୨୬/୧୧ ଷଡ଼ଯନ୍ତ୍ରକାରୀଙ୍କୁ ଧରାଇଲେ ୩୫ କୋଟି ଦେବ ଆମେରିକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 26, 2018

୨୬/୧୧ ଷଡ଼ଯନ୍ତ୍ରକାରୀଙ୍କୁ ଧରାଇଲେ ୩୫ କୋଟି ଦେବ ଆମେରିକା

ୱାଶିଂଟନ୍‌: ମୁମ୍ବାଇ ୨୬/୧୧ ଆତଙ୍କବାଦୀ ହମ୍‌ଲାକୁ ୧୦ ବର୍ଷ ବିତି ଯାଇଥିଲେ ହେଁ ଏହି ଘଟଣାକୁ ଚୂଡ଼ାନ୍ତ ରୂପ ଦେଇଥିବା ପାକିସ୍ତାନର ଆକ୍କା ମାନଙ୍କ ବିରୋଧରେ ଏଯାଏ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିନାହିଁ।

ଏହି ଆତଙ୍କବାଦୀଙ୍କ ଆକ୍କାମାନେ ପାକିସ୍ତାନରେ ବେଶ ଆରାମରେ ବୁଲୁଥିଲେ ହେଁ ସେଠାକାର ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି। ହେଲେ ଆମେରିକା ୨୬/୧୧ ଷଡ଼ଯନ୍ତ୍ରକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପାକିସ୍ତାନକୁ କହିଛି।

ଏଥିସହ ଷଡ଼ଯନ୍ତ୍ରକାରୀ ବା ପ୍ରଚ୍ଛଦପଟ୍ଟର ନାୟକଙ୍କ ବିରୋଧରେ ଯିଏ ନିର୍ଭରଯୋଗ୍ୟ ତଥ୍ୟ ଦେବ, ତା’ହେଲେ ତାଙ୍କୁ ୩୫ କୋଟିରୁ ଅଧିକ ଟଙ୍କାର ପୁରସ୍କାର ମିଳିବ ବୋଲି ଆମେରିକା ପକ୍ଷରୁ କୁହାଯାଇଛି।

ଦେଶର ମହାସଚିବ ମାଇକ୍‌ ପୋମ୍ପେଓ କହିଛନ୍ତି, “ମୁମ୍ବାଇ ଆତଙ୍କୀ ହମ୍‌ଲାକୁ ୧୦ ବର୍ଷ ବିତି ଯାଇଥିଲେ ହେଁ ଆଜି ଯାଏ ଏହି କାଣ୍ଡକୁ ଚୂଡ଼ାନ୍ତ ରୂପ ଦେଇଥିବା ଅପରାଧୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଯାହା ପୀଡ଼ିତଙ୍କ ପରିବାର ଲୋକଙ୍କୁ ଆଘାତ ପହଞ୍ଚାଉଛି। ଆମେ ଏବେ ସମସ୍ତ ରାଷ୍ଟ୍ର ବିଶେଷ କରି ପାକିସ୍ତାନକୁ ଏବେ ମୁମ୍ବାଇ ଆକ୍ରମଣ ଘଟାଇଥିବା ଆତଙ୍କୀ ସଂଗଠନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ।

ଲସ୍କର-ଏ-ତାଇବା ଏବଂ ତା’ ଦ୍ୱାରା ପରିଚାଳିତ ସଂଗଠନ ଗୁଡ଼ିକ ଉପରେ କଟକଣା ଲାଗୁ ହେବା ଦରକାର। ଯଦି କେହି ବ୍ୟକ୍ତି ମୁମ୍ବାଇ ଆକ୍ରମଣ ମାଷ୍ଟରମାଇଣ୍ଡ ବିରୋଧରେ ସୂଚନା ଦେବେ ଏବଂ ତାଙ୍କୁ ଧରିବାରେ ସହଯୋଗ କରିବେ, ତା’ହେଲେ ତାଙ୍କୁ ୫ ମିଲିୟନ ଡଲାର ପୁରସ୍କାର ଭାବେ ଦିଆଯିବ।”

ପୂର୍ବରୁ ଆମେରିକା ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ୍‌ ହାଫିଜ୍‌କୁ ଧରିବା ପାଇଁ ୧୦ ମିଲିୟନ ଡଲାର ଓ ଲସ୍କର ସଂଗଠନର ହାଫିଜ୍‌ ଅବୁଦୁଲ ରହମାନ ମକ୍କିକୁ ଧରିବା ପାଇଁ ୨ ମିଲିୟନ ଡଲାର ପୁରସ୍କାର ଘୋଷଣା କରିଥିଲା।



from Odisha Reporter https://ift.tt/2DHDxTY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages