କେବଳ ଦିଲ୍ଲୀ ନୁହେଁ, ଓଡ଼ିଶାର ୬ ସହର ବି ବିଷ ବଳୟରେ   - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 9, 2018

କେବଳ ଦିଲ୍ଲୀ ନୁହେଁ, ଓଡ଼ିଶାର ୬ ସହର ବି ବିଷ ବଳୟରେ  

polution

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେବଳ ଦିଲ୍ଲୀ ନୁହେଁ, ବିଷ ବଳୟରେ ଓଡ଼ିଶାର ମଧ୍ୟ ୬ ସହର ରହିଛି। ରାଜଧାନୀ ଭୁବନେଶ୍ୱର ସହିତ କଟକ, ଅନୁଗୋଳ, ତାଳଚେର, ବାଲେଶ୍ୱର ଓ ରାଉରକେଲାରେ ପ୍ରଦୂଷଣ ମାତ୍ରା ଉଦ୍‌ବେଗଜନକ ରହିଛି। ତୁରନ୍ତ ଏହାର ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବାକୁ ନ୍ୟାସନାଲ୍ ଗ୍ରୀନ୍ ଟ୍ରିବ୍ୟୁନାଲ୍‌ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

କୋଇଲା ସହର ତାଳଚେରରେ ଧୂଳି-ଧୂଆଁରେ ଅଣନିଶ୍ୱାସୀ ଜୀବନ। ରାସ୍ତାଘାଟ, ଘରଦ୍ୱାର ସବୁଠି ବହଳ ଧୂଳିର ଆସ୍ତରଣ। ଏହାସହ କୋଇଲା ଜଳି ପୂରା ପରିବେଶ ଧୂଆଁମୟ। ପାଣି ପକାଇ କୋଇଲା ଗୁଣ୍ଡର ଆସ୍ତରଣକୁ ସଫା କରୁଛନ୍ତି ସ୍ଥାନୀୟ ବାସିନ୍ଦା।

polutionତାଳଚେରରେ କୋଇଲା ଗୁଣ୍ଡ ଲୋକଙ୍କୁ ଅତିଷ୍ଠ କରୁଥିବା ବେଳେ ଅନୁଗୋଳ ସହରରେ ଧୂଆଁମୟ ପରିବେଶ। ଚାଚିଆଡ଼େ ଉଡୁଛି ଧୂଳି। ଅଣନିଶ୍ୱାସୀ ହୋଇଯାଉଛନ୍ତି ସହରବାସୀ।

ସୁନ୍ଦରଗଡ଼ରେ ବି ଉଦ୍‌ବେଗଜନକ ସ୍ଥିତି। ଭାରିଯାନ ଚଳାଚଳ ଯୋଗୁ ବାରକୋଟରୁ ବୀରମିତ୍ରପୁର ଦେଇ ଯାଇଥିବା ୧୪୩ ନମ୍ବର ଜାତୀୟ ରାଜପଥର ଅବସ୍ଥା ଶୋଚନୀୟ ହୋଇପଡିଛି। ଏମିତି ସ୍ଥିତିକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ଏହାଦ୍ୱାରା ଗମ୍ଭୀର ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଉଥିବା ପରିବେଶ ବିଜ୍ଞାନୀମାନେ କହିଛନ୍ତି।

ପ୍ରଦୂଷଣ ମାତ୍ରା କ୍ଷେତ୍ରରେ ଉଦ୍‌ବେଗଜନକ ସ୍ଥିତି ଥିବା ଦେଶର ୧୦୨ଟି ସହର ମଧ୍ୟରେ ରହିଛି ଓଡ଼ିଶାର ଏହି ୬ଟି ସହର। ଏସବୁ ସହରରେ ଗଲା ୫ ବର୍ଷ ହେଲା ବାୟୁ ପ୍ରଦୂଷଣ ମାତ୍ରା ଅଧିକ ରହୁଛି। ୨ ମାସ ଭିତରେ ଏସବୁ ସହରରେ ବାୟୁ ପ୍ରଦୂଷଣକୁ କିଭଳି ନିୟନ୍ତ୍ରଣ କରାଯାଇପାରିବ ସେନେଇ ଆକ୍‌ସନ ପ୍ଲାନ୍ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏନଜିଟି।

polutionଏନ୍‌ଜିଟିର ନିର୍ଦ୍ଦେଶ ପରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଜଙ୍ଗଲ ଓ ପରିବେଶ ବିଭାଗକୁ ଆବଶ୍ୟକ ପଦକ୍ଷେପ ନେବାକୁ ଚିଠି ଲେଖିଛି। ପରିବେଶ, ପରିବହନ, ଶିଳ୍ପ, ନଗର ଉନ୍ନୟନ, କୃଷି ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀମାନଙ୍କୁ ନେଇ ମନିଟରିଂ କମିଟି ଗଠନ ହେବ ଏବଂ ଆକ୍‌ସନ୍‌ ପ୍ଲାନ୍ ପ୍ରସ୍ତୁତି ଓ କାର୍ଯ୍ୟକାରିତା ନେଇ ମୁଖ୍ୟଶାସନ ସଚିବଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରାଯାଇଥିବା ଜଣାପଡ଼ିଛି।

ଶିଳ୍ପ ସଂସ୍ଥା, ବଢୁଥିବା ଯାନବାହାନ ସଂଖ୍ୟା ଓ ବିଭିନ୍ନ ପ୍ରକାର ନିର୍ମାଣ କାମ ବେଳେ ଧୂଆଁ ବାହାରି ପରିବେଶ ପ୍ରଦୂଷିତ ହେଉଛି। ଏବେଠୁ ପଦକ୍ଷେପ ନନେଲେ ଓଡିଶାରେ ବି ଦିଲ୍ଲୀ ଭଳି ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ ବୋଲି ପରିବେଶବିତମାନେ ଆଶଙ୍କା ପ୍ରକାଶ କରିଛନ୍ତି।



from Odisha Reporter https://ift.tt/2qCtDLu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages