣ୍ଡ୍ରେ ରେସଲ୍‌ଙ୍କ ଭଳି ବିଶ୍ୱସ୍ତରୀୟ ତାରକା କୌଣସି ବି ସ୍ଥିତିରେ ବିସ୍ଫୋରଣ କରି କ୍ରିକେଟ୍‌ର ଏହି ଛୋଟିଆ ଫର୍ମାଟ୍‌ରେ ମ୍ୟାଚ୍‌ର ଗତିକୁ ବଦଳାଇଦେବାରେ ବେଶ୍‌ ଧୂରନ୍ଧର।

ଏଭଳି ଅଭିଜ୍ଞ ସ୍ପେଶାଲିଷ୍ଟ୍‌ଙ୍କ ସହ ମିଶି ଚଳିତ ଭାରତୀୟ ଗସ୍ତରେ ଇଣ୍ଡିଜ୍‌ କ୍ରିକେଟ୍‌ର ନୂଆ ପ୍ରତିଭା ରୂପେ ଉଭା ହୋଇଥିବା ତରୁଣମାନେ ଟେଷ୍ଟ୍‌ ଓ ଦିନିକିଆ ସିରିଜ୍‌ରେ ପରାଜୟର ମଧୁର ପ୍ରତିଶୋଧ ପାଇଁ ଟି-ଟ୍ୱେଣ୍ଟି ସିରିଜ୍‌ରେ ଭ୍ରମଣକାରୀ ଦଳକୁ ୱିନିଂ ଟ୍ରାକ୍‌କୁ ଆଣିବା ପାଇଁ ବ୍ୟଗ୍ର ରହିବେ।

ଆଉ ବିଜୟର ଧାରାକୁ ଫେରିବା ପାଇଁ ଏହି ଟି-ଟ୍ୱେଣ୍ଟି ବିଶ୍ୱକପ୍‌(୨୦୧୬)ବିଜେତାଙ୍କୁ ଉତ୍ସାହିତ କରିବ ଭାରତ ବିପକ୍ଷରେ ପୂର୍ବ ଟ୍ରାକ୍‌ ରେକର୍ଡ। ଗତ ୮ଟି ଟ୍ୱେଣ୍ଟି ଟ୍ୱେଣ୍ଟି ମୁକାବିଲାରେ ଇଣ୍ଡିଜ୍‌ ୫ଟିରେ ବିଜୟୀ ହୋଇଥିବାବେଳେ ଭାରତ ମାତ୍ର ଦୁଇଟି ଜିତିଛି।

ସେହିପରି ଗତ ୪ଟି ମୁକାବିଲାରେ ଟିମ୍‌ ଇଣ୍ଡିଆକୁ କ୍ରମାଗତ ପରାଜୟର ସ୍ୱାଦ ଚାଖିବାକୁ ପଡ଼ିଛି। ୨୦୧୬ ବିଶ୍ୱକପ୍‌(ଟି-ଟ୍ୱେଣ୍ଟି)ର ମୁମ୍ବାଇରେ ଅନୁଷ୍ଠିତ ସେମିଫାଇନାଲ୍‌ରେ ଭ୍ରମଣକାରୀ ଦଳ ହାତରୁ ଭାରତ ୮ ୱିକେଟ୍‌ରେ ପରାସ୍ତ  ହେବା କଥା କ୍ରିକେଟ୍‌ ପ୍ରେମୀ ଏଯାଏ ମଧ୍ୟ ଭୁଲି ନଥିବେ।

ଶକ୍ତିଶାଳୀ କାରିବିଅନ୍‌ଙ୍କ ବଲ୍‌କୁ ବାଉଣ୍ଡାରୀ ପାର୍ କରାଇବାର ଦକ୍ଷତା ହିଁ ଟି-ଟ୍ୱେଣ୍ଟି ରେ ଉଭୟ ଦଳ ମଧ୍ୟରେ ଏକ ପ୍ରମୁଖ ଫରକ୍‌।

ଏହା ସହ ଜାତୀୟ ଟ୍ୱେଣ୍ଟି ଟ୍ୱେଣ୍ଟି ଲିଗ୍‌, ସିପିଏଲ୍‌ରେ ଆଖିଦୃଶିଆ ସଫଳତା ଯୋଗୁ ଇଣ୍ଡିଜ୍‌ ଦଳରେ ସାମିଲ୍‌ ହୋଇଥିବା ଫାଷ୍ଟ୍‌ ବୋଲର୍‌ ଓଶେନ୍ ଥୋମାସ୍‌, ଓବଦ୍‌ ମ୍ୟାକ୍‌କୟ, ଖାରୀ ପିୟର୍‌, ଶିମ୍‌ରନ୍ ହେଟ୍‌ମୟାର୍‌,ଶେର୍‌ଫାନ ରଦର୍‌ଫୋଡ୍‌ ଏବଂ ଫ୍ୟାବିଆଲ୍ ଆଲେନ୍‌ଙ୍କ ଭଳି ଯୁବ ତାରକାଙ୍କ ନିକଟରେ ଭରପୂର କ୍ରିକେଟ୍ ପ୍ରତିଭା ରହିଛି ।

ତେଣୁ ଇଡେନ୍‌ଗାର୍ଡନ୍‌ସରେ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଭ୍ରମଣକାରୀ ଦଳକୁ ରୋକିବା ରୋହିତଙ୍କ ଟିମ୍‌ ଇଣ୍ଡିଆ ପାଇଁ ସେତେଟା ସହଜ ହେବ ନାହିଁ।

ଛୋଟିଆ ଫର୍ମାଟ୍‌ର ଅନ୍ୟଏକ ପ୍ରମୁଖ ଶକ୍ତିର ମୁକାବିଲା ପାଇଁ କେବଳ ନିୟମିତ ଅଧିନାୟକ ବିରାଟ୍‌ କୋହଲି ନୁହନ୍ତି ବରଂ ଅଭିଜ୍ଞ ମହେନ୍ଦ୍ର ସିଂହ ଧୋନିଙ୍କ ଅନୁପସ୍ଥିତି ମଧ୍ୟ ପଡ଼ିଆରେ ଅନୁଭୂତ ହେବାର ଆଶଙ୍କା ଅଧିକ। ଅବଶ୍ୟ ୩୭ ବର୍ଷୀୟ ଭେଟେରାନ୍ ଧୋନିଙ୍କ ସ୍ଥାନରେ ଦିଲ୍ଲୀ ତାରକା ରିଷଭ ପନ୍ତ ଉଭୟ ୱିକେଟ୍‌ ଆଗରେ ଓ ପଛରେ ତାଙ୍କ ସାମର୍ଥ୍ୟ ପ୍ରଦର୍ଶନକ ଆବଶ୍ୟକ ସୁଯୋଗ ପାଇବେ।

ସେହିଭଳି ଜାତୀୟ ଦଳର ନୂଆ ମୁହଁ ଭାବେ ଏହି ସିରିଜ୍‌ ପାଇ ସମ୍ଭାବ୍ୟ ୧୬ ଜଣିଆ ଟିମ୍‌ରେ ସ୍ଥାନ ପାଇଥିବା ମୁମ୍ବାଇର ଦୁଇ ଯୁବ ତାରକା, ବ୍ୟାଟସ୍‌ମ୍ୟାନ୍‌  ଶ୍ରେୟସ୍‌ ଆୟର୍ ଓ ଅଲ୍‌ରାଉଣ୍ଡର୍‌ କ୍ରୁନାଲ୍‌ ପାଣ୍ଡ୍ୟାଙ୍କ ସହ ଝାରଖଣ୍ଡୀ ବାମହୀତୀ ସ୍ପିନର୍‌ ସାହାବାଜ୍‌ ନଦୀମ୍‌ ସେମାନଙ୍କ ଚୟନର ପ୍ରମାଣ ଦେବା ପାଇଁ ସୁଯୋଗକୁ ଅପେକ୍ଷା କରିବେ।

ବିରାଟ୍‌ଙ୍କ ଅନୁପସ୍ଥିତିରେ ଲୋକେଶ୍‌ ରାହୁଲ୍‌ ନମ୍ବର ୩ରେ ଖେଳିବା ଏକପ୍ରକାର ନିଶ୍ଚିତ। ୪ ନମ୍ବରରେ ଭେଟେରାନ୍‌ ଦିନେଶ କାର୍ତ୍ତିକ ମଧ୍ୟକ୍ରମ ମଙ୍ଗ ସମ୍ଭାଳିଲେ ୫ ନମ୍ବର୍‌ ପାଇଁ ମନୀଷ ପାଣ୍ଡେ ଓ ଶ୍ରେୟସ୍‌ ଆୟର୍‌ଙ୍କ ମଧ୍ୟରେ ମୁକାବିଲା ହେବ।

୬ ନମ୍ବରରେ ରିଷଭ ପନ୍ତ ଏବଂ ୭ ନମ୍ବରରେ ହାର୍ଦ୍ଦିକ-ଭ୍ରାତା ଅଲ୍‌ରାଉଣ୍ଡର୍‌ କ୍ରୁନାଲ୍‌ ପାଣ୍ଡ୍ୟାଙ୍କୁ ସୁଯୋଗ ମିଳିପାରେ। ସେହିପରି ନୂଆ ବଲ୍‌ର ନିୟମିତ ଯୋଡ଼ି ଭୁବନେଶ୍ୱର ଓ ବୁମ୍ରାଙ୍କ ସହ ସ୍ପିନ୍‌ ପାର୍ଟନର୍‌ କୁଲ୍‌ଦୀପ ଯାଦବ ଓ ୟଜୁବେନ୍ଦ୍ର ଚହଲ୍‌ ବୋଲିଂ ଆକ୍ରମଣ ସମ୍ଭାଳିବେ।

ଇଡେନ୍‌ଗାର୍ଡନ୍‌ସରେ ଏହି ମ୍ୟାଚ୍‌ ସନ୍ଧ୍ୟା ୭ଟାରୁ ଆରମ୍ଭ ହେବ।

ଭାରତୀୟ ଦଳ: ରୋହିତ୍ ଶର୍ମା(ଅ), ଶିଖର ଧୱନ୍‌, କେଏଲ୍‌ ରାହୁଲ୍‌, ଦିନେଶ୍ କାର୍ତ୍ତିକ, ମନୀଷ ପାଣ୍ଡେ, ଶ୍ରେୟସ୍ ଆୟର୍‌, ରିଷଭ ପନ୍ତ(ୱି),କ୍ରୁନାଲ୍‌ ପାଣ୍ଡ୍ୟା, ଭୁବନେଶ୍ୱର କୁମାର୍‌, ୟଜୁବେନ୍ଦ୍ର ଚହଲ୍‌, କୁଲଦୀପ ଯାଦବ୍‌, ଯଶପ୍ରୀତ ବୁମ୍ରା, ୱାଶିଂଟନ୍ ସୁନ୍ଦର୍, ଖଲିଲ୍‌ ଅହମ୍ମଦ, ଉମେଶ ଯାଦବ୍ ଏବଂ ସାହାବାଜ୍ ନଦୀମ୍‌।

ୱେଷ୍ଟ୍‌ଇଣ୍ଡିଜ୍‌ ଦଳ: କାର୍ଲସ୍‌ ବ୍ରାଥ୍‌ୱେଟ୍‌(ଅ), ଫ୍ୟାବିଆନ୍‌ ଆଲେନ୍‌, ଡ୍ୟାରେନ୍ ବ୍ରାଭୋ, ଶିମ୍‌ରନ୍‌ ହେଟ୍‌ମୟାର୍‌. କିମୋ ପଲ୍‌, କିରନ୍‌ ପୋଲାର୍ଡ, ଦିନେଶ ରାମଦିନ୍‌(ୱି), ଆଣ୍ଡ୍ରେ ରସେଲ୍‌, ଶେର୍‌ଫାନ ରଦର୍‌ଫୋଡ୍‌, ଓଶେନ୍ ଥୋମାସ୍‌, ଖାରୀ ପିୟର୍‌, ଓବଦ୍‌ ମ୍ୟାକ୍‌କୟ, ରୋଭ୍‌ମ୍ୟାନ୍‌ ପୱେଲ୍‌ ଏବଂ ନିକୋଲସ୍‌ ପୁରନ୍‌।

 



from Odisha Reporter https://ift.tt/2zoIAVn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages