ସିବିଆଇକୁ ‘ଆର୍ଟ ଅଫ୍ ଲିଭିଂ’ ଭରସା ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 9, 2018

ସିବିଆଇକୁ ‘ଆର୍ଟ ଅଫ୍ ଲିଭିଂ’ ଭରସା !

ନୂଆଦିଲ୍ଲୀ : କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଏବେ ନକାରାତ୍ମକ ସ୍ଥିତିରେ ଗତି କରୁଥିବା ସମ୍ପର୍କରେ ଏବେ ସମଗ୍ର ଦେଶ ଅବଗତ ରହିଛି। ସ୍ଥିତି ସୁଧାରିବାକୁ ସରକାରଙ୍କଠାରୁ ଆରମ୍ଭ କରି ସୁପ୍ରିମ୍‌କୋର୍ଟଙ୍କ କର୍ଯ୍ୟନ୍ତ ସମସ୍ତେ ଲାଗିଥିବାବେଳେ ସକାରାତ୍ମକ ପରିବେଶ ସୃଷ୍ଟି ପାଇଁ ସିବିଆଇ ଏବେ ଆଧ୍ୟାତ୍ମିକ ଗୁରୁ ଶ୍ରୀଶ୍ରୀ ରବିଶଙ୍କର ଶରଣ ପଶିଥିବା ଜଣାଯାଇଛି। ଏଥିପାଇଁ ଆସନ୍ତାକାଲିଠାରୁ ୩ ଦିନ ଯାଏ ‘ଆର୍ଟ ଅଫ୍ ଲିଭିଂ’ କର୍ମଶାଳା ଆୟୋଜନ କରାଯିବ। ‘ସକାରାତ୍ମକ ମନୋଭାବ ବୃଦ୍ଧି କରି କର୍ମଚାରୀମାନଙ୍କ ସମ୍ପୂର୍ଣ୍ଣ ଦକ୍ଷତାକୁ କାମରେ ଲଗାଇବା’ ଏହାର ଲକ୍ଷ୍ୟ ରହିଛି।

ଏଥିରେ ଇନ୍ସପେକ୍ଟରଠାରୁ ଆରମ୍ଭ କରି ଦାୟିତ୍ୱରେ ଥିବା ନିର୍ଦ୍ଦେଶକଙ୍କ ପର୍ଯ୍ୟନ୍ତ ପାହ୍ୟାର ଅଧିକାରୀମାନେ ଯୋଗଦେବେ। ଦୁଇ ଶୀର୍ଷ ଅଧିକାରୀଙ୍କ ମଧ୍ୟରେ ବିବାଦ ହୋଇ ତଦନ୍ତ ଚାଲୁ ରହିଥିବାବେଳେ ଏବେ ସିବିଆଇର ଆଧ୍ୟାତ୍ମିକ ମାର୍ଗ ସନ୍ଧାନ ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି।

ସିବିଆଇ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି, “ଏହା ଅଧିକାରୀମାନଙ୍କ ମଧ୍ୟରେ ତାଳମେଳ, ଦକ୍ଷତା ଏବଂ ସକାରାତ୍ମକ ପରିକଳ୍ପନା ବଢ଼ାଇବାରେ ସହାୟକ ହେବ। ଏହି ତଦନ୍ତକାରୀ ସଂସ୍ଥା ମଧ୍ୟରେ ସକାରାତ୍ମକ ବାତାବରଣ ତିଆରି କରିବାରେ ଏହା ଯଥେଷ୍ଟ ସହାୟକ ହେବ।”

ଏହା ପୂର୍ବରୁ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ସେଣ୍ଟ୍ରାଲ ଭିଜିଲାନ୍ସ କମିଶନର(ସିଭିସି) କେଭି ଚୌଧୁରୀଙ୍କ ନିକଟରେ ହାଜର ହୋଇଥିଲେ। ତାଙ୍କ ଅଧୀନସ୍ଥ ସିବିଆଇ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନା ତାଙ୍କ ନାମରେ ଦୁର୍ନୀତି ଅଭିଯୋଗ ଆଣିଛନ୍ତି, ଯାହାକି ସିଭିସି ତଦନ୍ତ କରୁଛି। ଗତ ଅକ୍ଟୋବର ୨୬ ତାରିଖରେ ସୁପ୍ରିମ୍‌କୋର୍ଟ ଦେଇଥିବା ରାୟରେ ଶ୍ରୀ ବର୍ମାଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ୨ ସପ୍ତାହରେ ସାରିବାକୁ ସିଭିସିକୁ ନିର୍ଦ୍ଦେଶ ଦେଇଥିଲେ।



from Odisha Reporter https://ift.tt/2FdEQwk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages