କିଟ୍‌ ଖଣ୍ଡଯୁଦ୍ଧ: ସିସିଟିଭି ଫୁଟେଜ୍‌ ଆଧାରରେ ଛାତ୍ରଙ୍କୁ ଚିହ୍ନଟ କରୁଛି ପୁଲିସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 26, 2018

କିଟ୍‌ ଖଣ୍ଡଯୁଦ୍ଧ: ସିସିଟିଭି ଫୁଟେଜ୍‌ ଆଧାରରେ ଛାତ୍ରଙ୍କୁ ଚିହ୍ନଟ କରୁଛି ପୁଲିସ୍‌

kiit

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କମେଣ୍ଟ ମରାକୁ କେନ୍ଦ୍ର କରି କିଟ୍ କ୍ୟାମ୍ପସରେ ଖଣ୍ଡଯୁଦ୍ଧ ଘଟଣାର ଖୋଳତାଡ଼ ଜାରି ରଖିଛି କମିଶନରେଟ୍ ପୁଲିସ। ଏହି ଘଟଣାକୁ ନେଇ ପୁଲିସ୍‌ ୨ଟି ମାମଲା ରୁଜୁ କରି ସିସିଟିଭି ଫୁଟେଜ୍ ଆଧାରରେ ଛାତ୍ରମାନଙ୍କୁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରିଛି। ଘଟଣାରେ ଯେଉଁ ଛାତ୍ରମାନେ ସଂପୃକ୍ତ ଥିଲେ ସେମାନଙ୍କ ମଧ୍ୟରୁ କିଛି ଛାତ୍ରଙ୍କୁ ନୋଟିସ୍ ପଠାଯାଇଥିବାବେଳେ ଅନ୍ୟ ଛାତ୍ରଙ୍କୁ ମଧ୍ୟ ନୋଟିସ କରାଯିବ ବୋଲି ପୁଲିସ୍‌ କହିଛି।

ଗତ ଶନିବାର ଦିନ ରଣକ୍ଷେତ୍ର ପାଲଟି ଯାଇଥିଲା କିଟ୍ କ୍ୟାମ୍ପସ। କେତେବେଳେ ଆଖିବୁଜା ଢ଼େଲା ପଥର ମାଡ଼ ତ ଆଉ କେତେବେଳେ କ୍ରିକେଟ୍ ବ୍ୟାଟ୍‌ରେ ପ୍ରହାର। ଆଇନ୍‌ ଏବଂ ଇଂଜିନିୟରିଂ ଛାତ୍ରଙ୍କ ଏହି ଖଣ୍ଡଯୁଦ୍ଧରେ କ୍ୟାମ୍ପସରେ ଖେଳିଯାଇଥିଲା ଆତଙ୍କ।

କେଉଁ ପରିସ୍ଥିତିରେ ଘଟିଲା ଏଭଳି ଲଙ୍କାକାଣ୍ଡ ? ଘଟଣା ପଛରେ କେଉଁ ଛାତ୍ରମାନଙ୍କ ସଂପୃକ୍ତି ରହିଛି ? ସେ ନେଇ ଗତ ଦୁଇ ଦିନ ହେଲା କମିଶନରେଟ୍ ପୁଲିସ ଖୋଳତାଡ଼ ଜାରି ରଖିଛି। ଉଭୟ ଛାତ୍ର ଗୋଷ୍ଠୀଙ୍କ ବିରୋଧରେ ୨ଟି ମାମଲା ରୁଜୁ ସହ ନୋଟିସ୍ କରାଯାଇଛି। ଉଭୟ ମାମଲାରେ ଘଟଣା ପରଠୁ ଅଟକ ଥିବା ୫ ଛାତ୍ରଙ୍କୁ ୪୧ ସିଆରପିସି ଧାରା ଅନୁଯାୟୀ ଛାଡ଼ି ଦିଆଯାଇଛି। ଏହାସହ ସିସିଟିଭି ଫୁଟେଜ୍‌କୁ ଯାଞ୍ଚ କରାଯାଉଛି।

ଏହି ସଂଘର୍ଷରେ କୌଣସି ଛାତ୍ରଙ୍କ ଅବସ୍ଥା ଗୁରୁତର ହୋଇନଥିବା ପୁଲିସ କହିଛି। ଘଟଣାରେ କିଟ୍ କର୍ତ୍ତୃପକ୍ଷ ଦାୟୀ ରହିବେ ନା ନାହିଁ ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପୁଲିସ କମିଶନର ସତ୍ୟଜିତ ମହାନ୍ତି କହିଛନ୍ତି।

ସୂଚନାଯୋଗ୍ୟ, ଇଣ୍ଟିଗ୍ରେଟେଡ୍ ଲ’ର ଜଣେ ଛାତ୍ରୀଙ୍କୁ ଦୁଇ ଦିନ ତଳେ ବି-ଟେକ୍ ବିଭାଗର ଛାତ୍ର କମେଣ୍ଟ ମାରିଥିବା ଘଟଣାକୁ ନେଇ ସରଗରମ ରହିଥିଲା କିଟ୍ କ୍ୟାମ୍ପସ। ବିଭାଗୀୟ କର୍ତ୍ତୃପକ୍ଷ ମଧ୍ୟ ଏହି ଘଟଣାରେ ହସ୍ତକ୍ଷେପ କରି ଆପୋସ ସମାଧାନ କରିଥିଲେ। ଏହାସତ୍ତ୍ୱେ  ଶନିବାର ଅପରାହ୍ନରେ ତେଜିଥିଲା ଛାତ୍ର ଅଶାନ୍ତି। ହାତାହାତି ହୋଇଥିଲେ ଆଇନ ଏବଂ ବିଟେକ୍ ବିଭାଗର ଛାତ୍ର ଗୋଷ୍ଠୀ। ହଷ୍ଟେଲ ଭିତରେ ପଶି ଅନ୍ୟ ଏକ ଗୋଷ୍ଠୀର ଛାତ୍ରଙ୍କ ଉପରେ କ୍ରିକେଟ୍‌ ବ୍ୟାଟ୍‌ରେ ମରଣାନ୍ତକ ଆକ୍ରମଣ କରିଥିଲେ। ଏଭଳି ଆକ୍ରମଣରେ ଉଭୟ ଗୋଷ୍ଠୀର ପ୍ରାୟ ୧୪ ଜଣ ଛାତ୍ର ଆହତ ହୋଇଥିଲେ।

ଅଶାନ୍ତ ବାତାବରଣକୁ ଦୃଷ୍ଟିରେ ରଖି ଓ ଅଧିକ ଗଣ୍ଡଗୋଳ ଆଶଙ୍କାରେ କେବଳ ଦୁଇଟି ହଷ୍ଟେଲକୁ ଖାଲି କରିଦିଆଯାଇଛି। ୟୁନିଭର୍ସିଟିକୁ ସାଇନେ ଡାଏ ଘୋଷଣା କରାଯାଇ ନାହିଁ ବୋଲି ବୋଲି ଗତକାଲି ପ୍ରତିକ୍ରିୟା ଦେଇ କିଟ୍ କର୍ତ୍ତୃପକ୍ଷ କହିଥିଲେ।



from Odisha Reporter https://ift.tt/2DYeNI3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages