ଏହି ୫ ନାମୀ ଖେଳାଳିଙ୍କୁ ଏବର୍ଷ ଆଇପିଏଲ୍‌ରେ କେହି କିଣି ନପାରନ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 26, 2018

ଏହି ୫ ନାମୀ ଖେଳାଳିଙ୍କୁ ଏବର୍ଷ ଆଇପିଏଲ୍‌ରେ କେହି କିଣି ନପାରନ୍ତି

ନୂଆଦିଲ୍ଲୀ: ଫଟାଫଟ୍‌ କ୍ରିକେଟ୍‌ ଆଇପିଏଲ୍‌ର ଫିଭର୍‌ ପୁଣି ଦେଶକୁ ଫେରିଛି। ଆସନ୍ତା ଡିସେମ୍ବର ୧୮ ତାରିଖରେ ୨୦୧୯ ଆଇପିଏଲ୍‌ ସଂସ୍କରଣ ପାଇଁ ଖେଳାଳି ନିଲାମ ପ୍ରକ୍ରିୟା ସମ୍ଭବତଃ ହୋଇପାରେ। ଏଥିପାଇଁ ବିଭିନ୍ନ ପ୍ରାଞ୍ଚାଇଜି କିଛି ଖେଳାଳିଙ୍କୁ ଛାଡ଼ିଥିବା ବେଳେ ଆଉ କିଛି ଖେଳାଳିଙ୍କୁ ନିଜ ପାଖରେ ରଖିଛନ୍ତି। ତେବେ ପୂର୍ବ ଆଇପିଏଲ୍‌ରେ ଭଲ ପ୍ରଦର୍ଶନ କରି ଆସିଥିବା କିଛି ବଡ଼ ଖେଳାଳିଙ୍କୁ ଏଥର କୌଣସି ପ୍ରାଞ୍ଚାଇଜି କିଣିବେ ନାହିଁ ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ସେମାନଙ୍କ ମଧ୍ୟରେ ଗୌତମ ଗମ୍ଭୀର ଓ ଯୁବରାଜ ସିଂହଙ୍କ ଭଳି ଷ୍ଟାର ଖେଳାଳିଙ୍କ ନାଁ ମଧ୍ୟ ରହିଛି। ହେଲେ କ’ଣ ପାଇଁ ଏମାନେ ଫ୍ରାଞ୍ଚାଇଜିମାନଙ୍କ ପାଇଁ ଅଲୋଡ଼ା ହେବେ, ଆସନ୍ତୁ ଜାଣିବା

୧: ଯୁବରାଜ ସିଂହ: ଗତବର୍ଷ ଆଇପିଏଲ୍‌ରେ ଯୁବରାଜ କିଙ୍ଗସ୍‌ ଏକାଦଶ ପଞ୍ଜାବ ପକ୍ଷରୁ ଖେଳୁଥିଲେ। କିନ୍ତୁ ଏଥର ଦଳ ତାଙ୍କୁ ନିଲାମ ପ୍ରକ୍ରିୟାରେ ସାମିଲ ହେବାକୁ ଛାଡ଼ି ଦେଇଛି। ତେବେ ଯୁବରାଜ ମେ’ ମାସରୁ ଆଜି ଯାଏ ମାତ୍ର ୭ଟି ଲିଷ୍ଟ ଏ ମ୍ୟାଚ୍‌ ଖେଳିଛନ୍ତି।

ସେହିପରି ଯୁବରାଜ ୮ଟି ମ୍ୟାଚ୍‌ରେ ୧୦.୮୩ ହାରରେ ୬୫ ରନ୍‌ କରିବାରେ ସକ୍ଷମ ହୋଇଛନ୍ତି। ପୁନଶ୍ଚ ଆଇପିଏଲ୍‌ ପରେ ଯୁବରାଜ ପଞ୍ଜାବ ପାଇଁ ମାତ୍ର ଗୋଟିଏ ଅର୍ଦ୍ଧଶତକ ହାସଲ କରିବାକୁ ସକ୍ଷମ ହୋଇଛନ୍ତି। ଏପରି ସ୍ଥିତିରେ ଯୁବରାଜଙ୍କୁ କୌଣସି ଦଳ କିଣିବେ ନାହିଁ ବୋଲି କୁହାଯାଉଛି।

୨: ଗୌତମ ଗମ୍ଭୀର: ଦିଲ୍ଲୀର ଏହି ଷ୍ଟାର ବ୍ୟାଟସ୍‌ମ୍ୟାନ୍‌ ଆଇପିଏଲ୍‌ରେ କୋଲକାତା ନାଇଡ୍‌ ରାଇଡର୍ସକୁ ୨ଥର ଚାମ୍ପିୟନ କରାଇଥିଲେ। ତେବେ ଗତବର୍ଷ ସେ ଦିଲ୍ଲୀ ଡେୟାର ଡେଭିଲ୍ସ ପକ୍ଷରୁ ଖେଳୁଥିଲେ। ସେ ଅଧିନାୟକ ଭାବେ ମାତ୍ର ୬ଟି ମ୍ୟାଚ୍‌ରୁ ଦଳକୁ ଗୋଟିଏରେ ଜିତାଇ ପାରିଥିଲେ।

ଏହାପରେ ସେ ଅଧିନାୟକ ପଦ ଛାଡ଼ିବା ସହ ପୂରା ଆଇପିଏଲ୍‌ରେ ବେଞ୍ଚରେ ବସିଥିଲେ। ଆଇପିଏଲ୍‌ରେ ଖରାପ ପ୍ରଦର୍ଶନ କରିଥିବା ଗମ୍ଭୀର ବିଜୟ ହଜାରେ ଟ୍ରଫିରେ ୫୧୮ ରନ୍‌ କରିଛନ୍ତି। କିନ୍ତୁ ରଣଜୀରେ ତାଙ୍କ ପ୍ରଦର୍ଶନ ସେତେଟା ଖାସ୍‌ ନଥିଲା।

୩: ବ୍ରେଣ୍ଡନ ମ୍ୟାକକୁଲମ: କ୍ରିକେଟର ବିସ୍ଫୋରକ ବ୍ୟାଟସ୍‌ମ୍ୟାନ୍‌ ବ୍ରେଣ୍ଡନ୍‌ ମ୍ୟାକ୍‌କୁଲମଙ୍କୁ ଏବର୍ଷ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଛାଡ଼ି ଦେଇଛି। ଗତବର୍ଷ ସେ ମାତ୍ର ଦଳ ପାଇଁ ୬ଟି ମ୍ୟାଚ୍‌ ଖେଳିଥିଲେ। ନ୍ୟୁଜିଲ୍ୟାଣ୍ଡର ପୂର୍ବତନ ଅଧିନାୟକ ମାତ୍ର ୨୧.୧୬ ହାରରେ ୧୨୭ କରିବାକୁ ସକ୍ଷମ ହୋଇଥିଲେ। ଆପିଏଲ୍‌ ପରେ ମ୍ୟାକ୍‌କୁଲମ ଆଫ୍‌ଗାନିସ୍ତାନ ପ୍ରିମିୟର ଲିଗ୍‌ ଖେଳିଥିଲେ। ସେଠାରେ ସେ ୧୯.୭୫ ହାରରେ ୧୫୮ ରନ୍‌ କରିଛନ୍ତି।

୪: ମିଚେଲ ଜନସନ୍‌: କୋଲକାତା ପକ୍ଷରୁ ଖେଳୁଥିବା ମିଚେଲ ଜନସନ୍‌ ଗତବର୍ଷ ଆଦୌ ଭଲ ପ୍ରଦର୍ଶନ କରିପାରି ନାହାନ୍ତି। ତେଣୁ ଦଳ ତାଙ୍କୁ ଛାଡ଼ି ଦେଇଛି। ଅଷ୍ଟ୍ରେଲିଆର ଏହି ସ୍ପିଡ୍‌ଷ୍ଟର ୬ଟି ମ୍ୟାଚ୍‌ରେ ମାତ୍ର ୨ଟି ୱିକେଟ୍‌ ନେବାକୁ ସକ୍ଷମ ହୋଇଥିଲେ। ଆଇପିଏଲ୍‌ ପରେ ଜନସନ୍‌ କୌଣସି କ୍ରିକେଟ୍‌ ଖେଳିନାହାନ୍ତି।

୫: ମହମ୍ମଦ ଶାମି: ଦିଲ୍ଲୀ ଡେୟାର ଡେଭିଲ୍ସରେ ଥିବା ମହମ୍ମଦ ଶାମି ଗତବର୍ଷ ଭଲ ପ୍ରଦର୍ଶନ କରି ନଥିଲେ। ସେ ୩ଟି ମ୍ୟାଚ୍‌ରେ ମାତ୍ର ୪ଟି ୱିକେଟ୍‌ ନେଇପାରିଥିଲେ। ସେ ଟୁର୍ଣ୍ଣାମେଣ୍ଟ୍‌ରେ ୧୦.୪୦ ହାର୍‌ରେ ରନ୍‌ ଦେଉଥିବା ବୋଲର ମଧ୍ୟ ପାଲଟିଛନ୍ତି। ୨୮ ବର୍ଷୀୟ ଶାମି ଏପ୍ରିଲ ମାସରୁ କୌଣସି ଟି-୨୦ ମ୍ୟାଚ୍‌ ଖେଳିନାହାନ୍ତି।



from Odisha Reporter https://ift.tt/2AqfyoX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages