ଆଇସିସି ଦିନିକିଆ ରାଙ୍କିଙ୍ଗ: ତଳକୁ ଖସିଲେ ଧୱନ, ଟପ୍‌ ଟେନ୍‌ରେ ଚହଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 2, 2018

ଆଇସିସି ଦିନିକିଆ ରାଙ୍କିଙ୍ଗ: ତଳକୁ ଖସିଲେ ଧୱନ, ଟପ୍‌ ଟେନ୍‌ରେ ଚହଲ

ଦୁବାଇ: କ୍ରମାଗତ ଭାବେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ୫ଟି ଯାକ ଦିନିକିଆରେ ବଡ଼ ଇନିଂସ ଖେଳିବାରେ ବିଫଳ ହୋଇଥିବାରୁ ଟିମ୍‌ ଇଣ୍ଡିଆର ଓପନର୍‌ ଶିଖର ଧୱନଙ୍କ ପାଇଁ ଏହା ମହଙ୍ଗା ସାବ୍ୟସ୍ତ ହୋଇଛି। ପୂର୍ବରୁ ଦିନିକିଆ ରାଙ୍କିଙ୍ଗର ୫ମ ସ୍ଥାନରେ ଥିବା ଧୱନ୍‌ ୪ଟି ସ୍ଥାନ ତଳକୁ ଖସି ୯ ନଂରେ ପହଞ୍ଚିଛନ୍ତି। ସେ ୱେଷ୍ଟଇଣ୍ଡିଜ ବିପକ୍ଷ ୫ଟି ମ୍ୟାଚ୍‌ରେ ମାତ୍ର ୧୧୨ ରନ୍‌ କରିଥିବାରୁ ଏଭଳି ଘଟିଛି।

ତେବେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍‌ କୋହଲି ଓ ରୋହିତ ଶର୍ମା ସିରିଜ୍‌ରେ ଜବରଦସ୍ତ ପ୍ରଦର୍ଶନ କରି ନିଜ ନିଜର ସ୍ଥାନ ସୁରକ୍ଷିତ ରଖିଛନ୍ତି। ବିରାଟ୍‌ ଏହି ସିରିଜ୍‌ରେ ୪୫୩ ରନ୍‌ କରିଥିବାରୁ ତାଙ୍କୁ ୧୬ ପଏଣ୍ଟର ଫାଇଦା ହୋଇଛି। ଫଳରେ ସେ ୮୯୯ ପଏଣ୍ଟ ସହ ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗର ୧ନଂ ସ୍ଥାନରେ ପୂର୍ବଭଳି ସୁଦୃଢ଼ ରହିଛନ୍ତି। ରୋହିତ ଶର୍ମା ଏହି ସିରିଜ୍‌ ପରେ ୨୯ ପଏଣ୍ଟ ପାଇଛନ୍ତି। ସେ ସମୁଦାୟ ୮୭୧ ପଏଣ୍ଟ ସହ ରାଙ୍କିଙ୍ଗର ୨ ନଂ ସ୍ଥାନରେ ରହିଛନ୍ତି।

ସେହିପରି ବୋଲିଂରେ ଟିମ୍‌ ଇଣ୍ଡିଆର ଡାହାଣହାତୀ ରିଷ୍ଟ ସ୍ପିନର୍‌ ୟୁଜବେନ୍ଦର ଚହଲ ପ୍ରଥମ ଥର ପାଇଁ ଦିନିକିଆ ବୋଲିଂ ରାଙ୍କିଙ୍ଗର ଟପ୍‌ ୧୦ରେ ପ୍ରବେଶ କରିଛନ୍ତି। ସେ ୬୮୩ ପଏଣ୍ଟ ସହ ବିଶ୍ୱର ୮ ନଂ ବୋଲର ମାନ୍ୟତା ପାଇଛନ୍ତି। ଇଂଲଣ୍ଡର ଆଦିଲ ରଶିଦ ସମାନ ୬୮୩ ପଏଣ୍ଟ ପାଇଥିଲେ ମଧ୍ୟ ମ୍ୟାଚ୍‌ ସଂଖ୍ୟାରେ ବ୍ୟବଧାନ କାରଣରୁ ସେ ୯ନଂ ସ୍ଥାନରେ ରହିଛନ୍ତି।

ସେହିପରି ଭାରତର ଅନ୍ୟତମ ବାମହାତୀ ସ୍ପିନ ବୋଲର୍‌ କୁଲଦୀପ ଯାଦବ ୭୨୩ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛନ୍ତି। ତେବେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ୩ୟ ଦିନିକିଆ ବେଳକୁ ବିଶ୍ରାମ ନେଇ ଦଳକୁ ଫେରିଥିବା ଯଶପ୍ରୀତ ବୁମ୍ରା ପୂର୍ବଭଳି ୧ ନଂ ସ୍ଥାନରେ ଅତୁଟ ରହିଛନ୍ତି। ତାଙ୍କ ପାଖରେ ୮୪୧ ପଏଣ୍ଟ ରହିଛି। ଦ୍ୱିତୀୟ ସ୍ଥାନରେ ୭୮୮ ପଏଣ୍ଟ ସହ ଆଫଗାନିସ୍ତାନର ରଶିଦ ଖାନ୍‌ ରହିଛନ୍ତି।

ଅନ୍ୟପକ୍ଷରେ ଭାରତ ବିପକ୍ଷ ଦିନିକିଆରେ ଜବରଦସ୍ତ ପ୍ରଦର୍ଶନ କରିଥିବା ଇଣ୍ଡିଜ୍‌ର ସାଇ ହୋପ୍‌ ଓ ଶିମରନ୍‌ ହେଟମେୟର ମଧ୍ୟ ନିଜ ନିଜର ରାଙ୍କିଙ୍ଗରେ ସୁଧାର ଆଣିଛନ୍ତି। ହୋପ୍‌ ସିରିଜ୍‌ରେ ୬୨.୫୦ ହାରରେ ୨୫୦ ରନ୍‌ କରିଛନ୍ତି। ଫଳରେ ସେ ୨୨ଟି ସ୍ଥାନ ଉପରକୁ ଉଠି ଦିନିକିଆ ରାଙ୍କିଙ୍ଗର ନଂ ୨୫ରେ ପହଞ୍ଚିଛନ୍ତି। ଏଥିସହ ସେ ୱେଷ୍ଟଇଣ୍ଡିଜ୍‌ ଖେଳାଳିଙ୍କ ମଧ୍ୟରେ ନଂ୧ ସ୍ଥାନରେ ରହିଛନ୍ତି। ସେହିପରି ହେଟମେୟର ୫୧.୮୦ ହାରରେ ୨୫୧ ରନ୍‌ କରିଛନ୍ତି। ସେ ୩୧ଟି ସ୍ଥାନ ଉଠି ୨୬ ନଂ ବ୍ୟାଟସ୍‌ମ୍ୟାନ୍‌ ବନିଛନ୍ତି।

ତେବେ ଦଳୀୟ ଭିତ୍ତିରେ ଇଂଲଣ୍ଡ ଦିନିକିଆରେ ୧୨୬ ପଏଣ୍ଟ ସହ ୧ ନଂ ସ୍ଥାନରେ ଥିବା ବେଳେ ଭାରତ ୧୨୧ ପଏଣ୍ଟ ସହ ଦ୍ୱିତୀୟରେ ରହିଛି।



from Odisha Reporter https://ift.tt/2qoAVT1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages