ବଜାରକୁ ଆସିଗଲା ‘ମିଲ୍କି ମୁ’ ଛେନାପୋଡ଼ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 26, 2018

ବଜାରକୁ ଆସିଗଲା ‘ମିଲ୍କି ମୁ’ ଛେନାପୋଡ଼

ପୁରୀ(ଓଡ଼ିଶା ରିପୋର୍ଟର): ପାରମ୍ପରିକ ସ୍ୱାଦ, ସ୍ୱଚ୍ଛ ପ୍ରକ୍ରିୟା ଏବଂ ଆଧୁନିକ ପ୍ୟାକେଜିଂକୁ ଗୁରୁତ୍ୱ ଦେଇ ଏବଂ ଓଡ଼ିଶାର ଲୋକପ୍ରିୟ ଛେନାପୋଡ ସମଗ୍ର ବିଶ୍ୱରେ ପହଞ୍ଚାଇବା ପାଇଁ ‘ମିଲ୍କି ମୁ’  ବଜାରକୁ ଆଣିଛି ୧୫ ଦିନ ପର୍ଯ୍ୟନ୍ତ ସତେଜ ରହୁଥିବା ମିଲ୍କି ମୁ ଛେନାପୋଡ ।

ଡ଼ଃ ଭର୍ଗିସ୍ କୁରିଆନଙ୍କ ଜନ୍ମବାର୍ଷିକୀ ଉପଲକ୍ଷେ ଜାତୀୟ ଦୁଗ୍ଧଦିବସ ଅବସରରେ ‘ମିଲ୍କି ମୁ’ କମ୍ପାନୀ ଏହି ଛେନାପୋଡ଼କୁ ଲଞ୍ଚ୍‌ କରିଛି।

ଗୋଟିଏ ପଟେ ‘ମିଲ୍କି ମୁ’ ଡ଼ଃ ଭର୍ଗିସ୍ କୁରିଆନ୍‌ଙ୍କୁ ସମ୍ମାନ ଜଣାଇ ଛେନାପୋଡ ଲଞ୍ଚ୍‌  କରିଥିବା ବେଳେ ଅନ୍ୟ ପଟେ ପ୍ରସିଦ୍ଧ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଓଡିଶାର କଳା ଏବଂ ଖାଦ୍ୟ ସଂସ୍କୃତିକୁ ଗୁରୁତ୍ୱ ଦେଇ ବାଲୁକା ଚିତ୍ର ପ୍ରଦର୍ଶନ କରିଛନ୍ତି।  ସମଗ୍ର ବିଶ୍ୱରେ ଓଡ଼ିଶାର ଖାଦ୍ୟକୁ ପହଞ୍ଚାଇବା ଉଦ୍ଦେଶ୍ୟ ନେଇ ସ୍ୱତନ୍ତ୍ର ପ୍ୟାକେଜିଂ ଜରିଆରେ ଛେନାପୋଡ ଲଞ୍ଚ୍‌ କରିବା ‘ମିଲ୍କି ମୁ’ ଏକ ଅଭିନବ ପ୍ରୟାସ କରିଛି।

‘ମିଲ୍କି ମୁ’ ଲଞ୍ଚ୍‌ କରିଥିବା ଏହି ଛେନାପୋଡ଼ରେ ଅଳ୍ପ ଚିନି ରହିଛି। ବଜାରରେ ‘ମିଲ୍କି ମୁ’ ର କ୍ଷୀର, ଦହି, ଲସି ମଧ୍ୟ ଉପଲବ୍ଧ ହେଉଛି।



from Odisha Reporter https://ift.tt/2PUseiG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages