
ବିବାହ ସମସ୍ତଙ୍କ ଜୀବନରେ ଏକ ରୋମାଞ୍ଚକର କ୍ଷଣ ନେଇ ଆସେ। ଖାସ୍ କରି ଝିଅମାନଙ୍କ ପାଇଁ। କାରଣ ପିଲାଦିନୁ ଝିଅମାନେ ବିବାହକୁ ନେଇ ଅନେକ ସ୍ୱପ୍ନ ଦେଖିଥାନ୍ତି। ପିଲାଦିନେ କଣ୍ଢେଇକୁ ସଜାଇବା ବେଳେ ସେମାନେ ମଧ୍ୟ କେଉଁଠିନା କେଉଁଠି ନିଜକୁ ସେ କଣ୍ଢେଇରେ ଦେଖିଥାନ୍ତି। ସେ ସାଧାରଣ ଝିଅ ହେଉ ଅବା ଜଣେ ସେଲିବ୍ରିଟି, ସମସ୍ତଙ୍କ ପାଇଁ ବିବାହର ମୂଲ୍ୟ ସମାନ। ସମସ୍ତେ ବିବାହ ଦିନଟିକୁ ସ୍ମରଣୀୟ କରିବା ପାଇଁ ଚାହାନ୍ତି। ଯେମିତି ଏବେ ବଲିଉଡ୍ ଡିଭା ଦୀପିକା କରୁଛନ୍ତି। ଆସନ୍ତା ୧୪ତାରିଖରେ ବିବାହ କରିବାକୁ ଯାଉଥିବା ଦୀପିକା ବିବାହ ପ୍ରସ୍ତୁତି ଆରମ୍ଭ କରିଦେଲେଣି।
ବଲିଉଡ୍ର ରାମ-ଲୀଳା ଯୋଡି ଅର୍ଥାତ ଦୀପିକା ପାଦୁକୋନ୍ ଏବଂ ରଣବୀର ସିଂ ନଭେମ୍ବର ୧୪ଏବଂ ୧୫ରେ ବିବାହ କରିବାକୁ ଯାଉଛନ୍ତି। ଯାହାର ପ୍ରସ୍ତୁତି ଆରମ୍ଭ ହୋଇଗଲାଣି।
ଦୀପିକାଙ୍କ ପରିବାର ଲୋକେ ତାଙ୍କ ବେଙ୍ଗଲୁରୁ ସ୍ଥିତ ବାସଗୃହରେ ପୂଜା ପାଠର ଆୟୋଜନ କରିଛନ୍ତି।
ଦୀପିକାଙ୍କ ଘରେ ନନ୍ଦି ପୂଜାର ଆୟୋଜନ କରାଯାଇଛି, ଯେଉଁଥିରେ ଦୀପିକା ସାମିଲ୍ ହୋଇଛନ୍ତି। ଏବେ ଏହି ପୂଜା ସମୟର କିଛି ଫଟୋ ଭାଇରାଲ୍ ହେଉଛି। ପ୍ରଥମେ ଏହି ଫଟୋକୁ ଶଲିନା ନତାନି ସେୟାର କରିଥିଲେ। ଫଟୋକୁ ସେ ଇନ୍ଷ୍ଟାଗ୍ରାମ୍ରେ ଶେୟାର କରି ଲେଖିଥିଲେ ‘ଗୋଟେ ନୂଆ ଆରମ୍ଭ’
ଫଟୋରେ ପୂଜା ସମୟରେ ଦୀପିକା କମଳା ରଙ୍ଗର ଡ୍ରେସ୍ ପିନ୍ଧିଥିବାର ଦେଖିବାକୁ ମିଳିଛି। ଯାହାକୁ ଫ୍ୟାସନ୍ ଡିଜାଇନର୍ ସବ୍ୟସଚ୍ଚୀ ମୁଖାର୍ଜୀ ଡିଜାଇନ୍ କରିଛନ୍ତି। ସୂଚନା ଅନୁଯାୟୀ, ରଣବୀର-ଦୀପିକାଙ୍କ ବିବାହ ନଭେମ୍ବର ୧୪ତାରିଖରେ ଇଟ୍ଲିରେ ହେବାକୁ ଯାଉଛି। ଦୁହେଁ ବିବାହ ପାଇଁ ଇଟ୍ଲିର ‘ଲେକ୍ କୋମୋ’ ଭେନ୍ୟୁ ସ୍ଥିର କରିଛନ୍ତି।
from Odisha Reporter https://ift.tt/2QkaBFa
No comments:
Post a Comment